ଦେଶ ବିଦେଶ

ସ୍ଵାମୀ ସହିଦ ହୋଇଗଲେ ଦେଶ ପାଇଁ, ଶେଷରେ ସହିଦଙ୍କ ପତ୍ନୀ ମଧ୍ୟ ସାମିଲ ହେଲେ ସେନାରେ – କହିଲେ ମୋ ସ୍ଵାମୀଙ୍କ ପାଇଁ ମୁଁ…

ଆଜି କାଲି ଯେବେ ବି ଆମେ ଖର ଦେଖୁଚୁ କି ପଢୁଛେ ପ୍ରାୟତଃ ଦେଶର ସହିଦ ଯବାନ ମାନଙ୍କ ବିଷୟରେ କିଛି ନା କିଛି ଖବର ନିଶ୍ଚୟ ଶୁଣିବାକୁ ମିଳୁଛି । ଦେଶରେ ଏବେ ଏତେ ଆତଙ୍କ ଖେଳି ଗଲାଣି ଯେ ସବୁଦିନ ଆମ ଦେଶ ପାଇଁ କେହି ନା କେହି ନିଜ ଜୀବନ ଦେଉଛନ୍ତି । ଆପଣ ଏହି ଲୋକ କଥା ତ ଶୁଣିଥିବେ ଯେ, ‘ଯାହା ପୁଅକୁ ସାପ କାମୁଡେ ତା’ ମାଆ ପାଳ ଦଉଡ଼ି ଦେଖିଲେ ଡରେ’। ମାନେ ଯାହାଘରେ କେହି ଆତ୍ମୀୟ ଅରପରିକୁ ଚାଲିଯାଏ ସେ ଘରେ ସବୁଦିନ ଦୁଃଖର ଶୟା ଲାଗି ରୁହେ ।

ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ପରିବାର ବିଷୟରେ କହିବୁ ଯେଉଁଠି ଗୋଟେ ସହିଦଙ୍କସ୍ତ୍ରୀ  ଏପରି ସ୍ଥିତିରେ ବିଚଳିତ ହେବା ବଦଳରେ ନିଜକୁ ପ୍ରସ୍ତୁତ କରି ଆଗକୁ ବଢ଼ିବାର ଦମ୍ଭ ଦେଖାଉଛନ୍ତି ।  ଆତଙ୍କବାଦୀଙ୍କ ସହ ଗୁଳିବିନିମୟ ବେଳେ ସ୍ୱାମୀ ସହିଦ ହୋଇଯିବା ପରେ ଭାଙ୍ଗି ନପଡ଼ି ସଙ୍ଗୀତା ନିଜେ ସେନାରେ ସାମିଲ ହୋଇ ପୂରା ନାରୀ ସମାଜ ପାଇଁ ଉଦାହରଣ ପାଲଟି ଯାଇଛନ୍ତି।

ଆସନ୍ତୁ ଜାଣିବା ସେହି ସହିଦଙ୍କ ବୀର ସ୍ତ୍ରୀ ସମ୍ପର୍କରେ

ସଙ୍ଗୀତାଙ୍କ ପତି ଶିଶିର ମଲ୍ଲ ଭାରତୀୟ ସେନାର ଗୋରଖା ରାଇଫଲ୍‌ରେ ଥିଲେ। ୨୦୧୩ରେ ଜମ୍ମୁ-କଶ୍ମୀରର ବାରମୁଲା ସେକ୍ଟରରେ ଆତଙ୍କବାଦୀଙ୍କ ସହ ମୁକାବିଲାରେ ସହିଦ ହୋଇଥିଲେ । ସେତେବେଳେ ସଙ୍ଗୀତା ଶିକ୍ଷକତା କରୁଥିଲେ। କିନ୍ତୁ ସ୍ୱାମୀ ସହିଦ ହେବା ପରେ ସେ ଶିକ୍ଷକତା ଛାଡ଼ି ଦେଇ ଘରେ ରହି ଶାଶୂଙ୍କ ସେବା କରିବା ଆରମ୍ଭ କରିଥିଲେ । ଏତିକିରେ ତାଙ୍କ ଦୁଃଖ ସରି ନଥିଲା। ପେଟରେ ଥିବା ସ୍ୱାମୀଙ୍କ ସନ୍ତକ ମଧ୍ୟ ଦୁନିଆ ଦେଖି ପାରି ନଥିଲା ଓ ସଙ୍ଗୀତାଙ୍କର ଗର୍ଭପାତ ହୋଇଯାଇଥିଲା।

ବହୁତ କଷ୍ଟ ଥିଲା ତାଙ୍କ ପାଇଁ ଏହି ସବୁ ପରିସ୍ଥିତିରୁ ବାହାରି ନିଜ ଜୀବନ ବଞ୍ଚିବା। ଶାଶୁଙ୍କ ପ୍ରେରଣା ପାଇ ସେ ନିଜ ମନ ବଳ ଦୃଢ କରିଲେ ଓ ଦେଶ ସେବାରେ ସ୍ୱାମୀ ସହିଦ ହୋଇଯିବା ପରେ ସେନାରେ ସାମିଲ ହୋଇ ପତିଙ୍କୁ ଉଚିତ ଶ୍ରଦ୍ଧାଞ୍ଜଳି ଦେବାକୁ ମନ ସ୍ଥିର କରିନେଇଥିଲେ ସଙ୍ଗୀତା । ସେ ଟ୍ରେନିଂ ଶେଷ କରି ଭାରତୀୟ ସେନାରେ ସାମିଲ ମଧ୍ୟ ହୋଇଛନ୍ତି ।

ହେଲେ ସେନାରେ ସାମିଲ ହେବା ଏତେ ସହଜ କଥା ନଥିଲା ସଙ୍ଗୀତଙ୍କ ପାଇଁ। ପରିବାରର ଦେଖାଶୁଣା ସହ କଠିନ ପରିଶ୍ରମ କରି ସେ ଓଟିଏସ୍‌ ପାସ୍‌ କରିଥିଲେ। ଶିଶିର ସହିଦ ହେବାର ମାତ୍ର ୩ ମାସ ମଧ୍ୟରେ ସେ ଓଟିଏସ୍‌ ପାସ୍‌ କରିନେଇଥିଲେ। ଏହାପରେ ସେ ଟ୍ରେନିଂରେ ସାମିଲ ହେବା ସହ ଏଥିରେ ପାସ୍‌ ହୋଇଥିଲେ । ଏବେ ସେ ଶର୍ଟ ସର୍ଭିସ କମିଶନରେ ଲେଫ୍ଟନେଣ୍ଟ ଅଫିସର ଭାବେ ନିଯୁକ୍ତି ପାଇଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button