କ୍ରୀଡା
ଟିମ୍ ଇଣ୍ଡିଆ କଳା ବ୍ୟାଣ୍ଡ ପିନ୍ଧି ପଡ଼ିଆକୁ ଓହ୍ଲାଇଲା

ମୋଲବୋର୍ଣ୍ଣ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କର ଗୁରୁବାର ରାତିରେ ଦେହାନ୍ତ ହୋଇଛି। ତାଙ୍କର ଦେହାନ୍ତ ଯୋଗୁ ସମଗ୍ର ଦେଶରେ ଶୋକାକୁଳ ପରିବେଶ ରହିଛି। ତାଙ୍କ ମୃତ୍ୟୁକୁ ନେଇ ସାରା ବିଶ୍ୱରୁ ସମବେଦନା ବାର୍ତ୍ତା ଆସୁଛି। ମେଲବୋର୍ଣ୍ଣରେ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ସିରିଜର ଚତୁର୍ଥ ଟେଷ୍ଟ ଖେଳୁଥିବା ଟିମ୍ ଇଣ୍ଡିଆ ମଧ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି।
ବର୍ଡର-ଗାଭାସ୍କର ଟ୍ରଫିର ମେଲବୋର୍ଣ୍ଣ ଟେଷ୍ଟ୍ରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଟିମ୍ ଇଣ୍ଡିଆ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଖେଳାଳିମାନେ କଳା ବ୍ୟାଣ୍ଡ ପିନ୍ଧି ଖେଳିବାକୁ ପଡ଼ିଆକୁ ଓହ୍ଲାଇଛନ୍ତି।