ଦେଶ ବିଦେଶ

ବାହୁବଳୀ ନେତା ମୁଖତାରଙ୍କ ପୁଅକୁ ମିଳିଲାନି ଅଗ୍ରୀମ ଜାମିନ

ଇଲାହାବାଦ: ଅବୈଧ ହତିଆର ରଖିବା ମାମଲାରେ ବାହୁବଳୀ ନେତା ମୁଖତାର ଅଂସାରୀଙ୍କ ବିଧାୟକ ପୁଅ ଅବ୍ବାସ ଅଂସାରୀଙ୍କ ଅଗ୍ରୀମ ଜାମିନ ଯାଚିକା ଖାରଜ। ଇଲାହାବାଦ ହାଇକୋର୍ଟର ଲକ୍ଷ୍ନୌ ପୀଠ ଯାଚିକାକୁ ଖାରଜ କରି ଦେଇଛନ୍ତି।

ବିଚାରପତି ଦିନେଶ ସିଂହଙ୍କ ଖଣ୍ଡପୀଠ ଅବ୍ବାଜଙ୍କ ଅଗ୍ରୀମ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ନିକଟରେ ଏକ ସ୍ବତନ୍ତ୍ର କୋର୍ଟ ପୁଲିସର ଅନୁରୋଧରେ ଅବ୍ବାଜଙ୍କୁ ପଳାତକ ଘୋଷିତ କରିଦେଇଥିଲେ।

ମୁଖତାରଙ୍କ ପୁଅ ଅବ୍ବାସ ନିଜ ଶସ୍ତ୍ର ଲାଇସେନ୍ସର ଦୁରୁପଯୋଗ କରିବା ନେଇ ଏକ ମାମଲାରେ ଛନ୍ଦି ହୋଇଯାଇଛନ୍ତି। ଅବ୍ବାସଙ୍କୁ ଲକ୍ଷ୍ନୌ ପୁଲିସ ଖୋଜୁଛି। ୟୁପିର ବିଭିନ୍ନ ସ୍ଥାନରେ ଛାପାମାରୀ କରାଯାଉଛି ଓ ରାଜସ୍ତାନରେ ମଧ୍ୟ ଖୋଜା ଚାଲିଛି। ବିଧାୟକ/ସାଂସଦଙ୍କ ସ୍ପେସାଲ କୋର୍ଟ ୧୪ ଜୁଲାଇରେ ଅବ୍ବାଜଙ୍କ ବିରୋଧରେ ଆଣ୍ଟିସିପେଟୋରୀ ବେଲ ୱାରେଣ୍ଟ ଜାରି କରିଥିଲା।

ଲକ୍ଷ୍ନୌ ପୁଲିସର ବିନା ଅବଗତିରେ ଅବ୍ବାସ ନିଜ ଆର୍ମ ଲାଇସେନ୍ସ ନୂଆ ଦିଲ୍ଲୀ ଟ୍ରାନ୍ସଫର କରିବାର ଅଭିଯୋଗ ରହିଛି। ଏହାକୁ ନେଇ କୋର୍ଟ ତାଙ୍କ ବିରୋଧରେ ୱାରେଣ୍ଟ ଜାରି କରିଥିଲେ। ସେ ନିଜ ଅବୈଧ ଲାଇସେନ୍ସ ଆଧାରରେ ଅସ୍ତ୍ରଶସ୍ତ୍ର ଆଣିବାର ଅଭିଯୋଗ ହୋଇଛି। ୨୦୧୯ ଅକ୍ଟୋବର ମାସରେ ଲକ୍ଷ୍ନୌ ପୁଲିସ ତାଙ୍କ ବିରୋଧରେ ଆର୍ମ ଆକ୍ଟରେ ମାମଲା ଦାୟର କରିଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button