ବିଚାର

ଜୁଲାଇ ୪ ମଙ୍ଗଳବାର ଚୁପଚାପ କେବଳ ଗୋଟିଏ ଲେମ୍ବୁ ଏହି ସ୍ଥାନରେ ପୋତି ଦିଅନ୍ତୁ ଏବଂ ଦେଖନ୍ତୁ ଚମତ୍କାର ।

ମନୁଷ୍ୟ ଜୀବନରେ ସମସ୍ୟା ସବୁବେଳେ ଆସିଥାଏ ଏବଂ ତାହା ଜୀବନ ନାମ ନେଇ ନଥାଏ । ଅନେକ ସମୟରେ ତାହା ମନୁଷ୍ୟର ବର୍ବାଦିର କାରଣ ହୋଇଥାଏ । ତେବେ ତାହା ସ୍ୱାସ୍ଥ୍ୟ ଜନିତ ହେଉ କିମ୍ବା ଆର୍ଥିକ କିମ୍ବା କ୍ୟାରିଅର ସମ୍ବନ୍ଧୀୟ ହେଉ । ଏସବୁ ଲେମ୍ବୁର କିଛି ଖାସ ଉପାୟ ଦ୍ୱାରା ଦୂର ହୋଇ ପାରିବ । ସାଧରଣତଃ ଅନେକ ପୁରା କାଳରୁ ଲେମ୍ବୁର ପ୍ରୟୋଗ ହୋଇ ଆସୁଛି ଏବଂ ବାସ୍ତୁ ଶାସ୍ତ୍ରରେ ମଧ୍ୟ ୧୧ ଟି ଅଧ୍ୟାୟରେ ଲେମ୍ବୁର ବିଶେଷ ଉପକାରିତ ରହିଛି । ଆଜିକାର ଲେଖାରେ ଆମେ ଆପଣଙ୍କୁ ଲେମ୍ବୁର ୧୦ ଟି ଉପାୟ ବିଷୟରେ କହିବୁ ।

୧ . ନଜର ସମସ୍ୟା:-

ଯଦି ଆପଣ ଭାବୁଛନ୍ତି ଯେ ଆପଣଙ୍କ କାର୍ଯ୍ୟ ସ୍ଥଳ ଦୋକାନ କିମ୍ୱା ବ୍ୟବସାୟରେ କାହାରି ନଜର ଲାଗି ଯାଇଛି ତେବେ ଲେମ୍ବୁ ସହିତ ଲଙ୍କା ମୁଖ୍ୟଦ୍ୱାର କିମ୍ବା ମୁଖ୍ୟ କବାଟରେ ବାନ୍ଧି ରଖନ୍ତୁ । କୁହାଯାଏ ଯେ ଲେମ୍ବୁର ଖଟା ସ୍ୱାଦ ଏବଂ ଲଙ୍କାର ତିକ୍ତ ସ୍ୱାଦ ଖରାପ ନଜର ପକାଉଥିବା ବ୍ୟକ୍ତିର ପ୍ରଭାବକୁ ନଷ୍ଟ କରିଥାଏ । ଏହାବ୍ୟତୀତ ଶରୀରର ଏକାଧିକ ରୋଗ ମଧ୍ୟ ଲେମ୍ବୁ ଦ୍ୱାରା ଠିକ ହୋଇଯାଏ ।

୨ . ନକରାତ୍ମକତା:-

ବାସ୍ତୁ ଶାସ୍ତ୍ରରେ ଘରେ ଲେମ୍ବୁ ଗଛ ରହିବା ଶୁଭ ଅଟେ ।ଏହାଦ୍ବାରା ଘରକୁ ନକରାତ୍ମକ ଶକ୍ତି ପ୍ରବେଶ କରେ ନାହିଁ ଏବଂ ଏହାବ୍ୟତୀତ ପରିବାର ସଦସ୍ୟଙ୍କ ମଧ୍ୟରେ ବିବାଦ ମତାନ୍ତର ସୃଷ୍ଟି ହୁଏନାହିଁ । ଯଦି ଘରେ ନକରାତ୍ମକ ଶକ୍ତି ରହିଛି ତେବେ ଶନିବାର ଦିନ ଘରର ଚାରି କୋଣରେ ଚାରୋଟି ଲେମ୍ବୁ ରଖି ବାମରୁ ଡାହାଣ ସାତ ଥର ବୁଲି ସେହି ଚାରୋଟି ଲେମ୍ବୁକୁ ନେଇ ପ୍ରବାହିତ ଜଳରେ ଭସାଇ ଦିଅନ୍ତୁ । ଏହାଦ୍ବାରା ଘରର କୌଣସିବି ନକରାତ୍ମକତା ଦୂର ହୋଇଯିବ ।

୩ . ସଫଳତା:-

ଯଦି ଆପଣ ଅନେକ ପରିଶ୍ରମ କରିବା ସତ୍ତ୍ୱେବି ସଫଳତା ମିଳିପାରୁ ନାହିଁ କିମ୍ବା ଚାକିରୀ ମିଳି ପାରୁନାହିଁ । ତେବେ ଏକ ବିଶେଷ ଉପାୟ ଅନୁଯାୟୀ ମଙ୍ଗଳବାର ଦିନ ଗୋଟିଏ ଲେମ୍ବୁ ଏବଂ ଚାରୋଟି ଲେମ୍ବୁ ନେଇ ହନୁମାନଙ୍କ ମନ୍ଦିରକୁ ଯାଆନ୍ତୁ । ହନୁମାନଙ୍କ ମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ସେହି ଲେମ୍ବୁରେ ଚାରୋଟି ଲବଙ୍ଗ ପୋତି ଶ୍ରୀହନୁମାନଙ୍କ ସାମ୍ନାରେ ବସି ହନୁମାନ ଚାଳିଶା ପାଠ କରନ୍ତୁ ଏବଂ ସେହି ଲେମ୍ବୁକୁ ଶ୍ରୀହନୁମାନଙ୍କୁ ଅର୍ପିତ କରନ୍ତୁ । ଏହି ଉପାୟ କରିବା ଦ୍ୱାରା ଆପଣଙ୍କୁ ସଫଳତା ନିଶ୍ଚୟ ମିଳିବ ।

