ଜୀବନଶୈଳୀ

ଯେଉଁ ମହିଳା ନିଜ କେଶକୁ ପକାଇ ଦେଇଥାଏ କିମ୍ବା ବିକ୍ରୀ କରିଥାଏ , ସେ ନିଶ୍ଚୟ ହିଁ ଜାଣି ନିଅନ୍ତୁ କିଛି ଖାସ କଥା । ନଚେତ ପଡ଼ିବେ ବିପଦରେ ।

ମହିଳାଙ୍କର ଲମ୍ବା କେଶ ସୁନ୍ଦରତା ଏବଂ ସୌଭାଗ୍ୟର ପ୍ରତୀକ ହୋଇଥାଏ । ଯାହାକି ମାତା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ । କିନ୍ତୁ ଅନେକ ସମୟରେ ମହିଳା ମାନେ କେଶ କୁଣ୍ଡାଇବା ପରେ ଝଡ଼ୁଥିବା କେଶକୁ ଏଣେତେଣେ ଫିଙ୍ଗି ଦିଅନ୍ତି ଯାହାକି ଅନେକ ସମୟରେ ମହିଳାଙ୍କ ପାଇଁ ମାନସିକ ଏବଂ ଶାରୀରିକ ସମସ୍ୟାର କାରଣ ହୋଇପାରେ । କେବଳ ସେତିକି ନୁହେଁ , ଏହା ଆପଣଙ୍କ ଜୀବନରେ ଆର୍ଥିକ ସମସ୍ୟା ମଧ୍ୟ ସୃଷ୍ଟି କରିପାରେ । ପଣ୍ଡିତ ମିଶ୍ରଙ୍କ କହିବା କଥା ଯେ ଯେଉଁ ମହିଳା ନିଜର ଝଡୁଥିବା କେଶକୁ ଏଣେତେଣେ ପକାଏ ତାର ଜୀବନରେ ଅନେକ ସମସ୍ୟା ଦେଖା ଦେଇଥାଏ । ତେଣୁ ଝଡିଥିବା କେଶକୁ କଣ କରିବା ଉଚିତ ସେହି ବିଷୟରେ ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ କହିବୁ ।

ସାମୁଦ୍ରିକ ଶାସ୍ତ୍ରରେ ମହିଳାଙ୍କ କେଶ ସମ୍ବନ୍ଧରେ ଜରୁରୀ ବର୍ଣ୍ଣନା ରହିଛି । ଏହି ଅନୁଯାୟୀ ମହିଳାଙ୍କ କପାଳ ଚଉଡ଼ା ଏବଂ କେଶ ଲମ୍ବା ହେଲେ ସେ ସାକ୍ଷାତ ମାତା ଲକ୍ଷ୍ମୀଙ୍କ ରୂପ ହୋଇଥାନ୍ତି । କିନ୍ତୁ ମହିଳା ମାନେ କିଛି ଭୁଲ କରିଥାନ୍ତି ଯାହାର ପରିଣାମ ଖରାପ ହୋଇଥାଏ । ମଙ୍ଗଳ , ଗୁରୁବାର ଏବଂ ଶନିବାର ଦିନ କେଶ କାଟିବା ବର୍ଜିତ ଅଟେ ଏବଂ ସୋମବାର ସମେତ ପୂର୍ଣ୍ଣିମା ଅମାବାସ୍ୟା ଏବଂ ଏକାଦଶୀ ଦିନ ମହିଳା ମାନେ କେଶ କାଟିବା କିମ୍ବା ଧୋଇବା ଉଚିତ ନୁହେଁ । କାରଣ ଏହିଦିନ ଚନ୍ଦ୍ରମା ଉଚ୍ଚ କିମ୍ବା ନିଚ୍ଚ ସ୍ଥିତିରେ ରହନ୍ତି ଯାହା ମହିଳାଙ୍କ ଉପରେ ପ୍ରଭାବ ପକାଇ ଥାଏ ।

