ଧର୍ମ

ଶ୍ରାବଣ ମାସରେ ଏହି ଦଶଟି ଭୁଲ କରନ୍ତୁ ନାହିଁ ଏବଂ ଖାଆନ୍ତୁ ନାହିଁ ଏହି ଦୁଇ ପ୍ରକାରର ଖାଦ୍ୟ । ନଚେତ ଘରେ ହୋଇପାରେ ଅକାଳ ମୃତ୍ୟୁ ।

ଶ୍ରାବଣ ମାସ ମହାଦେବଙ୍କ ପ୍ରିୟ ମାସ ଅଟେ ଏବଂ ଏହି ମାସରେ ମହଦେବଙ୍କୁ ପ୍ରସନ୍ନ କରିବା ପାଇଁ ଭକ୍ତ ଗଣ ପୂଜାପାଠ ଏବଂ ବ୍ରତ ଆଦି କରିଥାନ୍ତି । କହିବାକୁ ଗଲେ ବ୍ରତ ଏବଂ ପୂଜାପାଠ କରିବାର ଅନେକ ବିଧି ରହିଛି । ଯାହାକୁ ପ୍ରତ୍ୟେକ ବ୍ୟକ୍ତି ମାନିବା ନିତାନ୍ତ ଜରୁରୀ ଅଟେ । ଚଳିତ ବର୍ଷ ଶ୍ରାବଣ ମାସ ସମ୍ପୂର୍ଣ୍ଣ ଦୁଇ ମାସ ଅର୍ଥାତ ୫୮ ଦିନ ରହିବ । ଯେଉଁଥିରୁ ଚାରୋଟି ଶ୍ରାବଣ ସୋମବାର ବ୍ରତ ଏବଂ ଚାରୋଟି ଶ୍ରାବଣ ଅଧିମାସ ସୋମବାର ବ୍ରତ ପାଳିତ ହେବ ଯାହାକି ଅଗଷ୍ଟ ୩୧ ରେ ଶେଷ ହେବ । ଅଗଷ୍ଟ ୩୦ ରେ ରକ୍ଷା ବନ୍ଧନ ପାଳିତ ହେବ । ତେଣୁ ଏହି ସମୟରେ କିଛି ଏପରି ଜିନିଷ ଅଛି ଯାହାକୁ ମନୁଷ୍ୟ ସେବନ କରିବା ଉଚିତ ନୁହେଁ ଏବଂ କିଛି ଏପରି କାମ ଅଛି ଯାହା କରିବା ମଧ୍ୟ ଉଚିତ ନୁହେଁ ।

ଶ୍ରାବଣ ମାସ ସୋମବାର ବ୍ରତଧାରୀଙ୍କୁ ନାସପାତି ଖାଇବା ଆଦୋୖ ଉଚିତ ନୁହେଁ ଏବଂ ଧାର ନେଇ ଫଳମୂଳ କିଣି ବ୍ରତ ସମୟରେ ସେବନ କରିବା ବର୍ଜିତ ଅଟେ । ଶ୍ରାବଣ ମାସରେ ବ୍ରତ ରଖୁଥିବା ବ୍ୟକ୍ତି କୌଣସି ପ୍ରକାର କଟୁ କଥା , ମିଛ କଥା , ସାଧାରଣ କଥାରେ କ୍ରୋଧ , ଅନ୍ୟ ନାମରେ ଏଣୁତେଣୁ ଖରାପ କଥା କହିବା ଆଦି କାମ କରିବା ଉଚିତ ନୁହେଁ । ଶ୍ରାବଣ ମାସରେ ପୁରୁଣା ଅଟାର ସେବନ ମଧ୍ୟ କରନ୍ତୁ ନାହିଁ । ଶ୍ରାବଣ ପୂର୍ଣ୍ଣିମା ମାସ ବ୍ରତରେ ଶୁଦ୍ଧ ସାତ୍ଵିକତା ବଜାୟ ରଖିବା ସହିତ ଶାରୀରିକ ସମ୍ବନ୍ଧ ଠାରୁ ଦୂରେଇ ରୁହନ୍ତୁ । ନଚେତ ପାପ ହୋଇଥାଏ ଏବଂ ଭଗବାନ ଶିବ କ୍ରୋଧିତ ହୁଅନ୍ତି । ଯାହାଦ୍ୱାରା ଆପଣଙ୍କ ଜୀବନ ଉପରକୁ ମଧ୍ୟ ବିପଦ ଆସିପାରେ ।

ଶିବଲିଙ୍ଗ ଥିବା ସ୍ଥାନରେ କିମ୍ବା ମନ୍ଦିର ଭିତରକୁ ଜୋତା ଚପଲ ନେଇ ପ୍ରବେଶ କରନ୍ତୁ ନାହିଁ । ମାସିକଧର୍ମ ହୋଇଥିବା ମହିଳା ପୂଜା , ବ୍ରତ କିମ୍ବା ମନ୍ଦିରକୁ ପ୍ରବେଶ କରିବା ମଧ୍ୟ ଉଚିତ ନୁହେଁ । କାରଣ ଏହାଦ୍ବାରା ମହାଦେବଙ୍କ ସମେତ ଅନ୍ୟ ଦେବଦେବୀ ମଧ୍ୟ କ୍ରୋଧିତ ହୁଅନ୍ତି । ମାସିକ ଧର୍ମ ସମୟରେ ମହିଳା ମାନେ ଉଭୟ ଘର ଏବଂ ବାହାର ମନ୍ଦିର , ଭଗବାନଙ୍କ ପ୍ରତିମାକୁ ସ୍ପର୍ଶ , ତୁଳସୀ ପୂଜା ଇତ୍ୟାଦି ଠାରୁ ନିବୃତ୍ତ ରହିବା ଉଚିତ । କହୁରଖିବୁ ଯେ ମହାଦେବଙ୍କୁ ପୂଜା କରିବାକୁ କିମ୍ବା ଅତିକମରେ କେବଳ ଜଳ ଅର୍ପଣ କରିବାକୁ ସକ୍ଷମ ଥିଲେ ହେଁ ଘରେ ଶିବଲିଙ୍ଗ କିମ୍ବା ପ୍ରତିମା ରଖନ୍ତୁ । ନଚେତ ରଖନ୍ତୁ ନାହିଁ । କାରଣ ଶିବଲିଙ୍ଗରୁ ସବୁବେଳେ ଶକ୍ତି ସଞ୍ଚାର ହୋଇଥାଏ , ଯେଉଁ କାରଣରୁ ଶିବଲିଙ୍ଗରେ ଜଳଧାରା ରହିବା ଜରୁରୀ ।