୪ . ଛୋଟ ପିଲା ଏବଂ ବୟସ୍କଙ୍କ ନଜର ଦୋଷ ସମସ୍ୟା:-

ଘରେ ଛୋଟ ପିଲା କିମ୍ବା ବୟସ୍କ ଲୋକଙ୍କ ଉପରେ ନଜର ଦୋଷ ଲାଗିଥାଏ ତେବେ ଗୋଟିଏ ଲେମ୍ବୁ ନେଇ ମୁଣ୍ଡ ଉପର ଦେଇ ଓଲଟା ସାତ ଥର ବୁଲାଇ ଏକ ଧାରୁଆ ଛୁରୀ ଦ୍ୱାରା ଦୁଇ ଫାଳରେ କାଟି ଦିଅନ୍ତୁ ଏବଂ ତାହାକୁ ନେଇ ଘର ବାହାରେ କୌଣସି ସ୍ଥାନରେ ପୋତି ଦିଅନ୍ତୁ । ଲେମ୍ବୁ ସେହି ନଜର ଦୋଷକୁ ପ୍ରତ୍ୟାହାର କରିବ ଏବଂ ଲେମ୍ବୁ ସହିତ ସେହି ନକରାତ୍ମକତା ଚାଲିଯିବ ।

୫ . ସନ୍ତାନ ପ୍ରାପ୍ତି:-

କୌଣସି ମହିଳାଙ୍କର ସନ୍ତାନ ନଥିଲେ କିମ୍ବା ସନ୍ତାନ ସୁଖରୁ ବଞ୍ଚିତ ହେଉଥିଲେ ଉତ୍ତରାନକ୍ଷତ୍ରରେ ଲେମ୍ବୁ ଗଛର ଚେରକୁ ଆଣି ଶୁଦ୍ଧ ଗାଈ କ୍ଷୀରରେ ମିଶାଇ ପିଇ ଦିଅନ୍ତୁ । ଏହାଦ୍ବାରା ଆପଣଙ୍କୁ ବିଦ୍ୱାନ ସନ୍ତାନ ପ୍ରାପ୍ତ ହେବ । କିନ୍ତୁ ଏହା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।

୬ . ସୌଭାଗ୍ୟ:-

ଭାଗ୍ୟ ସବୁବେଳେ ମନୁଷ୍ୟର ସାଥ ଦେଇ ନଥାଏ । ତେଣୁ ଆପଣ ସଫଳତା ପାଇବା ପାଇଁ ଗୋଟିଏ ଲେମ୍ବୁ ଆଣି ତାହାକୁ ଗଙ୍ଗା ଜଳରେ ଭଲ ଭାବରେ ଧୋଇ ଦିଅନ୍ତୁ ଏବଂ ୧୦୮ ଥର ‘ ଓଁ ଶ୍ରୀ ହନୁମତେ ନମଃ ‘ ମନ୍ତ୍ରର ଜପ କରି ଚାରୋଟି ଲବଙ୍ଗକୁ ସେହି ଲେମ୍ବୁରେ ପୋତି ଦିଅନ୍ତୁ । ଯେଉଁ ଦିନ ଆପଣ କୌଣସି ଇଣ୍ଟରଭିଉ ପାଇଁ ଯିବେ ସେହି ଲେମ୍ବୁକୁ ନେଇ ନିଜ ବ୍ୟାଗରେ ରଖି ଦିଅନ୍ତୁ । ଏହାଦ୍ବାରା ଆପଣ ସଫଳତା ପାଇବେ ଏବଂ ଆପଣଙ୍କ ଭାଗ୍ୟ ମଧ୍ୟ ଦୃଢ଼ ହେବ ।

୭ . ରୋଗରୁ ମୁକ୍ତି:-

ଘରେ ଦୀର୍ଘ ଦିନରୁ ରୋଗରେ ପୀଡ଼ିତ ଥିବା ବ୍ୟକ୍ତି ପାଇଁ ଶନିବାର ସନ୍ଧ୍ୟା ସମୟରେ ଗୋଟିଏ ଲେମ୍ବୁ ନେଇ ତାହାକୁ ସେହି ପୀଡ଼ିତ ବ୍ୟକ୍ତିଙ୍କ ଉପର ଦେଇ ୭ ଥର ବୁଲାନ୍ତୁ ଏବଂ ତାପରେ ଏକ ଧାରୁଆ ଛୁରୀ ନେଇ ୨୧ ଥର ବୁଲାଇ ଚାରି ଭାଗ କରି କାଟି ଦିଅନ୍ତୁ । ଏହାପରେ ରାତି ୯ ରେ କୌଣସି ଉଚ୍ଚ ସ୍ଥାନକୁ ଯାଇ ଚାରି ଦିଗରେ ଫିଙ୍ଗି ଦିଅନ୍ତୁ । ଏହାଦ୍ବାରା ନଜର ଦୋଷ ଏବଂ ରୋଗରେ ପୀଡ଼ିତ ବ୍ୟକ୍ତି ମଧ୍ୟ ଭଲ ହୋଇଯିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button