ଓଡିଶା

ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା- ସହାୟିକା ସଙ୍ଘ ପକ୍ଷରୁ ଡିଇଓଙ୍କୁ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡା,୩୦ା୮: ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା- ସହାୟିକା ସଙ୍ଘ କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସ୍କୁଲ ଗୁଡିକରେ ଛାତ୍ର ଉପସ୍ଥାନ ବୃଦ୍ଧି ନିମନ୍ତେ ଏବଂ ପିଲାମାନଙ୍କ ସ୍ୱାସ୍ଥ୍ୟ ରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍କୁଲ ଗୁଡିକରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଗ୍ରହଣ କରିଥିଲେ । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ପାଚିକା ଓ ସହାୟିକାମାନଙ୍କ ବକେୟା ତୁରନ୍ତ ପ୍ରଦାନ କରାଯିବା, ଦରଦାମ ବୃଦ୍ଧି ସମୟରେ ମାସିକ ପାରିଶ୍ରମିକ ୧୪ଶହ ଟଙ୍କାକୁ ତୁରନ୍ତ ବୃଦ୍ଧି କରାଯିବା, ବର୍ଷକୁ ୧୨ମାସର ପାରିଶ୍ରମିକ ପ୍ରଦାନ, କାମକରିପାରୁଥିବା ପାଚିକା ଏବଂ ସହାୟିକାମାନଙ୍କୁ ବାହାର କରାନଯିବା, ସର୍ବନିମ୍ନ ପେନସନ ପ୍ରଦାନ, ସ୍କୁଲ ମିଶ୍ରଣରେ ବାଦ ପଡିଥିବା ପାଚିକାମାନଙ୍କୁ ନିକଟ ସ୍କୁଲରେ ରଖାଯିବାର ବ୍ୟବସ୍ଥା କରାଯିବା, ପାଚିକାଙ୍କୁ ସ୍କୁଲର ଅନ୍ୟ କାର୍ଯ୍ୟରେ ନିୟୋଜିତ କରାଗଲେ ପାରିଶ୍ରମିକ ବ୍ୟବସ୍ଥା କରାଯିବା, ଶାଢୀ ପାଇଁ ସରକାର ଘୋଷଣା କରିଥିବା ଏକ ହଜାର ଟଙ୍କା ପ୍ରଦାନ କରାଯିବା, ସର୍ବନିମ୍ନ ଦୁଇଜଣ ସହିତ ପ୍ରତି ୨୫ଜଣ ଛାତ୍ରରେ ଜଣେ ପାଚିକା ନିଯୁକ୍ତି କରାଯିବା, ଡିସେମ୍ବର ୨୦୦୮ମସିହାରୁ ମାର୍ଚ୍ଚମାସ ୨୦୧୧ପର୍ଯ୍ୟନ୍ତ ୨୮ମାସର ବକେୟା ପାରିଶ୍ରମିକ ତୁରନ୍ତ ପ୍ରଦାନ କରାଯିବା, ଦେହ ଅସୁସ୍ଥ ଥିଲେ ଛୁଟି ପ୍ରଦାନ ସହ ବୀମା ପ୍ରଦାନ କରାଯିବା, ସ୍କୁଲମାନଙ୍କରେ ପାଚିକାମାନଙ୍କୁ ଜୋରଜବରଦସ୍ତି ଝାଡୁ କରିବା, ପାଇଖିନା ସଫା କରିବା, ରୋଷେଇ କରି ଅନ୍ୟମାନଙ୍କୁ ଦେବା ପ୍ରଭୃତି କାର୍ଯ୍ୟ ଗୁଡିକୁ ତୁରନ୍ତ ବନ୍ଦ କରିବା, ନୂତନ ଭାବେ ନିଯୁକ୍ତ ପାଚିକାମାନଙ୍କ ନାମ ୧୫ଦିନ ମଧ୍ୟରେ ପଞ୍ଜିକରଣ କରାଯିବା ପ୍ରଭୃତି ଦାବି ଗୁଡିକ ରହିଛି । ଦାବିପତ୍ର ପ୍ରଦାନ ସମୟରେ ସଙ୍ଘର ଜିଲ୍ଲା ସଭାପତି ସୋହାନା ବେଗମ, ରାଜନଗର ବ୍ଲକର ଲକ୍ଷ୍ମୀପ୍ରିୟା ମଣ୍ଡଳ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଗଜେନ୍ଦ୍ର ନାୟକ, ଏ.ଆଇ.ଟି.ୟୁ.ସି. ନେତା ରମଣୀରଞ୍ଜନ ରାଉତରାୟ, ମାର୍ଶାଘାଇ ସଭାପତି ଦମୟନ୍ତୀ ସାମଲ, ସୁମିତ୍ରା ଦାସ, ନୟନା କର, ଚିତ୍ତରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button