ଦେଶ ବିଦେଶ

ଇନାମନୋର ପ୍ରଭାବ: ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର

ଓକିନାବା: ଇନାମନୋର ସାମୁଦ୍ରିକ ବାତ୍ୟାର ଆତଙ୍କ ଦେଖିବାକୁ ମିଳିଛି ଦକ୍ଷିଣ କୋରିଆରେ। ଦକ୍ଷିଣ କୋରିଆର ଓକିନାବା ଅଞ୍ଚଳରେ ମଙ୍ଗଳବାର ତିନ ବାତ୍ୟା ଇନାମନୋର ତାଣ୍ଡବ ରଚାଇଛି। ହଜାର ହଜାର ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ବାତ୍ୟା କାରଣରୁ ପ୍ରବଳ ପବନ ସହ ବର୍ଷା ଦେଖିବାକୁ ମିଳିଛି।

ଇନାମନୋର ପ୍ରଭାବରେ ଦକ୍ଷିଣ କୋରିଆରେ ପ୍ରବଳ ବର୍ଷା ସହ ପବନ ହୋଇଛି। ଦେଶର ବୁସାନ ସହରକୁ ମାଡି ଆସିଛି ସମୁଦ୍ରରୁ ସୁଉଚ୍ଚ ଲହଡି। ଫଳରେ ସହରର ବହୁ ରାସ୍ତାରେ ପାଣି ଭରିବା ସହ କିଛି ଘରକୁ ମାଡ ଦେଇଛି ଲହଡି। ଏଥିରେ କିଛି ଘରର କାନ୍ଥରେ ମଧ୍ୟ ଫାଟ ଦେଖିବାକୁ ମିଳିଛି। ବିଦ୍ୟୁତ୍ ସରବରାହ ବ୍ୟାହତ ଥିବାରୁ ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।

ବାତ୍ୟାର ତାଣ୍ଡବ କବଳରୁ ଲୋକଙ୍କୁ ରକ୍ଷା କରିବାକୁ ମଙ୍ଗଳବାର ସକାଳୁ ୩,୪୬୩ ଲୋକଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଜଣେ ଯୁବକ ଏହି ବାତ୍ୟାରେ ନିଖୋଜ ହୋଇଯାଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବିମାନ ସେବାକୁ ମଧ୍ୟ ବନ୍ଦ କରିଦିଆଯାଇଛି। ଅଫିସ, ଦୋକାନ, ବଜାର, ସ୍କୁଲ କଲେଜକୁ ବନ୍ଦ କରାଯାଇଛି।

କୋରିଆ ପାଣିପାଗ ବିଭାଗ ଅନୁଯାୟୀ, ମଙ୍ଗଳବାର ସକାଳ ୭.୧୦ରେ ଇନାମନୋର ପ୍ରାୟଦୀପରେ ଦସ୍ତକ ଦେଇଛି। ବାତ୍ୟା ଉତ୍ତର ପୂର୍ବକୁ ଗତି କରିବାର ଆଶଙ୍କା ରହିଛି ଓ ମଙ୍ଗଳବାର ମଧ୍ୟ ରାତ୍ରରେ ଏହା ଜାପାନର ସାପୋରୋ ଆଡକୁ ଗତିକରିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button