କରୋନା

କରୋନାରୁ ହିଁ ବାହାରିବ କରୋନାର କାଟ, ଭାରତରେ ନୂଆ ଉପାୟ ଦ୍ଵାରା ଆରମ୍ଭ ହେଲା ଚିକିତ୍ସା

ଭାରତରେ ଖୁବ ଶୀଘ୍ର କରୋନା ଭାଇରସ ସଂକ୍ରମିତ ଲୋକଙ୍କ ପ୍ଲାଜମା ଥେରେପି ଦ୍ଵାରା ଚିକିତ୍ସା ଆରମ୍ଭ ହବ, ପ୍ଲାଜମା ଥେରେପି ରେ କରୋନା ଦ୍ଵାରା ଭଲ ହୋଇଥିବା ଲୋକଙ୍କ ରକ୍ତ ପ୍ଲାଜମା ଦ୍ଵାରା କରୋନା ପୀଡିତ ରୋଗୀଙ୍କ ଚିକିତ୍ସା କରା ଯାଉଛି, ଇଣ୍ଡିଆନ କାଉନ୍ସିଲ ଅଫ ମେଡିକଲ ରିସର୍ଚ କରୋନା ଭାଇରସ ଦ୍ଵାରା ସଂକ୍ରମିତ ଗମ୍ଭୀର ରୂପରେ ପୀଡିତ ଲୋକଙ୍କ ଚିକିତ୍ସା ପ୍ଲାଜମା ତ୍ରାୟଲ ଦ୍ଵାରା କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି । ପ୍ଲାଜମା ଥେରେପି ରେ କରୋନା ଭାଇରସ ଠାରୁ ସମ୍ପୂର୍ଣ ଭାବରେ ଭଲ ହୋଇଥିବା ଲୋକଙ୍କ ୮୦୦ମିଲି ରକ୍ତ ନିଆ ଯାଉଛି ଯାହା ପରେ ଏନ୍ଟିବଡି ଯୁକ୍ତ ପ୍ଲାଜମା ଅଲଗା କରା ଯାଉଛି ଏବଂ ଏହା ପରେ ପୀଡିତ ଥିବା କରୋନା ଭାଇରସ ରୋଗୀ ଶରୀରକୁ ଏହାକୁ ଇଞ୍ଜେକ୍ଟ କରା ଯାଇଥାଏ ।

ଯେତେବେଳେ ଶରୀର କୌଣସି ପ୍ରକାର ରୋଗାଣୁ ଦ୍ଵାରା ସମ୍ପର୍କ ରେ ଆସିଥାଏ ସେତେବେଳେ ଶରୀର ପ୍ରତିରକ୍ଷା ତନ୍ତ୍ର ଆପେ ସକ୍ରିୟ ହୋଇଥାଏ ଏବଂ ଏନ୍ଟିବଡି ରିଲିଜ କରିବା ଆରମ୍ଭ କରିଥାଏ । ତେବେ କରୋନା ଭାଇରସ ଦ୍ଵାରା ଭଲ ହୋଇଥିବା ଲୋକଙ୍କ ପ୍ଲାଜମା ଏମିତି ଥାଏ ଯାହା ଆଗରୁ କରୋନା ସହ ଲଢି ଥାଏ ।  ଅଧ୍ୟୟନ ଅନୁଯାଇ କୌଣସି ଔଷଧ ବା ଭ୍ୟାକ୍ସିନ ନଥିବା ଅବସ୍ତା ରେ ପ୍ଲାଜମା ଥେରେପି ଚିକିତ୍ସା ବହୁତ କାରଗର ଅଟେ । ଚୀନ, ଦକ୍ଷିଣ କୋରିଆ, ୟୁଏସ ଏବଂ ୟୁକେ ମଧ୍ୟ ଏହାର ପ୍ରଶିକ୍ଷଣ କରୁଛନ୍ତି, ଭାରତ ମଧ୍ୟ ଏହି ଉପାୟ ଉପରେ ଅଧ୍ୟୟନ କରୁଅଛି ।

ପ୍ଲାଜମା ଥେରେପି କରୋନା ଚିକିତ୍ସା ଯୋଜନା ହସ୍ପିଟଲ ଏବଂ ସଂସ୍ଥା ସବୁ ଆଇଇସି ପ୍ରୋଟୋକଲ ଅନୁଯାଇ କ୍ଲିନିକଲ ଟ୍ରାୟଲ କରିବାକୁ ହବ । ଟ୍ରାୟଲ ଆରମ୍ଭ କରିବା ଆଗରୁ ଡ୍ରଗ୍ସ କଣ୍ଟ୍ରୋଲ ଜନରଲ ଅଫ ଇଣ୍ଡିଆ ଅନୁମତି ଆଣିବାକୁ ହବ । ଏହା ଛଡା ହସ୍ପିଟଲ ଓ କ୍ଲିନିକଲ ଟ୍ରାୟଲ ରଜିଷ୍ଟର ଅଫ ଇଣ୍ଡିଆ ରେ ରେଜିଷ୍ଟର କରିବା ଆବଶ୍ୟକ ଅଟେ । କେରଲ ଦେଶ ର ପ୍ରଥମ ଏମିତିକା ରାଜ୍ୟ ଯାହା ପ୍ଲାଜମା ଥେରେପି ଉପରେ ରିସର୍ଚ ଏବଂ ପ୍ରୋଟୋକଲ ଆରମ୍ଭ କରି ଦେଇଛନ୍ତି ।

ଶ୍ରୀ ଚିତ୍ରା ତିରୁନଲ ଇଂସ୍ଟିଟ୍ଯୂଟ ଫର ମେଡିକଲ ସାଇଂସେଜ ଓ ଟେକ୍ନୋଲୋଜି (SCTIMST) କୁ ଆଇସୀଏମଆର ପ୍ଲାଜମା ଥେରେପି ପାଇଁ ୧୧ ଏପ୍ରିଲ କୁ ଅନୁମତି ପ୍ରଦାନ କରି ଦେଇଥିଲେ । ତେବେ ଡିସିଜିଆଇ (ଡ୍ରଗ୍ସ କଣ୍ଟ୍ରୋଲ ଜନରଲ ଅଫ ଇଣ୍ଡିଆ) ଦ୍ଵାରା ଅନୁମତି ମିଳିବା ଏବେ ବାକି ଅଛି । ତେବେ ଡିସିଜିଆଇ ଦ୍ଵାରା ବ୍ଲଡ ଡୋନର ପାଇଁ ବହୁତ ନିୟମ କରା ଯାଇଛି ଯେଉଁଥିରେ ସର୍ବ ମୁଖ୍ୟ ଏହା ଅଟେ ଯେ ବ୍ଲଡ ଡୋନର ଗତ ୩ ମାସ ଭିତରେ କୌଣସି ବିଦେଶ ଯାତ୍ରା କରି ନଥିବେ ଦିଲ୍ଲୀ ରେ ପ୍ଲାଜମା ଥେରେପି ପ୍ରଶିକ୍ଷଣ ପାଇଁ ତିଆରି କରା ଯାଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button