ଜୀବନଶୈଳୀ

ଭାଇ ହେଉଛନ୍ତି ମୁଖ୍ୟମନ୍ତ୍ରୀ ହେଲେ ଭଉଣୀ ଆଜି ମଧ୍ୟ ରାସ୍ତା କଡରେ ବିକୁଛନ୍ତି ଚା, ଭାଇ ଙ୍କର ନାଁ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ସମସ୍ତଙ୍କ ଜୀବନରେ ଗୋଟେ ସମୟ ଏମିତ ବି ଆସିଥାଏ, ଯେତେବେଳେ ତାକୁ ନିଜର ପରିବାର ଲୋକମାନଙ୍କ ବିଷୟରେ ସବୁଠୁ ବେଶୀ ମେନ ପଡେ । କିନ୍ତୁ ଏହି କଥା ବି ସମସ୍ତେ ଜାଣନ୍ତି କି ଯେତେବେଳେ କୌଣସି ବ୍ୟକ୍ତି ଯୋଗୀ ହୋଇଯାଇଥାଏ, ତେବେ ତାହାର ଜୀବନରେ ପରିବାର ର କୌଣସି ମହତ୍ଵ ରହି ନ ଥାଏ ।

ଯୋଗୀ ହେବା ପରେ ତାଙ୍କ ପାଇଁ ଦୁନିଆର ସବୁ ମଣିଷ ତାଙ୍କ ପରିବାର ର ସଦସ୍ୟ ହୋଇଯାନ୍ତି । ଠିକ ଏମିତି ହିଁ ଉତ୍ତର ପ୍ରଦେଶ ର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଯାହାଙ୍କ ପାଇଁ ବର୍ତ୍ତମାନ ପୁରା ପ୍ରଦେଶ ତାଙ୍କର ପରିବାର ହେଇ ଯାଇଛନ୍ତି ।

ପୂଜା ସାମଗ୍ରୀ ର ଦୋକାନ ସହିତ ଚା ର ଦୋକାନ :

ଯୋଗୀ ଆଦିତ୍ୟନାଥ ମୂଳ ରୂପରେ ଉତ୍ତରାଖଣ୍ଡ ରେ ରୁହନ୍ତି । ନିଜର ୭ ଟି ଭାଇ ଭଉଣୀ ମଧ୍ୟରେ ସେ ୫ ନମ୍ବରରେ ଅଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଆଜି ଯୋଗୀଜି ଗୋଟିଏ ରାଜ୍ୟକୁ ସମ୍ଭାଲୁଛନ୍ତି, କିନ୍ତୁ ତାଙ୍କ ଭଉଣୀ ଶସୀ ପାୟଲ ଆଜି ବି ଉତ୍ତରାଖଣ୍ଡ ରେ କୋଠାର ଗାଁ ରେ ଥିବା ପାର୍ବତୀ ମନ୍ଦିର ପାଖରେ ନିଜର ସ୍ଵାମୀ ପୂରଣ ସିଂହ ସହିତ ରହୁଛନ୍ତି ଏବଂ ମନ୍ଦିର ପାଖରେ ଏକ ପୂଜା ସାମଗ୍ରୀ ର ଦୋକାନ ଅଛି, ତାହା ସହିତ ଏକ ଚା ଦୋକାନ ମଧ୍ୟ ଚଲାନ୍ତି ।

ମୁଁ ବଡ ହୋଇ ସେବା କରିବି ଜନତାଙ୍କର :

ଶଶି କହିଲେ କି ସେ ନିଜର ଭାଇ ଯୋଗୀ ଆଦିତ୍ୟନାଥଙ୍କ ସହ ଶେଷଥର ୧୧ ଫେବୁଆରି ୨୦୧୭ ରେ ଦେଖା କରିଥିଲେ । ଶଶିଙ୍କର ତିନୋଟି ପିଲା ଅଛନ୍ତି, ଗୋଟିଏ ପୁଅ ଏବଂ ଦୁଇଟି ଝିଅ । ସେ କେବେ ଭାବିନଥିଲେ କି ଗୋଟିଏ ଦିନ ତାଙ୍କ ଭାଇ ଉତ୍ତରପ୍ରଦେଶ ର ମୁଖ୍ୟମନ୍ତ୍ରୀ ହୋଇଯିବେ ।

ସେ କହିଲେ କି ସବୁ ଭାଇ ଭଉଣୀ ମଧ୍ୟରେ ତାଙ୍କର ସ୍ଵଭାବ ଅଲଗା ଥିଲା । ସେ ପିତାଙ୍କୁ କହୁଥିଲେ କି, ମୁଁ ବଡ ହୋଇ ଜନତାଙ୍କ ସେବା କରିବି । ସେହି ସମୟରେ ଆମକୁ ଲାଗିଲା ବର୍ତ୍ତମାନ ସେ ପିଲା ଅଛି, ତେବେ ଥଟା କରଥିବ, କିନ୍ତୁ ଆଜି ତାହାର ସମସ୍ତ କଥା ସତ ହୋଇଛି ।

ଶଶୀଙ୍କ ଛୋଟ ଭାଇ ଯେତେବେଳେ 22 ବର୍ଷର ଥିଲେ ସେତେବେ ଯୋଗୀ ଘର ଛାଡି ଚାଲି ଯାଇଥିଲେ । ଶଶୀ ଆହୁରି ବି କହିଲେ କି ସେ ଯେତେବେଳେ ଫୁଲ ଆବିବାକୁ ଯାଉଥିଲେ ସେଠି ଦେଖୁଥିବା ସବୁ ସନ୍ୟାସୀଙ୍କ ମଧ୍ୟରେ ନିଜ ଭାଇଙ୍କୁ ଖୋଜୁଥିଲେ । 23 ବର୍ଷ ହେଲାଣି ସେ ତାଙ୍କ ଭାଇକୁ ରାଖୀ ବାନ୍ଧି ନାହାନ୍ତି । ଶେଷ ଥର ସେ ଯୋଗୀ ହେବା ପୂର୍ବରୁ ତାଙ୍କୁ ରାଖୀ ବାନ୍ଧିଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button