ପରିବାର ଅଦାଲତ ସମ୍ମୁଖରେ ଦୁଇପକ୍ଷଙ୍କ ଖଣ୍ଡଯୁଦ୍ଧ
ବାଲେଶ୍ୱର,: ବାଲେଶ୍ୱର ଫାମେଲି କୋର୍ଟ ପରିସର ପାଲଟିଲା ରଣକ୍ଷେତ୍ର । ସ୍ୱାମୀ- ସ୍ତ୍ରୀ ଲାଗିଲେ ଟଣାଓଟରା ଓ ମାରପିଟ । ମାରପିଟ ଏତେ ବଢି ଗଲାଯେ ଶେଷରେ ଓକିଲଙ୍କୁ ହସ୍ତକ୍ଷେପ କରିବାକୁ ପଡିଥିଲା । ସୂଚନାଯୋଗ୍ୟ ଯେ ବାଲେଶ୍ୱର ଭୋଗରାଇ ବ୍ଳକ ଦେହୁରଦା ଗ୍ରାମର ଡ଼. ସିଦ୍ଧାର୍ଥ ସ୍ୱରୂପ ଜେନା ୨୦୧୫ ମସିହାରେ ବାଲେଶ୍ୱର ସହଦ୍ୱେଖୁଣ୍ଟା ଅଞ୍ଚଳରେ ଲୁତୁଶ୍ରୀ ଙ୍କୁ ବିବାହ କରିଥିଲେ । ମାତ୍ର ଦୁଇ ବର୍ଷ ପରେ ଅର୍ଥାତ ୨୦୧୭ ମସିହାରେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ପାରିବାରିକ କଳହ ସୃଷ୍ଟି ହେଲା । ପରେ ୨୦୧୮ ମସିହାରେ କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରାଯାଇଥିଲା । ମାତ୍ର ଆଜି ଅଦାଲତରେ ଉଭୟଙ୍କୁ କାଉନସେଲିଂ ପାଇଁ ଡକା ଯାଇଥିଲା । ଫଳରେ ଉଭୟେ ବାଲେଶ୍ୱର ଫାମେଲି କୋର୍ଟକୁ କାଉନସେଲିଂ ପାଇଁ ଆସିଥିଲେ । ଉଭୟ କୋର୍ଟରେ ଦେଖା ହେବା ପରେ ଉଭୟ ମଧ୍ୟରେ କଥା କଟାକାଟି ଓ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ତାହା ପରେ ଏହି ଯୁକ୍ତିତର୍କ ଧୀରେ ଧୀରେ ବଢ଼ିବାରେ ଲାଗିଲା ଯାହା ଫଳରେ କି କୋର୍ଟ ମଧ୍ୟରେ ମାରପିଟା ଲାଗି ଯାଇଥିଲା । ଏହା ପରେ କୋର୍ଟ ପରିସର ରଣକ୍ଷେତ୍ରରେ ପାଲଟି ଯାଇଥିଲା । ଶେଷରେ ଓକିଲମନେ ହସ୍ତକ୍ଷେପ କରିବାରୁ ସେମାନେ କୋର୍ଟ ପରିସର ଛଡି ପଳାଇ ଯାଇଥିଲେ ।