ଧର୍ମ

ଆନନ୍ଦମାର୍ଗ ବିଦ୍ୟାଳୟରେ ଆଧ୍ୟାତ୍ମବାଦ ଆଲୋଚନାଚକ୍ର

ବାଲେଶ୍ୱର,: ସଦର ବ୍ଲକ ଅନ୍ତର୍ଗତ ଆକିନିଆଁ ଆନନ୍ଦମାର୍ଗ ବିଦ୍ୟାଳୟରେ ଏକ ବୌଦ୍ଧିକ ତଥା ଆଧ୍ୟାତ୍ମିକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଆନନ୍ଦମାର୍ଗର କେନ୍ଦ୍ରୀୟ ସମ୍ପାଦକ ଆଚାର୍ଯ୍ୟ ପ୍ରିୟକୃଷ୍ଣାନନ୍ଦ ଅବଧୂତ ଏଥିରେ ବିଶେଷ ଅତିଥି ଭାବେ ଯୋଗଦେଇ ମାନବ ସମାଜର ସାମଗ୍ରିକ ବିକାଶ ପାଇଁ କର୍ମଯୋଗ ସାଙ୍ଗକୁ ଆଧ୍ୟାତ୍ମିକ ସାଧାନା ଏକାନ୍ତ ଆବଶ୍ୟକ ବୋଲି କହିଥିଲେ । ଉତ୍କଳ ସମାଜ ସମ୍ପାଦକ ଡ. ଭାସ୍କର ଚନ୍ଦ୍ର ଜେନାଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଫକୀର ମୋହନ ଜୁନିୟର କଲେଜ ଅଧ୍ୟକ୍ଷ ପ୍ରଦୀପ କୁମାର ରଣା ଓ ଅଧ୍ୟାପକ ଡ.ସନ୍ତୋଷ କୁମାର ରାଉତ ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗଦେଇ ମାନବ ସମାଜର ବିକାଶରେ ଅଧ୍ୟାତ୍ମବାଦ ଯୁଗେ ଯୁଗେ ଶ୍ରେଷ୍ଠତା ଲାଭ କରିଛି ବୋଲି ମତ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଚାର୍ଯ୍ୟ ମୁକ୍ତି ଚେତସାନନ୍ଦ, ଆଚାର୍ଯ୍ୟ ମହୀଦେବାନନ୍ଦ, ଆଚାର୍ଯ୍ୟ ଜପକୃଷ୍ଣାନନ୍ଦ ପ୍ରମୁଖ ଏଥିରେ ବିଶେଷ ବକ୍ତା ଭାବେ ଯୋଗଦେଇ ମାନବବାଦର ବିଭିନ୍ନ ତତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ଆନନ୍ଦମାର୍ଗ ବିଦ୍ୟାଳୟର ମୁଖ୍ୟ ଉପଦେଷ୍ଟା ପରିକ୍ଷୀତ ଜେନା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଷଲ । ଏହି ଅବସରରେ ପ୍ରଫୁଲ ଓ ସ୍ୱର୍ଣ୍ଣପ୍ରଭାଙ୍କର ସୁପୁତ୍ର ଶ୍ରେୟାଂସ ପ୍ରିୟତୋଷର ଜନ୍ମଦିବସ ପାଳନ କରାଯାଇଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button