ଦେଶ ବିଦେଶ

ଖାଇକୁ ଖସିଲା ଜିପ୍ : ଚାଲିଗଲା ୭ ଜୀବନ – Utkal Mail


ନୂଆଦିଲ୍ଲୀ : ଖାଇକୁ ଖସିପଡିଲା ଜିପ୍  । ଫଳରେ ଦୁର୍ଘଟଣାରେ ୭ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ଏମିତି କିଛି ଘଟଣା ଘଟିଛି ନୈନିତାଲରେ । ଆଜି ସକାଳେ ନୈନିତାଲର ଓଖଲକାଣ୍ଡା ଗାଁ ନିକଟରେ ଏକ ଜିପ୍ ଯାଉଥିବାବେଳେ ଭାରସାମ୍ୟ ହରାଇ ୫୦୦ ମିଟର ଏକ ଖାଇକୁ ଖସି ପଡିଥିଲା । ମିଳିଥିବା ସୂଚନା ଅନୁଯାୟୀ ଜିପରେ କ୍ଷମତାଠାରୁ ଅଧିକ ସଂଖ୍ୟକ ଲୋକ ବସିଥିଲେ । ମାତ୍ର ମୋଟ ଉପରେ କେତେ ଲୋକ ଜିପରେ ଥିଲେ , ସେ ନେଇ କୌଣସି ସୂଚନା ମିଳିନି । ସକାଳ ୮ଟାରେ ଏହି ଅଘଟଣ ଘଟିଛି ।

ଦୁର୍ଘଟଣାରେ ଅନେକ ଲୋକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି  । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ବାହାର କରିବା ପାଇଁ ଉଦ୍ୟମ ଚଳାଇଛି। ଅନ୍ୟପଟେ ସ୍ଥାନୀୟ ଲୋକଙ୍କ କହିବା ମୂତାବକ ରାସ୍ତା ଖରାପ ଥିବାରୁ ବାରମ୍ବାର ଏହି ରାସ୍ତାରେ ଏଭଳି ଦୁର୍ଘଟଣା ଘଟୁଛି । ଗତ ସୋମବାର ମଧ୍ୟ ନୈନିତାଲରେ ଏକ କାର୍‌ ଖାଇରେ ଖସି ପଡ଼ିଥିଲା। ଯେଉଁଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୫ ଜଣ ଆହତ ହୋଇଥିଲେ।


utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button