ବିଚାର

କରଜରୁ ମୁକ୍ତି ପାଇବା ପାଇଁ ଭି ସମାଧାନ ଆପଣାନ୍ତୁ, ମିଳିବ ଆଶ୍ଚର୍ଯ୍ୟଜନକ ଫଳାଫଳ

ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ମନୁଷ୍ୟ ଏତେ ବ୍ୟସ୍ତ ଯେ ରୋଜଗାର ପାଇଁ ଅନେକ ପରିଶ୍ରମ କରିଥାଏ ସତ କିନ୍ତୁ ସମସ୍ୟାରେ ପଡ଼ିଲେ ସେହି ସମସ୍ୟାର ବାଟ ବାହାର ନକରି ମାନସିକ ଚିନ୍ତାଗ୍ରସ୍ତ ହୋଇଯାଏ । ଯେଉଁ କାରଣରୁ ଜୀବନରେ ଅନେକ ସମସ୍ୟା ଦେଖା ଦେଇଥାଏ ।

ସେହି ସମସ୍ୟାରୁ ନିଜକୁ ଦୂର କରିବା ପାଇଁ ମନୁଷ୍ୟ କିଛି ସହଜ ଉପାୟ କରି ପାରିବ । ଯାହାଦ୍ୱାରା କରଜ ସମସ୍ୟା , ଆର୍ଥିକ ସମସ୍ୟା ଏବଂ ଜୀବନର ଅନ୍ୟାନ୍ୟ ସମସ୍ୟା ମଧ୍ୟ ଦୂର ହୋଇଯିବ । ଆମ ପ୍ରାଚୀନ ଶାସ୍ତ୍ରରେ ମଧ୍ୟ ଏହି ବିଷୟରେ ଅନେକ ବର୍ଣ୍ଣନା ରହିଛି । ତେବେ ଏହି ପାଞ୍ଚଟି ଉପାୟ ଆପଣ ନିଶ୍ଚିତ କରିବା ଉଚିତ । ଏହାକୁ ମହିଳା ମାନେ ମାସିକ ଧର୍ମ ସମୟରେ ମଧ୍ୟ କରି ପାରିବେ ।

ପ୍ରଥମ ଉପାୟ ଅନୁଯାୟୀ ମଙ୍ଗଳବାର ଦିନ କଞ୍ଚା ମୁଗ ଆଣି ତାହାକୁ ପାଣିରେ ଭିଜାଇ ରଖି ଦିଅନ୍ତୁ ଏବଂ ଆଗାମୀ ଦିନ ଅର୍ଥାତ ବୁଧବାର ଦିନ ତାହାକୁ କୌଣସି ଗାଈକୁ ଖୁଆଇ ଦିଅନ୍ତୁ । ଏହି ସମୟରେ ଗାଈକୁ ନମସ୍କାର କରି ନିଜର ମନସ୍କାମନା ମଧ୍ୟ କହି ଦିଅନ୍ତୁ ।ଏହି ଉପାୟ ଲଗାତାର ପ୍ରତ୍ୟେକ ବୁଧବାର କରନ୍ତୁ ।

ଦେଖିବେ ଆପଣଙ୍କ ଆମଦାନୀରେ ନିଶ୍ଚୟ ବୃଦ୍ଧି ହେବ । ଗୋମାତାଙ୍କ ସେବା କଲେ ୩୩ କୋଟି ଦେବଦେବୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଆଉ ଏକ ଉପାୟ ଅନୁଯାୟୀ ଏକ କପଡ଼ାରେ ସାତ ପ୍ରକାରର ଶସ୍ୟ ନେଇ ଅଳ୍ପ ଅଳ୍ପ ରଖି ତାହାକୁ ଗୁଡ଼ାଇ ବିଛଣାରେ ମୁଣ୍ଡ ପାଖରେ କିମ୍ବା ତକିଆ ତଳେ ରଖି ଦିଅନ୍ତୁ । ଏହାକୁ ଆଗାମୀ ଦିନ ସକାଳୁ ପକ୍ଷୀକୁ ଖାଇବାକୁ ଦିଅନ୍ତୁ । ଏହାଦ୍ବାରା କାହାରି ନଜର ଦୋଷ , ଗ୍ରହ ଜନିତ ସମସ୍ୟା ମଧ୍ୟ ଦୂର ହୋଇଯିବ । ଏହାଦ୍ବାରା ଦୁଃଖ ମଧ୍ୟ ଦୂର ହୋଇଥାଏ ।

ପଶୁ ପକ୍ଷୀ ଏବଂ ଦୁଃଖୀଙ୍କୁ ଭୋଜନ ଦେଲେ ମନୁଷ୍ୟ ଜୀବନରେ ଦୁଃଖ ରୋଗ ଦୂର ହୋଇଥାଏ ବୋଲି କୁହାଯାଏ । ଅନେକ ସମୟରେ କରଜ ବଢ଼ିଯାଏ ଏବଂ ଘରେ କଳହ ବାଦ ବିବାଦ ଆରମ୍ଭ ହୋଇଯାଏ । ତେଣୁ ଏଥିପାଇଁ ଘରେ ପ୍ରତ୍ୟେକ ଦିନ କୌଣସି ସମୟରେ ଥରେ ନିଶ୍ଚିତ ଭାବରେ ସୁନ୍ଦରକାଣ୍ଡର ପାଠ କରିବା ଉଚିତ ।

ଏହି ପାଠ ଦ୍ୱାରା ଘରର ନକରାତ୍ମକ ଶକ୍ତି ବିଚଳିତ ହୋଇ ଦୂର ହୋଇଯାଏ । ଏହାଦ୍ବାରା ରୋଜଗାର , କାରବାର , ବିପତ୍ତି ଅଭାବ ସବୁ ଦୂର ହୋଇଯିବ । ଏହାଦ୍ବାରା ରୋଗ ଦୂର ହୋଇଥାଏ ଏବଂ ଘରକୁ କୌଣସି ନକରାତ୍ମକ ଶକ୍ତି ପ୍ରବେଶ କରେ ନାହିଁ ସୁନ୍ଦରକାଣ୍ଡ ପାଠ କରିବା ଅତ୍ୟନ୍ତ ଲାଭ ଦାୟକ ମାତ୍ର ଏହାକୁ ଶୁଣିବା ମଧ୍ୟ ଅତ୍ୟନ୍ତ ଲାଭଦାୟକ ଅଟେ ।

Related Articles

Leave a Reply

Your email address will not be published. Required fields are marked *

Back to top button