ସକାଳୁ ଉଠି ନିଜ ହାତ ପାପୁଲି ଦେଖିବା ଦ୍ଵାରା ମିଳିଥାଏ ଏହିସବୁ ଆଶ୍ଚର୍ଯ୍ୟଜନକ ଫାଇଦା ନିଶ୍ଚିତ ଜାଣି ରଖନ୍ତୁ

ହାତରେ ରେଖାରେ ରହିଥାଏ ଆମ ଜୀବନର ରହସ୍ୟ। ଏହି ରେଖାରୁ ଆମ ଜୀବନରେ କଣ ଘଟିବ ଓ କିପରି ରହିବ ତାହା ଅନୁମାନ କରାଯାଇ ପାରେ। ହିନ୍ଦୁ ଶାସ୍ତ୍ରରେ ଏହି ହାତର ରେଖା ବିଷୟରେ ରହିଛି ଅନେକ ତଥ୍ୟ। ଯେଉଁଥିରେ ସକାଳୁ ଉଠି ହାତ ପାପୁଲି ଦେଖିବାକୁ କୁହାଯାଇଛି। କାରଣ ସକାଳୁ ଉଠି ହାତ ପାପୁଲି ଦେଖିଲେ ଭାଗ୍ୟ ଉଜ୍ଜଳ ହୋଇଥାଏ। ଆପଣ ପ୍ରୟାସ କରୁଥିବା କାର୍ଯ୍ୟରେ ସଫଳତା ମିଳିବା ସହିତ ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ଼ ହୁଏ। ଏହା ସହ ଆପଣଙ୍କ ଶରୀରରେ ସକାରାତ୍ମକ ଶକ୍ତି ମଧ୍ୟ ସୃଷ୍ଟି ହୋଇଥାଏ।

ଯେତେବେଳେ କୌଣସି ବ୍ୟକ୍ତି ବିଶ୍ବାସର ସହ ନିଜ ହାତ ପାପୁଲି ଦେଖିଥାନ୍ତି,ସେତେବେଳେ ନିଜ ଆତ୍ମବିଶ୍ବାସ ବଢିଥାଏ। ସେହିପରି ହାତ ପାପୁଲି ଦର୍ଶନ କଲେ, ତୀର୍ଥ ଯାତ୍ରାର ସୁଯୋଗ ମିଳିଥାଏ ବୋଲି ଶାସ୍ତ୍ରରେ କୁହାଯାଇଛି। ଶାସ୍ତ୍ର ବିଶାରଦଙ୍କ ମତ ଅନୁସାରେ, ମନୁଷ୍ୟ ହାତରେ ତୀର୍ଥ ରହିଛି। ଏହି ମତ ଅନୁସାରେ ଚାରି ଆଙ୍ଗୁଳିର ଆଗ୍ର ଭାଗରେ ଦେବତୀର୍ଥ ରହିଛି।

ସକାଳୁ ଉଠି ହାତ ପାପୁଲି ଦେଖିବା ସମ୍ପର୍କରେ ଶାସ୍ତ୍ରରେ ଅନ୍ୟ କାରଣ ମଧ୍ୟ ରହିଛି। ଶାସ୍ତ୍ର ଅନୁସାରେ, ହାତ ପାପୁଲିରେ ଲକ୍ଷ୍ମୀ,ସରସ୍ୱତୀ ଓ ବ୍ରହ୍ମା ବାସ କରିଥା’ନ୍ତି। ହାତ ପାପୁଲିର ଅଗ୍ରଭାଗରେ ଲକ୍ଷ୍ମୀ, ମଝିରେ ସରସ୍ୱତୀ ଓ ଶେଷରେ ବ୍ରହ୍ମା ଅବସ୍ଥାନ କରୁଥିବା ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି।