ବିଚାର

ରାବଣ ମୃତ୍ୟୁ ବରଣ କରିବା ପୂର୍ବରୁ ଲକ୍ଷ୍ମଣଙ୍କୁ କହିଥିଲେ ଏହି ୧୦ ଟି କଥା , ଯାହା ଆପଣଙ୍କ ଜୀବନ ବର୍ବାଦ କରିପାରେ :-

ରାବଣର ବ୍ୟକ୍ତିତ୍ୱ ଉପରେ ସମସ୍ତେ ଘୃଣା କରନ୍ତି । କାରଣ ରାବଣ ମଧ୍ୟରେ ରାକ୍ଷସ ପ୍ରବୃତ୍ତି ରହିଥିଲା ଏବଂ ଅନେକ ଖରାପ ଗୁଣ ରହିଥିଲା । ମାତ୍ର ରାବଣର ଅନେକ ଭଲ ଗୁଣ ମଧ୍ୟ ରହିଥିଲା , ଯାହାକୁ ଅମାନ୍ୟ ମଧ୍ୟ କରାଯାଇ ପାରିବ ନାହିଁ । ରାବଣ ଅତ୍ୟନ୍ତ ଜ୍ଞାନୀ ଥିଲା ଯାହାକୁ ଶାସ୍ତ୍ରର ଭଣ୍ଡାର ମଧ୍ୟ କୁହାଯାଉଥିଲା । ଦଶରଥଙ୍କ ପୁଅ ରାମଚଦ୍ର ଯେତେବେଳେ ନିଜର ସାନ ଭାଇ ଲକ୍ଷ୍ମଣ ଏବଂ ସୀତାଙ୍କ ସହିତ ବନବାସ ଯାଇଥିଲେ ସେତେବେଳେ ବନବାସ ପୁରିବାକୁ ଯେତେବେଳେ ଏକ ବର୍ଷ ବାକି ଥିଲା ସେତେବେଳେ ରାବଣ ମାତା ସୀତାଙ୍କୁ ହରଣ କରି ନେଇ ଯାଇଥିଲେ ଏବଂ ଅଶୋକ ବାଟିକାର ଏକ ବୃକ୍ଷ ତଳେ ସ୍ଥାପିତ କରିଥିଲେ ।

ତେବେ ରାବଣକୁ ଜଣେ ସ୍ୱର୍ଗର ଅପ୍ସରା ଅଭିଶାପ ଦେଇଥିଲେ ଯେ ଯଦି ସେ କୌଣସି ମହିଳାଙ୍କ ଇଚ୍ଛା ବିନା ତାଙ୍କୁ ବିବାହ କରନ୍ତି ତେବେ ତାଙ୍କର ସର୍ବନାଶ ହୋଇଯିବ । ତେଣୁ ରାବଣ ମାତା ସୀତାଙ୍କୁ ଅଶୋକ ବାଟିକାର ଏକ ବୃକ୍ଷ ତଳେ ରଖି ତାଙ୍କ ବିବାହ କରିବା ପାଇଁ କହିଥିଲେ । ମାତ୍ର ମାତା ସୀତା ସେଥିରେ ରାଜି ହୋଇ ନଥିଲେ । ଏହି କାରଣରୁ ରାବଣ ଏବଂ ରାମଚନ୍ଦ୍ରଙ୍କ ମଧ୍ୟରେ ମହା ଯୁଦ୍ଧ ହୋଇଥିଲା ଏବଂ ରାମଚନ୍ଦ୍ର ରାବଣର ବଧ କରିଥିଲେ । ମାତ୍ର ରାବଣର ଅନ୍ତିମ ସମୟରେ ରାମଚନ୍ଦ୍ର ଲକ୍ଷ୍ମଣଙ୍କୁ କହିଥିଲେ ଯେ ରାବଣ ତିନିଲୋକରେ ସବୁଠାରୁ ଜ୍ଞାନୀ ତେଣୁ ତାଙ୍କ ଠାରୁ ଜ୍ଞାନ ଆରୋହଣ କରି ନିଅନ୍ତୁ । ଯେଉଁଠି ରାବଣ ଏହି ଜ୍ଞାନ ଦେଇଥିଲେ ଯେ

୧ . ଶୁଭ କାର୍ଯ୍ୟ କରିବାରେ ବିଳମ୍ବ କରିବା ଉଚିତ ନୁହେଁ ଏବଂ ଅଶୁଭ କାର୍ଯ୍ୟକୁ ଯେତେ ଟାଳିଲେ ଆହୁରି ଭଲ ହୋଇଥାଏ । ଆଉ ଏହି କାରଣରୁ ହିଁ ତାଙ୍କର ବଧ ହୋଇଥିବା ସେ କହିଥିଲେ । ନଚେତ ସବୁକିଛି ନଷ୍ଟ ହୋଇଯାଏ ।

