ମୟୂରଭଞ୍ଜ ଉଦଳା ର ସରପଞ୍ଚ କିଛି ଏମିତି କାମ କରୁଛନ୍ତି ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଚାଲିଛି
ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ କଥାରେ ଅଛି ମାନବ ସେବା ହିଁ ମାଧବ ସେବା । ମଣିଷର ସେବା କରିଲେ ଭଗବାନ ଖୁସି ଆଶୀର୍ବାଦ କରନ୍ତି ଏହା ଆମେ କହୁନୁ ଆମ ଶାସ୍ତ୍ର ରେ ଉଲେଖ ଅଛି । ହେଲେ ଆଜିର ସମୟରେ ମଣିଷର ସେବା କରିବାକୁ କାହା ପାଖରେ ସମୟ ବା ଅଛି । କିନ୍ତୁ ମୟୂରଭଞ୍ଜ ଉଦଳ ରେ ଏମିତି ଜଣେ ସରପଞ୍ଚ ଅଛନ୍ତି ଯିଏ କି ମାନବ ସେବା କୁ ବ୍ରତ ଭାବେ ଗ୍ରହଣ କରିଛନ୍ତି ।
ଖାଲି ଗ୍ରହଣ କରିଛନ୍ତି ତାହା ନୁହେଁ ବରଂ ସକାଳୁ ସନ୍ଧ୍ୟା ଯାଏଁ ଜନତା ଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି । ଏ ହେଉଛନ୍ତି ମୟୂରଭଞ୍ଜ ଉଦଳା ବ୍ଲକ ଖଲାଡ଼ି ପଞ୍ଚାୟତ ର ସରପଞ୍ଚ ସସ୍ମିତା ବାରିକ । ଗାଁ ଲୋକଙ୍କ ପାଇଁ ଏବେ ସେ ସାଜିଛନ୍ତି ଦେବଦୂତ । କଥାରେ ନୁହେଁ ସେ କାମରେ ବିଶ୍ଵାସ କରନ୍ତି । ସେଥିପାଇଁ ତ ଯିଏ ତାଙ୍କ ପାଖ କୁ ଯେଉଁ ଅସୁବିଧା ନେଇ ଆସୁଛି ତୁରନ୍ତ ତାହାର ସମାଧାନ କରିବାକୁ ଆଗ୍ରହ ପ୍ରକାଶ କରି କାମରେ ଲାଗି ପଡ଼ୁଛନ୍ତି ସସ୍ମିତା ।
ନିର୍ବାଚିତ ହେବା ପରେ ସସ୍ମିତା ଜାଣିବାକୁ ପାଇଥିଲେ ଯେ ପଞ୍ଚାଯତ ରେ ଅନେକ ଲୋକ ଘର ପାଇ ନାହାନ୍ତି । ସରକାରୀ ଯୋଜନାରେ ତାଙ୍କୁ ଘର ଦେବାକୁ କସରତ କରୁଛନ୍ତି ଏଲେ ନିଜ ଟଙ୍କାରେ ଅନେକ ଲୋକଙ୍କୁ ଘର ତିଆରି କରି ଦେଉଛନ୍ତି । ଖାଲି ଘର ତିଆରି କରୁଛନ୍ତି ତାହା ନୁହେଁ ବରଂ ଯେଉଁ ମାନେ ଘର ତିଆରି କରିପାରୁ ନାହାନ୍ତି ତାଙ୍କୁ ମଧ୍ୟ ସହାୟତା ର ହାତ ବଢାଇଛନ୍ତି ।
ନିଷ୍ଠାପର କାମ ପାଇଁ ତାଙ୍କୁ ସ୍ଥାନୀୟ ଅଞ୍ଚଳରେ ଚାରି ଆଡେ ପ୍ରଶଂସା ର ସୁଅ ଛୁଟିବାରେ ଲାଗିଛି । ଆଜିକା ସମୟରେ ଶିକ୍ଷା ବ୍ୟବସ୍ଥା ସୁଧୁରିଲେ ଦେଶ ଆଗେଇବ ବୋଲି ସରକାର କହୁଛନ୍ତି । ତେଣୁ କେମିତି ପିଲା ମାନେ ଭଲ ପଢା ପଢି ପାରିବେ ସେ ନେଇ ସ୍ଵତନ୍ତ୍ର ବ୍ୟବସ୍ଥା କରିବା ସହ ଅନେକ ପିଲାଙ୍କୁ ପାଠ ପଢାଉଛନ୍ତି ସରପଞ୍ଚ ସସ୍ମିତା ।
ଉଦଳା ବ୍ଲକ ରେ ତାଙ୍କୁ ତାଙ୍କର ପ୍ରୟାସ ପାଇଁ ତାଙ୍କୁ ପଞ୍ଚାୟତ ପ୍ରଥମ ସ୍ଥାନ ଅଧିକାର କରିଛି । ଆଗାମି ଦିନରେ କେମିତି ଗାଁ ଲୋକଙ୍କର ଉନ୍ନତି ଓ ବିକାଶ ସେ ନେଇ ପ୍ରୟାସ ଜାରି ରହିବ ବୋଲି ସସ୍ମିତା କହିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ସସ୍ମିତା ଙ୍କର ଏଭଳି ଜନ ସେବା କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।