ନୀତି

ୟୁପିର ବୋହୂ ବନିଲେ ବିଦେଶିନୀ: ନିଆରା ବିବାହ ଦେଖିବାକୁ ଜମିଲା ଲୋକଭିଡ଼ – Utkal Mail


ହମିରପୁର: ପୂର୍ବରୁ ଅନେକ ବିଦେଶିନୀ ଆସି ଭାରତର ବୋହୂ ହୋଇ ସାରିଛନ୍ତି। ନିକଟରେ ବି ସେପରି ଏକ ଘଟଣା ଘଟିଛି। ଆମେରିକାର ଜଣେ ଯୁବତୀଙ୍କ ବିବାହ ଉତ୍ତରପ୍ରଦେଶର ଜଣେ ଯୁବକଙ୍କ ସହ ପୂର୍ଣ୍ଣ ରୀତିନୀତି ସହ ହୋଇଯାଇଛି। ସେ ଦୁହେଁ ପରସ୍ପରଙ୍କ ପ୍ରେମରେ ଏପରି ପଡ଼ିଛନ୍ତି ଯେ ସାଥୀରେ ଜୀଇବା ଓ ମରିବାର ଶପଥ ନେବାକୁ ପଛାଇ ନାହାନ୍ତି। ଏହି ଦେଶୀ ଯୁବକ ଓ ବିଦେଶିନୀ ଯୁବତୀଙ୍କ ଏହି ନିଆରା ବିବାହ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଲୋକ ଭିଡ଼ ଜମୁଛି। ଏହି ବିବାହର ଫଟୋ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇ ଚାଲିଛି।

ସୂଚନାନୁସାରେ ଭିଲାବାର ନାରାୟଣ ନଗର ନିବାସୀ ସଚିନ ଶର୍ମାଙ୍କୁ ଆମେରିକାରେ ଚାକିରି କରିବା ସମୟରେ ସେଠାକାର ଯୁବତୀ ଓଲିବିୟା ବେନ୍‌ଙ୍କ ସହ ପ୍ରେମ ହୋଇ ଯାଇଥିଲା। ତା’ପରେ ଦୁହେଁ ପରସ୍ପଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଲେ। ଦୁହେଁ ଦୁହିଁଙ୍କ ପରିବାର ଲୋକଙ୍କ ସହ କଥା ହେଲେ। ଯେତେବେଳେ ଉଭୟ ପକ୍ଷ ରାଜି ହୋଇଗଲେ ତ ବିବାହ ପାଇଁ ତାରିଖ ଧାର୍ଯ୍ୟ ହେଲା। ତା’ପରେ ନଭେମ୍ବର ୨୩ ତାରିଖ(ଗତକାଲି) ସଚିନ ଓ ଓଲିବିୟା ଦୁହେଁ ଦୁହିଁଙ୍କୁ ବିବାହ କରିଛନ୍ତି।

ସଚିନ ଓ ଓଲିବିୟାଙ୍କର ହିନ୍ଦୀ ରୀତିନୀତି ଅନୁଯାୟୀ ବାହାଘର ହୋଇଛି। ଶର୍ମା ପରିବାରରେ ବିବାହ ପାଇଁ ଜୋର୍‌ ସୋର୍‌ରେ ପ୍ରସ୍ତୁତି ଚାଲୁଥିବା ବେଳେ ବିଦେଶିନୀ ବୋହୂଙ୍କୁ ଦେଖିବା ପାଇଁ ଆଖପାଖକୁ ପ୍ରତିଦିନ ଲୋକ ଆସି ରୁଣ୍ଡ ହେଉଛନ୍ତି। ସଚିନଙ୍କ ବାପା ମହେଶ ଶର୍ମା ଜଣେ ଅବସରପ୍ରାପ୍ତ ସ୍ବାସ୍ଥ୍ୟକର୍ମୀ।




Related Articles

Leave a Reply

Your email address will not be published. Required fields are marked *

Back to top button