୨ . ନିଜର ଶତ୍ରୁ କିମ୍ବା ବିରୋଧୀକୁ ଦୁର୍ବଳ ଭାବିବା ଭଳି ଭୁଲ ଆଦୋୖ କରିବା ଉଚିତ ନୁହେଁ ।

୩ . ତୃତୀୟ କଥା ଏହା ଥିଲା ଯେ କୌଣସି ଜୀବକୁ ତୁଚ୍ଛ ମଣିବା ଉଚିତ ନୁହେଁ । କାରଣ ରାବଣ ବ୍ରହ୍ମାଙ୍କୁ ବର ମାଗିବା ସମୟରେ କହିଥିଲେ ଯେ ତାଙ୍କ ମୃତ୍ୟୁ ଯେମିତି ବାନର ଏବଂ ମନୁଷ୍ୟ ବ୍ୟତୀତ ଆଉ କୌଣସି ପ୍ରାଣୀ ଦ୍ୱାରା ନହେଉ । ସେତେବେଳେ ରାବଣ ଏହି ଦୁଇ ପ୍ରାଣୀଙ୍କୁ ତୁଚ୍ଛ ମନେ କରିଥିଲେ । ଯେଉଁ କାରଣରୁ ଏଭଳି ଦୋଷା ଭୋଗିବାକୁ ପଡ଼ିଥିଲା ।

୪ . ସର୍ବଦା ନିଜ ଶକ୍ତିକୁ ଅର୍ଜିତ କରିବା ଉଚିତ । ଯାହାଦ୍ୱାରା ଦୁନିଆରେ ବିଜୟ ପ୍ରାପ୍ତ କରିହେବ ।

୫ . ମନୁଷ୍ୟକୁ ସର୍ବଦା ନୂତନ ଆବିଷ୍କାର ଏବଂ ଅନୁସନ୍ଧାନ କରିବା ଉଚିତ ।

୬ . ତପସ୍ୟା ଦ୍ୱାରା ସବୁକିଛି ଅର୍ଜିତ କରାଯାଇ ପାରିବ । ଯେଉଁ ବ୍ୟକ୍ତି ପାଖରେ ତପ ଶକ୍ତି ଥାଏ ସେହି ବ୍ୟକ୍ତି ଜୀବନରେ ସବୁକିଛି ଅର୍ଜନ କରିପାରେ ।

୭ . ମନୁଷ୍ୟକୁ ନିଜ ଜୀବନକାଳରେ ସର୍ବଦା ଗୋଟିଏ ଇଷ୍ଟଦେବଙ୍କୁ ପ୍ରାର୍ଥନା କରିବା ଉଚିତ । ଏପରି କରିବା ଦ୍ୱାରା ବଳ ଏବଂ ଶକ୍ତି ପ୍ରାପ୍ତ ହୋଇଥାଏ ।

୮ . ମନୁଷ୍ୟକୁ ଆୟୁର୍ବେଦ ଏବଂ ରସାୟନ ଉଭୟରେ ଜ୍ଞାନ ରହିବା ଉଚିତ । ଯାହାଦ୍ୱାରା ମନୁଷ୍ୟ ନିଜେ ନିଜର ଶାରୀରିକ ସମସ୍ୟାକୁ ଠିକ କରି ପାରିବ ।

୯ . ମନୁଷ୍ୟକୁ ନିଜର ଲକ୍ଷ ସ୍ଥିର ରଖିବା ଉଚିତ ଏବଂ ସେହି ଲକ୍ଷ ଦିଗରେ ଅଧ୍ୟବସାୟ ଦ୍ୱାରା ଆଗକୁ ଚାଲିବା ଉଚିତ । ଏହାଦ୍ବାରା ଲକ୍ଷ ହାସଲ ନିଶ୍ଚିତ ହୋଇଥାଏ । ମନୁଷ୍ୟକୁ ନିଜର ଲକ୍ଷ ହାସଲ ଦିଗରେ ସର୍ବଦା ତତ୍ପର ରହିବା ଉଚିତ ।

୧୦ . ମନୁଷ୍ୟକୁ ସର୍ବଦା ଶାସ୍ତ୍ରର ଅଧ୍ୟାୟନ କରିବା ଉଚିତ । ଏହାଦ୍ବାରା ପ୍ରତ୍ୟେକ ଦିନ କିଛି ନା କିଛି ଜ୍ଞାନ ଆରୋହଣ ନିଶ୍ଚୟ ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button