ସୋମବାର ଦିନ ବିବାହିତ ମହିଳା କେଶ ଧୋଇଲେ କିମ୍ବା କାଟିଲେ ସ୍ୱାମୀଙ୍କ ଜୀବନ ପ୍ରତି ବିପଦ ଏବଂ ଆର୍ଥିକ ସମସ୍ୟା ଦେଖା ଦେଇଥାଏ । ବୁଧବାର ଦିନ କେଶ ଧୋଇଲେ ଧନ ସମ୍ପତ୍ତିରେ ବୃଦ୍ଧି ହୋଇଥାଏ ଏବଂ ବ୍ୟବସାୟରେ ଉନ୍ନତି ହୋଇଥାଏ । କିନ୍ତୁ ଗୁରୁବାର ଦିନ ସ୍ତ୍ରୀ କିମ୍ବା ପୁରୁଷ କେହିବି କେଶ କାଟିବା କିମ୍ବା ଧୋଇବା ବର୍ଜିତ ଅଟେ । ନଚେତ ଘରକୁ ଦାରିଦ୍ର୍ୟତା ଆସିଥାଏ ଏବଂ ଧନ ବୈଭବ ନଷ୍ଟ ହୋଇଥାଏ । ଶନିବାର ଏବଂ ରବିବାର ଦିନ ମହିଳା ମାନେ କେଶ ଧୋଇବା କିମ୍ବା କାଟିବା ଉଚିତ ନୁହେଁ । ଏହାଦ୍ବାରା ଜାତକରେ ଶନି , ରାହୁ ଏବଂ କେତୁର ପ୍ରଭାବ ପଡ଼ିଥାଏ । ଏହାଦ୍ବାରା ଜୀବନରେ ଶାରୀରିକ , ମାନସିକ ଏବଂ ଆର୍ଥିକ ସମସ୍ୟା ଦେଖା ଦେଇଥାଏ ।

ଶୁକ୍ରବାର ଦିନ କେଶ ଧୋଇବା କିମ୍ବା କାଟିବା ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ । ଏହିଦନ କେଶ ଧୋଇଲେ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ । ଏହିଦିନ ମହିଳା କେଶ ଝଡ଼ିଲେ କିମ୍ବା କାଟିଲେ ତାହାକୁ ଏଣେତେଣେ ପକାନ୍ତୁ ନାହିଁ । ମଙ୍ଗଳବାର ଦିନ ମହିଳା ମାନେ କେଶ ଧୋଇଲେ କିମ୍ବା କାଟିଲେ ମଙ୍ଗଳ ଗ୍ରହ ଜନିତ ସମସ୍ୟା ଦେଖା ଦେଇଥାଏ ଏବଂ ଯେଉଁ ମହିଳାଙ୍କର ସାନ ଭାଇ କିମ୍ବା ଭଉଣୀ ଅଛନ୍ତି ସେମାନେ ମଧ୍ୟ ଏହିଦିନ କେଶ ଧୋଇବା କିମ୍ବା କାଟିବା ଉଚିତ ନୁହେଁ । ମହିଳା ମାନେ ଲମ୍ବା କେଶ ରଖିବା ଉଚିତ ଯାହାକି ସୁଖ ସମୃଦ୍ଧିର ପ୍ରତୀକ ହୋଇଥାଏ । କିନ୍ତୁ ତାହା ଏତେ ଲମ୍ବା ହେବା ମଧ୍ୟ ଉଚିତ ନୁହେଁ ଯେ ତାହା ଭୂଇଁକୁ ସ୍ପର୍ଶ କରିବ ।

ଏହାଦ୍ବାରା ନକରାତ୍ମକ ଶକ୍ତି କେଶ ଜରିଆରେ ଆପଣଙ୍କ ଜୀବନକୁ ପ୍ରଭାବିତ କରିବା ସହିତ ପରିବାର ଉପରେ ମଧ୍ୟ ଖରାପ ପ୍ରଭାବ ପକାଇବ । କେଶ କୁଣ୍ଡାଇବା ସମୟରେ ଝଡୁଥିବା କେଶକୁ ଏଣେତେଣେ ପକାନ୍ତୁ ନାହିଁ । ସେଥିରେ କାହାରି ପାଦ ବାଜିବା ଉଚିତ ନୁହେଁ ଏବଂ କେଶକୁ କେବେବି ଖୋଲା ରଖନ୍ତୁ ନାହିଁ । ଅନେକ ମହିଳା ତାହାକୁ ବିକ୍ରି ଦିଅନ୍ତି ଯାହାକି ଆଦୋୖ ଉଚିତ ହୋଇ ନଥାଏ । କାରଣ ଏହାଦ୍ବାରା ଅନ୍ୟ କେହି ତାହାକୁ ନେଇ ତନ୍ତ୍ର କ୍ରିୟା କରିପାରେ ଯାହାଦ୍ୱାରା ମହିଳାଙ୍କ ଜୀବନରେ ବଡ଼ କ୍ଷତି କରିପାରେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button