ବିଚାର

ଭାଇରାଲ ଭିଡ଼ିଓକୁ ନେଇ ମୁଁହ ଖୋଲିଲେ ପ୍ରମିଳା ମା ତାଙ୍କ ଘରେ ହଜାରେ କିଳା, ଆମ ପାଖରେ ପ୍ରମାଣ ଅଛି, କୋର୍ଟରେ ଦେବୁ…ଦେଖନ୍ତୁ ଭିଡ଼ିଓ

ବହୁ ଚର୍ଚ୍ଚିତ କେସ ସୁମିତ ଏବଂ ତାପସ୍ୱିନୀଙ୍କ ପାରିବାରିକ ବିବାଦ ବର୍ତ୍ତମାନ ଏକ ନୂଆ ମୋଡ଼ରେ ପହଞ୍ଚିଛି। ତେବେ ଆପଣମାନେ ଭଲ ଭାବରେ ଜାଣିଥିବେ ଯେ ତାପସ୍ୱିନୀ ଏକ ମାସରୁ ଉର୍ଦ୍ଧ୍ବ ସମୟ ଧରି ନିଜ ସ୍ୱାମୀକୁ ପାଇବା ପାଇଁ ଲଢ଼ି ଆସୁଛନ୍ତି। ସେ ଅନେକ ଦୁଃଖ ଯନ୍ତ୍ରଣା ସହିଛନ୍ତି। କେବଳ ସେତିକି ନୁହେଁ ନ୍ୟାୟ ଧୀଶ ନ୍ୟାୟ ଦେବାରେ ମଧ୍ୟ ଅସମର୍ଥ ହୋଇଛନ୍ତି। ଶେଷରେ ସେ ଆତ୍ମହରା ହୋଇ ପଡିଛନ୍ତି ଏବଂ ବାଧ୍ୟ ହୋଇ ନିଜେ ଝିଅ ହୋଇ ଜନ୍ମ ନେଇଥିବା ଭାଗ୍ୟକୁ ଦୋଷ ମଧ୍ୟ ଦେଇଛନ୍ତି।

ସେ ନିଜ ଘର ଲୋକଙ୍କ ଇଚ୍ଛା ବିରୁଦ୍ଧରେ ଯାଇ ସୁମିତଙ୍କୁ ବିବାହ କରିଥିଲେ। କାହାକୁ ନ ଜଣାଇ ସେ କୋର୍ଟରେ ରେଜିଷ୍ଟର ମ୍ୟାରେଜ କରିଥିଲେ ହେଲେ ଆଜି ସେହି ସ୍ୱାମୀକୁ ପାଇବା ପାଇଁ କୋର୍ଟରେ ତାପସ୍ୱିନୀ କେସ ଲଢ଼ୁଛନ୍ତି। ସେ ଧାରଣା ଦେବା ସମୟରେ ଯେଉଁଭଳି କାନ୍ଦୁ ଥିଲେ ଆଜି ମଧ୍ୟ ସେମିତି କାନ୍ଦୁଛନ୍ତି। ତେବେ ତାଙ୍କର ଦୁଃଖ ସରୁ ନାହିଁ। ବ୍ରହ୍ମପୁର SDJM କୋର୍ଟରୁ ନ୍ୟାୟ ନ ମିଳିବା ପରେ ସେ ପୁଣିଥରେ ଘର ଆଗରେ ଧାରଣାରେ ବସିଛନ୍ତି।

ବର୍ତ୍ତମାନ ସମୟରେ ତାପସ୍ୱିନୀଙ୍କ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓରେ ତାପସ୍ୱିନୀଙ୍କ ଚରିତ୍ର ଉପରେ ଆଙ୍ଗୁଠି ଉଠିଥିବାର ଦେଖିବାକୁ ପାଇବେ। ସେ ନିଜ ମୁଁହରେ ଆଠ ଲକ୍ଷ ଟଙ୍କା ଦାବି କରିଛନ୍ତି ଛାଡପତ୍ର ଦେବା ପାଇଁ। ତେବେ ଏହାକୁ ନେଇ ବର୍ତ୍ତମାନ ସମାଜ ସେବୀ ପ୍ରମିଳା ତ୍ରିପାଠୀ ନିଜ ମୁଁହ ଖୋଲିଛନ୍ତି। ପ୍ରମିଳା କହିଛନ୍ତି ଯେ ସୁମିତଙ୍କ ବାପା ଜଣେ ଟାଉଟରିଆ ସେ ତାପସ୍ୱିନୀଙ୍କ ଉପରେ ମିଥ୍ୟା ଅଭିଯୋଗ ଲାଗେଇଛନ୍ତି।

ସମାଜସେବୀ ପ୍ରମିଳା ମା ଏକଥା ମଧ୍ୟ କହିଛନ୍ତି ଯେ ତପସ୍ୱିନୀଙ୍କ ବିରୁଦ୍ଧରେ ଏକ ଚକ୍ରାନ୍ତ ଚାଲିଛି ଏବଂ ଏଭଳି ମିଥ୍ୟା ଆରୋପ ଲଗେଇ ଆମକୁ ଏଠାରୁ ହଟେଇବାକୁ ଚାହୁଁଛନ୍ତି। ମୋତେ ଧମକ ମିଳୁଛି ତପସ୍ୱିନୀକୁ ମଧ୍ୟ ଧମକ ମିଳୁଛି। କିନ୍ତୁ ସେମାନେ ଜାଣି ନାହାଁନ୍ତି କି ତପସ୍ୱିନୀ ସହ ଏକା ମୁଁ ନୁହେଁ ଆହୁରି ଶହ ଶହ ଲୋକ ଛିଡା ହୋଇଛନ୍ତି। ତାପସ୍ୱିନୀଙ୍କ ଉପରେ ଅତ୍ୟାଚାର ହେଉଥିବା ଦେଖି ଅନେକ ମହିଳା ଏକତ୍ରିତ ହୋଇଥିଲେ। ତେବେ ସେମାନେ ଘର ଭାଙ୍ଗି ତାପସ୍ୱିନୀଙ୍କୁ ଘରେ ଛାଡିବା ପାଇଁ ମଧ୍ୟ କହିଥିଲେ। ହେଲେ ନ୍ୟାୟରେ ଯିବା ପାଇଁ ପ୍ରମିଳା ଦେବୀ ତାଙ୍କୁ ଆଶ୍ୱାସନା ଦେଇଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button