ଓଡିଶା
ଆତଙ୍କ ଖେଳାଇଛି ଗୋଠ ଛଡ଼ା ଦନ୍ତା: ଦିନରେ ଲୁଚୁଛି, ରାତିରେ ଭାଙ୍ଗୁଛି

ରେଢାଖୋଲ: ଆତଙ୍କ ଖେଳାଇଛି ଗୋଠ ଛଡ଼ା ଦନ୍ତା । ଦିନରେ ଲୁଚୁଛି, ରାତିରେ ଭାଙ୍ଗୁଛି । ରେଢାଖୋଲ ବନଖଣ୍ଡ ବଡବାହାଳ ରେଞ୍ଜ କନ୍ଧରା,ଧଉରାଖମଣ,ମହତପୁର ଓ ଆଖପାଖ ଗାଁରେ ଗତ କିଛିଦିନ ହେବ ଗୋଟିଏ ଗୋଠଛଡା ଦନ୍ତା ଆତଙ୍କ ଖେଳାଉଛି । ଦିନବେଳା ଜଙ୍ଗଲରେ ଲୁଚି ରହୁଥିବାବେଳେ ରାତି ହେଲେ ଲୋକଙ୍କ ବାଡିରେ ପଶି ଆମ୍ବ,ପଣସ,କଦଳୀ ଗଛ ଭାଙ୍ଗି ନଷ୍ଟ କରୁଛି । ଏହାସହ ଗାଁଲୋକଙ୍କୁ ଗୋଡାଉଛି । ପ୍ରାଣ ବିକଳରେ ଜୀବନ ବଞ୍ଚାଇବାକୁ ଦୌଡୁଛନ୍ତି । ଖବର ପାଇ ବନବିଭାଗ ଗାଁରେ ପହଞ୍ଚି ହାତୀକୁ ଘଉଡାଇବାକୁ ଉଦ୍ୟମ କରୁଛି ।