ରାଜନୀତି

ସୀତାରାମଙ୍କୁ ଭେଟିଲେ ନୀତିଶ

ନେତାଙ୍କୁ ଭେଟୁଛନ୍ତି। ମଙ୍ଗଳବାର ଦିନ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଲେପ୍ଟ ନେତା ସୀତାରାମ ୟେଚୁରୀଙ୍କୁ ଭେଟିଛନ୍ତି।ଲେପ୍ଟ ନେତା ସୀତାରାମ ୟେରୁରୀଙ୍କୁ ମିଳିବା ପରେ ନୀତିଶ କୁମାର କହିଛନ୍ତି କି, ଆମର ବହୁ ପୂର୍ବରୁ ସମ୍ପର୍କ ରହିଛି। ଯେତେବେଳେ ଦିଲ୍ଲୀ ଆସୁଥିଲେ ଏଠାକୁ ଆସିଥାଏ। ଆମେ ପୂରା ଦେଶରେ ଲେପ୍ଟ ପାର୍ଟିଗୁଡକ ସହ ମିଳିଯିବା ତ ବଡ ସଫଳତା ମିଳିବ। ସମ୍ବିଧାନକୁ ମାନୁଥିବା ସୀତାରାମଙ୍କୁ ସାଥିରେ ନେଇ ଚଳିବାକୁ ଅଛି। ଏହି ସାକ୍ଷାତକାରକୁ ନେଇ ୟେଚୁରୀ କହିଛନ୍ତି, ବିପକ୍ଷ ଏକଜୁଟ କରିବାକୁ ହେବ।

ୟେଚୁରୀ କହିଛନ୍ତି କି, ଦେଶରେ ବର୍ତ୍ତମାନ ସମୟର ଆହ୍ବାନ ସବୁ ଧର୍ମନିରପେକ୍ଷ ପାର୍ଟି ଏକ ସହ ଚାଲନ୍ତୁ, ନୀତିଶଙ୍କ ଅସିବା ସ୍ବାଗତର ବିଷୟ। ବର୍ତ୍ତମାନ ସମ୍ବିଧାନର ଚରିତ୍ରକୁ ସୁରକ୍ଷା ଦେବାର ଅଛି। ଗଣରାଜ୍ୟ ଉପରେ ଆକ୍ରମଣକୁ ପ୍ରତିରୋଧ କରିବାକୁ ହେବ। ଏଥିପାଇଁ ସମସ୍ତ ବିରୋଧୀ ଦଳଙ୍କୁ ଏକତ୍ରିତ ହେବାକୁ ହେବ।

ନୀତିଶ କୁମାର ବିଗତ ଦିନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି। ଏହି ସମୟରେ ନେତାମାନଙ୍କ ମଧ୍ୟରେ ବହୁ ମୁଦ୍ଦାରେ ଆଲୋଚନା ହୋଇଥିଲା। ନୀତିଶ ପୁଣି ଦୋହରାଇଥିଲେ କି, ସେ ପ୍ରଧାନମନ୍ତ୍ରୀ ହେବାର ମହାତ୍ବାକାଂକ୍ଷା ରଖିନାହାନ୍ତି। ସେ କେବଳ ଅସଂଗଠିତ ବିପକ୍ଷକୁ ଏକଜୁଟ କରିବାକୁ ଚେଷ୍ଟା କରୁଛନ୍ତି।

ଏଠାରେ ନୀତିଶ ପୁଣି ବିଜେପିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଯେଉଁଭଳି ଭାବେ ସରକାର ଚଳାଇବାକୁ ଆଜି ଚେଷ୍ଟା ହେଉଛି, ସେଥିରେ କେଉଁ କାମ ହେଉଛି ଦେଖନ୍ତୁ। ବିକାଶର କେଉଁ ଯୋଜନା କାର୍ଯ୍ୟକାରୀ ହେଉଛି। ସବୁ କିଛି ଏକତରଫା ରହିଛି ଓ ଧୀରେ ଧୀରେ କ୍ଷେତ୍ରୀୟ ଦଳକୁ ଦୁର୍ବଳ କରିବାକୁ ଚେଷ୍ଟା ହେଉଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button