‘ବାହାଘରର ୫ବର୍ଷ ପରେ ମା’ ହେବାର ସୌଭାଗ୍ୟ ପାଇଲି’ – Utkal Mail
ମୁମ୍ବାଇ: ଅଭିନେତ୍ରୀ ରୁବିନା ଦିଲେକଙ୍କ ଘରକୁ ଖୁବଶୀଘ୍ର କୁନି ଅତିଥିଙ୍କ ଆଗମନ ହେବ। ଏଥିପାଇଁ ରୁବିନା ଓ ଅଭିନବ ଶୁକ୍ଳାଙ୍କ ପରିବାର ଜୋରସୋର ପ୍ରସ୍ତୁତି ବି ଏବେ ଠାରୁ ଆରମ୍ଭ କରି ଦେଲେଣି। ଏହି ଖୁସି ଖବରକୁ ରୁବିନା ନିଜେ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି।
ଏଯାବତ ଗର୍ଭବତୀ ଥିବା ଖବରକୁ ରୁବିନା ଗଣମାଧ୍ୟମରୁ ଲୁଚାଇ ରଖିବାକୁ ଚାହୁଥିଲେ। ସେଥିପାଇଁ ସେ ଆମେରିକାକୁ ଲମ୍ବା ଛୁଟି କଟାଇବାକୁ ଚାଲିଯାଇଥିଲେ। ତେଣୁ ରୁବିନା ଓ ତାଙ୍କ ସ୍ବାମୀ ତଥା ଅଭିନେତା ଅଭିନବ ଶୁକ୍ଲା ନିଜ ବନ୍ଧୁମାନଙ୍କୁ ମଧ୍ୟ ଭେଟୁ ନଥିଲେ ବୋଲି ଖବର ସାମ୍ନାକୁ ଆସିଥିଲା।
ତେବେ ସମ୍ପ୍ରତି ରୁବିନା ନିଜେ ତାଙ୍କ ସ୍ବାମୀ ଅଭିନବ ଶୁକ୍ଳାଙ୍କ ସହିତ ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ଫଟୋରେ ରୁବିନା ତାଙ୍କ ବେବି ବମ୍ପକୁ ସ୍ପଷ୍ଟ ଭାବେ ଦେଖାଇଥିବା ନଜର ଆସୁଛି।
ସ୍ବାମୀଙ୍କ ସହିତ ଫଟୋ ସେୟାର କରି ରୁବିନା କ୍ୟାପସନରେ ଲେଖିଛନ୍ତି, ‘ଆମେ ଯେତେବେଳେ ପରସ୍ପରକୁ ଡେଟ କରୁଥିଲୁ ସେତେବେଳେ ଅଭିନବ ଓ ମୁଁ କଥା ଦେଇଥିଲୁ କି ଦୁହେଁ ଆଗକୁ ସାଥୀ ହୋଇ ବାଟ ଚାଲିବୁ। ଯେତେ ବି ବାଧା ଆସିଲେ କେବେ କାହା ହାତ ଛାଡ଼ିବୁ ନାହିଁ। ୨୦୧୮ରେ ଆମର ବିବାହ ହୋଇଥିଲା। ବାହାଘର ପରେ ଆମେ ବେଶ ଖୁସିରେ ସମୟ କାଟିଛୁ।
ବାହାଘରର ୫ବର୍ଷ ପରେ ମୋ ଜୀବନରେ ଆଉ ଏକ ଖୁସିର ମୁହୂର୍ତ୍ତ ଆସିଛି। କାରଣ ମୁଁ ମା’ ହେବାକୁ ଯାଉଛି। ମୋର ଆଉଗୋଟେ ନୂଆ ଜୀବନ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଭଗବାନ ମୋତେ ଆର୍ଶୀବାଦ କରନ୍ତୁ।’