ଦେଶ ବିଦେଶ
ଅଗଷ୍ଟ ୨୪ରେ ହାଜର ହେବାକୁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କୁ ‘ଇଡି’ ସମନ୍ – Utkal Mail
ନୂଆଦିଲ୍ଲୀ: ଜମି ଜବରଦଖଲ ମାମଲାରେ ଅଗଷ୍ଟ ୨୪ ତାରିଖ ଦିନ ଅଦାଲତରେ ହାଜର ହେବା ପାଇଁ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ (ଇଡି) ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କୁ ସମନ୍ ଜାରି କରିଛି।
ଏହି ମାମଲାରେ ଅଗଷ୍ଟ ୧୪ ତାରିଖ ଦିନ ହାଜର ହେବା ପାଇଁ ପୂର୍ବରୁ ‘ଇଡି’ ମୁଖ୍ୟମନ୍ତ୍ରୀ ସୋରେନ୍ଙ୍କୁ ସମନ୍ ଜାରି କରିଥିଲା। କିନ୍ତୁ, ଅଧିକ ସମୟ ଆବଶ୍ୟକ ବୋଲି ଜଣାଇ ସେ ସେଦିନ ‘ଇଡି’ କାର୍ଯ୍ୟାଳୟରେ ହାଜର ହୋଇ ନ ଥିଲେ।
ଏହା ପୂର୍ବରୁ ଏକ ବେଆଇନ ଖଣି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟର ରାଞ୍ଜି ଅଫିସ୍ ମୁଖ୍ୟମନ୍ତ୍ରୀ ସୋରେନ୍ ଓ ତାଙ୍କ ସ୍ତ୍ରୀଙ୍କୁ ପ୍ରାୟ ୧୦ ଘଣ୍ଟା ଜେରା କରିଥିଲା।