ଦେଶ ବିଦେଶ

ଅଯୋଧ୍ୟାରେ ରାମଲଲାଙ୍କୁ ଦର୍ଶନ କଲେ ଯୋଗୀ, ମନ୍ଦିର ନିର୍ମାଣ କାର୍ଯ୍ୟର କଲେ ସମୀକ୍ଷା – Utkal Mail


ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର ଏକ ଦୁଇ ଘଣ୍ଟିଆ ସଂକ୍ଷିପ୍ତ ଗସ୍ତରେ ଅଯୋଧ୍ୟାରେ ପହଞ୍ଚିଥିଲେ । ଏହି ସମୟରେ ସେ ଶ୍ରୀରାମ ଜନ୍ମଭୂମି ପରିସରରେ ପହଞ୍ଚି ଭଗବାନ ରାମଲଲାଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ଭଗବାର ରାମଲଲାଙ୍କ ଦର୍ଶନ ସହ ସେ ନିଜେ ଘଣ୍ଟି ବଜାଇ ଆରତୀ କରିଥିଲେ ।

ମୁଖ୍ୟମନ୍ତ୍ରୀ ଯୋଗୀ ଠିକ୍ ୧୧ଟାରେ ହେଲିକପ୍ଟର ଯୋଗେ ଅଯୋଧ୍ୟାରେ ପହଞ୍ଚିଥିଲେ, ଯେଉଁଠାରେ ସିଏମ ଯୋଗୀ ହେଲିକପ୍ଟର ରାମକଥା ପାର୍କ ହେଲିପ୍ୟାଡରେ ଅବତରଣ କରିଥିଲା, ଯାହା ପରେ ସେ ଏଠାରୁ ସିଧାସଳଖ ଶ୍ରୀରାମ ଜନ୍ମଭୂମି ପରିସରକୁ ଯାଇଥିଲେ ଏବଂ ଏହା ପରେ ସେ ସେଠାରେ ଭଗବାନ ରାମଙ୍କୁ ପୂଜା କରିଥିଲେ । ଏହି ସମୟରେ ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟର ସମ୍ପାଦକ ଚମ୍ପତ ରାୟଙ୍କୁ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ।

ରାମଲଲ୍ଲାଙ୍କୁ ପୂଜାର୍ଚ୍ଚନା କରିବା ପରେ ଯୋଗୀ ଅଯୋଧ୍ୟାରେ ନିର୍ମାଣ ହେଉଥିବା ଭବ୍ୟ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଦେଖିବାକୁ ଯାଇଥିଲେ। ରାମ ମନ୍ଦିର ନିର୍ମାଣକାର୍ଯ୍ୟରେ ନିୟୋଜିତ ଅଧିକାରୀମାନେ ତାଙ୍କୁ ମନ୍ଦିର ନିର୍ମାଣ କାର୍ଯ୍ୟର ପ୍ରତ୍ୟେକ ବିବରଣୀ ପ୍ରଦାନ କରିଥିଲେ, ଯୋଗୀ ମଧ୍ୟ ପୂରା କାର୍ଯ୍ୟକୁ ବହୁତ ଧ୍ୟାନର ସହ ଦେଖିଥିଲେ । ମୁଖ୍ୟମନ୍ତ୍ରୀ ଯୋଗୀ ପୁଜ୍ୟ ମହନ୍ତ ଶ୍ରୀ ରାମଚନ୍ଦ୍ର ପରମହଂସ ଦାସ ଜୀ ମହାରାଜଙ୍କ ସମାଧି ସ୍ଥଳ ପରିଦର୍ଶନ କରି ସେଠାରେ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ ।

 




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button