ଜୀବନଶୈଳୀ

ସୁନ୍ଦର ଦେଖା ହେବା ପାଇଁ ଚାହୁଁଛନ୍ତି ତ ରାତିରେ ଶୋଇବା ପୂର୍ବରୁ କରନ୍ତୁ ଏହି କାମ

ଆଜିକା ସମୟରେ କିଏ ବା ସୁନ୍ଦର ହବାକୁ ଚାହୁଁ ନାହାନ୍ତି, ସବୁ ଝିଅଙ୍କର ସୁନ୍ଦରୀ ହବାର ଇଛା ହୋଇଥାଏ, କେବେ କୌଣସି ଭୁଲ ପାଇଁ ଆମ ଚେହେରା ଖରାପ ହୋଇଥାଏ ଯାହା ପାଇଁ କାନ୍ଦିଲେ ମଧ୍ୟ କିଛି ଲାଭ ହୋଇନଥାଏ ସେଥିପାଇଁ ନିଜ ଚେହେରା ଉପରେ ଧ୍ୟାନ ରଖନ୍ତୁ, ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା କରିବା ବହୁତ ସହଜ ହୋଇଥାଏ ଓ ଏହା ଦ୍ଵାରା ଆପପଣଙ୍କୁ ବହୁତ ଭଲ ଲାଭ ହୋଇଥାଏ, ତେବେ ମହିଳାଙ୍କୁ ବା ଝିଅଙ୍କୁ ଏହା କରିବା ଆବଶ୍ୟକ ଅଟେ ।

Image Courtesy: Google

୧. ଆପଣ ମାନେ ଛୋଟ ବେଳୁ ମା ବାପାଙ୍କ ଦ୍ଵାରା ଏହା ଶୁଣିବାକୁ ପାଇଥିବେ ଯେ ସକାଳେ ଓ ରାତିରେ ବ୍ରଶ କରିବା ଉଚିତ ଏହା ବହୁତ କମ ଲୋକ କରିଥାନ୍ତି କିନ୍ତୁ ଏହା କରିବା ଦ୍ଵାରା ଆପଣଙ୍କ ସବୁ ପାଟିରେ ଥିବା ଅସନା ଦୂର ହୋଇଥାଏ ଯାହା ଫଳ ସ୍ୱରୂପ ଆପଣଙ୍କ ଦାନ୍ତ ସଫା ହୋଇଥାଏ ଓ ଆପଣଙ୍କୁ କୌଣସି ପ୍ରକାର ପାଟିରେ ଘା ବା ଅନ୍ୟ ସମସ୍ଯା ହୋଇନଥାଏ ।

Image Courtesy: Google

୨.ରାତିରେ ଶୋଇବା ଆଗରୁ ଝିଅ ମାନଙ୍କୁ ମେକଅପ ବାହାର କରି ଶୋଇବା ଉଚିତ କାହିଁକିନା ମେକଅପ ରାତିସାରା ଚେହେରାରେ ରହିଲେ ଆପଣଙ୍କ ଚେହେରା ଖରାପ ହୋଇଥାଏ ଓ ଆପଣଙ୍କ ସ୍କିନ ହାନିକାରକ ହୋଇଥାଏ । ତେବେ ଭୁଲରେ ବି ଯେତେ ଲେଟ ହେଲେ ମଧ୍ୟ ମେକଅପ ବାହାର କରି ଶୋଇବା ଉଚିତ, ମେକଅପ ବାହାର କରିବା ପାଇଁ ନଡିଆ ତେଲ ବହୁତ ଭଲ କ୍ଲିଞ୍ଜର ହୋଇଥାଏ ଆପଣ କୌଣସି ତୁଳା ବା ସୂତା କପଡାରେ ନଡିଆ ତେଲ ଲଗାଇ ନିଜ ମେକଅପ ବାହାର କରି ପ୍ପାରନ୍ତି ଯାହା ପରେ ଆପଣ ଫେସୱାସ କରି ଦିଅନ୍ତୁ ।

Image Courtesy: Google

୩. ଆପଣ ମଧ୍ୟ ବହୁତ ଲୋକଙ୍କ ଠାରୁ ଏହା ଶୁଣିଥିବେ ଯେ ରାତିରେ ଶୋଇବା ଆଗରୁ ଗାଢେଇଲେ ଶାନ୍ତି ନିଦ ଲାଗିଥାଏ । ତେବେ ଏହା ଛଡା ଦିନ ଯାକ ଝାଳ ଓ ଅସନା ଯାହା ଦେହରେ ଲାଗିଥାଏ ତାହା ମଧ୍ୟ ଧୋଇ ହୋଇଯାଏ ଓ ଆପଣଙ୍କୁ ସଫା ଶରୀର ପ୍ରାପ୍ତ ହୋଇଥାଏ, ଏହା ଦ୍ଵାରା ଆପଣଙ୍କ ଶରୀରକୁ ଆରାମ ମିଳିଥାଏ ଯଦି ଥଣ୍ଡା ଦିନରେ ଆପଣ ଗାଧେଇ ପାରୁ ନାହାନ୍ତି ତେବେ ଗରମ ପାଣିରେ ଟାଉଲ ଭିଯାଇ ପୋଛି ହେଇ ଯାନ୍ତୁ ଦେଖିବେ ଆପଣଙ୍କୁ ବହୁତ ଆରାମ ଲାଗିବ ।

୪. ଗାଢେଇବା ପରେ ପ୍ରାୟତଃ ଲୋକ ଲୋସନ ଲଗାନତି ଏହା ବହୁତ ଆବଶ୍ୟକ ଅଟେ, ଆମ ଶରୀର ମୋଇଶ୍ଚର ପାଇବା ବହୁତ ଆବଶ୍ୟକ ଅଟେ ସେଥିପାଇଁ ନିଜ ଶରୀରରେ ଗାଧେଇବା ପରେ ଲୋସନ, ବା ନଡିଆ ତେଲ ବା କ୍ରିମ ଯାହା ଆପଣଙ୍କୁ ସୁବିଧା ଲଗାନ୍ତୁ କାହିଁକିନା ଏହା ଆବଶ୍ୟକ ଅଟେ ।

Related Articles

Leave a Reply

Your email address will not be published. Required fields are marked *

Back to top button