ତୁଳସୀ ଗଛ ପାଖରେ ଶିବଲିଙ୍ଗ ରଖନ୍ତୁ ନାହିଁ । ମାତା ତୁଳସୀ ବିଷ୍ଣୁଙ୍କ ପତ୍ନୀ ଅଟନ୍ତି । ତେଣୁ ଏହା ମହାଦେବଙ୍କ ପୂଜାରେ ଲାଗିବା ବର୍ଜିତ ଅଟେ । ଏହାଦ୍ୱାରା ଘୋର ପାପ ହୋଇଥାଏ । ମହାଦେବଙ୍କ ପ୍ରିୟ ବେଲପତ୍ର ଶ୍ରାବଣ ମାସରେ ଚଢ଼ାଇଲ ମହାଦେବ ପ୍ରସନ୍ନ ହୁଅନ୍ତି । କିନ୍ତୁ ଆପଣ ଯେତିକିବି ବେଲପତ୍ର ଅର୍ପିତ କରୁଛନ୍ତି ତାହା ସମ୍ପୂର୍ଣ୍ଣ ଭଲ ହେବା ଉଚିତ ଏବଂ ଅଖଣ୍ଡ ହୋଇଥିବା ଉଚିତ । ଯଦି କୌଣସି ଦିନ ବେଲପତ୍ର ନଥାଏ ତେବେ ଅନ୍ୟ ଜଣେ ଅର୍ପିତ କରିଥିବା ବେଲପତ୍ରକୁ ଭଲ ଭାବରେ ଧୋଇ ଅର୍ପିତ କରି ପାରିବେ । କାରଣ ବେଲପତ୍ର ବାସୀ ହୋଇ ନଥାଏ ଏବଂ ଏହି ପତ୍ର ମହାଦେବଙ୍କ ମସ୍ତକକୁ ଥଣ୍ଡା ରଖିଥାଏ । ସେହିଭଳି ଘରର ପୂର୍ବ ଦିଗରେ ବେଲ ଗଛ ରହିବା ଅତ୍ୟନ୍ତ ଶୁଭ ହୋଇଥାଏ ।

ଯେଉଁ ବ୍ୟକ୍ତି ବେଲଗଛ ମୂଳରେ ପୂଜା କରିଥାଏ ସେହି ବ୍ୟକ୍ତିକୁ ମୃତ୍ୟୁ ପରେ ଶିବଲୋକର ପ୍ରାପ୍ତି ହୋଇଥାଏ । ଚତୁର୍ଥୀ , ଅଷ୍ଟମୀ , ନବମୀ , ସଂକ୍ରାନ୍ତି , ଚତୁର୍ଦ୍ଦଶୀ ଏହି ଦିନ ମାନଙ୍କରେ ବେଲପତ୍ର ଛିଡ଼ାଇବା ଉଚିତ ନୁହେଁ । ତେଣୁ ଆପଣ ଏହି ଦିନ ମାନଙ୍କରେ ପୂଜା କରିବାର ଥିଲେ ପୂର୍ବ ଦିନ ବେଲପତ୍ର ଛିଡ଼ାଇ ରଖି ପାରିବେ । କାରଣ ବେଲପତ୍ର କେବେବି ବାସୀ ହୋଇ ନଥାଏ । ଯେଉଁ ବ୍ୟକ୍ତିକୁ ଶ୍ରାବଣ ମାସରେ ନନ୍ଦୀ ମହାରାଜଙ୍କ ଦର୍ଶନ ହେବା ଭଗବାନ ଶିବଙ୍କ ଦର୍ଶନ ହେବା ସହିତ ସମାନ ହୋଇଥାଏ । ଏହାଦ୍ବାରା ଧନ ପ୍ରାପ୍ତି ହୋଇଥାଏ । ଶ୍ରାବଣ ସୋମବାର ଦିନ କୌଣସି ଗଛ ମୂଳରେ କିମ୍ବା ଶିବ ମନ୍ଦିର ନିକଟରେ କୌଣସି ସ୍ତ୍ରୀ ଏବଂ ପୁରୁଷଙ୍କୁ ଏକାନ୍ତରେ ଏକାଠି ବସିଥିବାର ଦେଖନ୍ତି ତେବେ ଆପଣ ଅବିବାହିତ ଥିଲେ ଉତ୍ତମ ଜୀବନସାଥୀ ପ୍ରାପ୍ତ ହେବ ଏବଂ ବିବାହିତ ଥିଲେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ସମ୍ପର୍କ ଆହୁରି ଗଭୀର ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button