କ୍ରାଇମ

ମୁମ୍ବାଇରେ ଡ୍ରାଇଭରଙ୍କୁ ହତ୍ୟା: କଳାହାଣ୍ଡିର ଜଣେ ଗିରିଫ, ଦୁଇ ଫେରାର – Utkal Mail


ଉତ୍କେଲା: କଳାହାଣ୍ଡି ଜିଲ୍ଲାର ତିନିଜଣ ଯୁବକ ବାହାର ରାଜ୍ୟକୁ ଯାଇ ସେଠାରେ ଏକ ଗାଡ଼ି ଡ୍ରାଇଭରକୁ ହତ୍ୟା କରି ନିଜ ଗାଁକୁ ଚମ୍ପଟ ମାରିଥିଲେ। ଗତକାଲି ମୁମ୍ବାଇ ପୁଲିସ ହାତରେ ଜଣେ ଗିରଫ ହେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଭବାନୀପାଟଣା ସଦରଥାନା କର୍ଲାପଡା ଫାଣ୍ଡି ଅନ୍ତର୍ଗତ ଉତ୍କେଲା ପଞ୍ଚାୟତ କୋକୋଡ଼ମାଲ ଗ୍ରାମର ଧର୍ମାନନ୍ଦ ଜାଲ, ରାଜୁ ଜାଲ, ଏବଂ ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଦଶପୁର ଗ୍ରାମର ଶେଷ ମେହେର ମିଶି ବାହାର ରାଜ୍ୟ ମହାରାଷ୍ଟ୍ରର ପାଲଘରରେଏକ କମ୍ପାନିରେ କାମ କରୁଥିଲେ। ସେଠାରେ ରହି କାମ କରୁଥିବା ସମୟରେ ଏମାନେ ମିଶି ସେଠାରେ ଥିବା ଏକ ଗାଡ଼ିରେ (ଏମଏଚ୪୮.ସିକେ.୩୭୧୬)  କୌଣସି କାମରେ ପାଲଘରରୁ ନାସିକକୁ ଆସୁଥିଲେ।

ହେଲେ ନାସିକରେ ପହଞ୍ଚିବା ପୂର୍ବରୁ ଏକ ଜଙ୍ଗଲରେ ଭଡ଼ାରେ ଆଣିଥିବା ଗାଡ଼ ଚାଳକଙ୍କୁ ରାସ୍ତାରେ ହତ୍ୟା କରି ତାଙ୍କୁ ଜଙ୍ଗଲରେ ଫିଙ୍ଗି ଦେଇ ଭଡ଼ା ଗାଡ଼ିଟିକୁ ଧରି ସମସ୍ତେ ନିଜ ନିଜ ଗାଁକୁ ଫେରି ଆସିଥିଲେ। ସେଠାରେ ଘଟଣା ବିଷୟରେ ମୁମ୍ବାଇ ଥାନାରେ ମାମଲା ରୁଜୁ ହୋଇଥିଲା। ମୁମ୍ବାଇ ପୁଲିସ ଗତକାଲି କଳାହାଣ୍ଡି ଜିଲ୍ଲା  ଭବାନୀପାଟଣା ସଦର ଥାନା ପୁଲିସ ଏବଂ କର୍ଲାପଡା ଫାଣ୍ଡି ପୁଲିସଙ୍କ ସହାୟତାରେ କୋକୋଡ଼ମାଳ ଗ୍ରାମର ଧର୍ମାନନ୍ଦ ଜାଲଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛନ୍ତି। ଧର୍ମାନନ୍ଦ ଜାଲଙ୍କୁ ଭବାନୀପାଟଣା କୋର୍ଟରେ ହାଜିର କରି ପାଲଘାକୁ ନିଆଯାଥିବାଏବଂ ଘଟଣାରେ ସମ୍ପୃକ୍ତ ଥିବା ଆଉ ଦୁଇଜଣ ଅଭିଯୁକ୍ତ ରାଜୁ ଜାଲ ଓ ଶେଷ ମେହେର ଫେରାର ମାରିଥିବା ମୁମ୍ବାଇ ପୁଲିସ ଅଧିକାରୀ ଅମୁଲ ଗୋଏଲି ସୂଚନା ଦେଇଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button