ଦେଶ ବିଦେଶ

ଭାଇ ଭାଉଜଙ୍କ ଆତ୍ମହତ୍ୟା ଘଟଣା ତଦନ୍ତ ବିଳମ୍ବ ଯୋଗୁଁ ଆଙ୍ଗୁଠି କାଟି ପ୍ରତିବାଦ କଲେ ସାନଭାଇ – Utkal Mail


ଥାନେ: ଭାଇ ଓ ଭାଉଜଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରିଥିବା ଅପରାଧୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ପୁଲିସ ବିଳମ୍ବ କରୁଥିବା ଅଭିଯୋଗ କରି ମହାରାଷ୍ଟ୍ରର ସତରା ଜିଲ୍ଲାରେ ଶୁକ୍ରବାର ସକାଳେ ଜଣେ ୪୩ ବର୍ଷିୟ ବ୍ୟକ୍ତି କ୍ୟାମେରା ସମ୍ମୁଖରେ ନିଜ ହାତ ଆଙ୍ଗୁଠି କାଟି ପକାଇଛନ୍ତି।

ଭାଇରାଲ୍‌ ହୋଇଥିବା ଉକ୍ତ ଭିଡିଓରେ ଧନଞ୍ଜୟ ନାନାୱାରେ ନାମକ ସେ ବ୍ୟକ୍ତି କହିଛନ୍ତି ଯେ, ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠା ଗ୍ରହଣ ନ କଲେ ସେ ପ୍ରତି ସପ୍ତାହରୁ ନିଜ ଦେହରୁ ଗୋଟିଏ ଲେଖାଏଁ ଅଙ୍ଗ କାଟି ପକାଇ‌ବେ।

ପୁଲିସ କହିବା ଅନୁସାରେ, ଘଟଣାଟି ଫଲ୍‌ଟନ୍‌ ଟାଉନ୍‌ ନିକଟରେ ଘଟିଛି।

ସଂଗୃହୀତ ସୂଚନା ଅନୁସାରେ, ଧନଞ୍ଜୟଙ୍କ ୪୫ ବର୍ଷିୟ ଭାଇ ନନ୍ଦକୁମାର ନାନାୱାରେ ଓ ୪୪ ବର୍ଷୀୟ ଭାଉଜ ଉର୍ମିଳା ଅଗଷ୍ଟ ୧ ତାରିଖରେ ଉହ୍ଲାସନଗର ଅନ୍ତର୍ଗତ ଆଲଶେପଡ଼ାସ୍ଥିତ ବଙ୍ଗଳା ଛାତରୁ ତଳକୁ ଡେଇଁ ଆତ୍ମହତ୍ୟା କରିଥିଲେ। ସେମାନଙ୍କର ୧୯ ଓ ୧୪ ବର୍ଷ ବୟସର ୨ଟି ସନ୍ତାନ ଅଛନ୍ତି। ସୁସାଇଡ୍‌ ନୋଟ୍‌ ଓ ସେମାନଙ୍କ ଫୋନ୍‌ରୁ ଉଦ୍ଧାର କରାଯାଇଥିବା ଭିଡିଓରେ ସେମାନେ କେଉଁମାନଙ୍କ ଯୋଗୁଁ ଏଭଳି ଚରମ ନିଷ୍ପତ୍ତି ନେଲେ ଜଣାଇଛନ୍ତି। ବିଠଲବାଡ଼ି ପୁଲିସ ଏହି ଘଟଣାରେ ୮ଜଣ ବ୍ୟକ୍ତିଙ୍କ ନାମରେ ଆତ୍ମହତ୍ୟା ପାଇଁ ପ୍ରେରିତ କରିଥିବା ଅଭିଯୋଗ ଦାଏର କରିଛି କିନ୍ତୁ, କୌଣସି ତଦନ୍ତ ଆରମ୍ଭ କରିନାହିଁ। ସେବେଠାରୁ ଅଭିଯୁକ୍ତମାନେ ବି ଆଗୁଆ ଜାମିନ ପାଇଁ ଆବେଦନ କରିସାରିଛନ୍ତି।

ଉକ୍ତ ୮ ବ୍ୟକ୍ତି ସବୁବେଳେ ହଇରାଣ କରୁଥିଲେ ବୋଲି ଦୁହେଁ ଭିଡିଓରେ କହିଛନ୍ତି। କିନ୍ତୁ, ଏହାର କୌଣସି କାରଣ ଦର୍ଶାଇ ନାହାନ୍ତି।

କିନ୍ତୁ, ଧନଞ୍ଜୟ ଅଭିଯୋଗ କରିଛନ୍ତି ଯେ, ଏହି ମାମଲାରେ ଜଣେ ମନ୍ତ୍ରୀ ସମ୍ପୃକ୍ତ ଅଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button