ଓଡିଶା

ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉପରେ ଏସମା କଟକଣା: ଅବଧି ବଢାଇଲେ ସରକାର – Utkal Mail



ଭୁବନେଶ୍ୱର:ଓଡ଼ିଶା ସରକାର ରାଜ୍ୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଷ୍ଟ୍ରାଇକ ଉପରେ ଏସମା ଅଧୀନରେ ଲାଗିଥିବା କଟକଣାକୁ ଆଉ ୬ ମାସ ବଢାଇ ଦେଇଛନ୍ତି ।

ରାଜ୍ୟ ଗୃହ ବିଭାଗ ପକ୍ଷରୁ ବୁଧବାର ମିଳିଥିବା ସୂଚନା ଅନୁଯାୟୀ, ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାରୀ ଡାକ୍ତରଖାନା, ଡିସପେନ୍ରରି, ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଏବଂ ସବଡିଭିଜନାଲ ହସ୍ପିଟାଲ, ଇଏସଆଇ ହସ୍ପିଟାଲ, ମେଡକାଲ କଲେଜ ଏବଂ ହସ୍ପିଟାଲ ତଥା ସରକାରୀ ସହାୟତା ପ୍ରାପ୍ତ ଅନ୍ୟ ସ୍ୱୟଂ ଚାଳିତ ସ୍ୱାସ୍ଥ୍ୟ ଅନୁଷ୍ଠାନରେ କାର୍ଯ୍ୟରତ ନର୍ସ, ପାରାମେଡିକାଲ, ଟେକ୍ନସିଆନ, କ୍ଲାସ ୩-୪ କର୍ମଚାରୀମାନଙ୍କ ଆନ୍ଦୋଳନ ଉପରେ ଏହି କଟକଣା ଜାରି କରାଯାଇଛି ।

ଓଡ଼ିଶା ଅତ୍ୟାବଶ୍ୟକ ସେବା ଆଇନ ୧୯୮୮ ସେକ୍ସନ-୩ ଅନୁଯାୟୀ ରାଜ୍ୟ ସରକାର ଏହି ସେବା କ୍ଷେତ୍ରରେ କଟକଣା ଜାରି କରିଛନ୍ତି । ଏହି କଟକଣା ଆଜିଠାରୁ ୬ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button