ଓଡିଶା
ଲାଂଚ ନେଇ ବନ୍ଧା ହେଲେ ଢେଙ୍କାନାଳ ଭାରପ୍ରାପ୍ତ ଡିଏସପି
କଟକ: ଜନୈକ କୋଇଲା ପରିବହନ ସଂସ୍ଥାର ମାଲିକଙ୍କୁ ଅନୁକମ୍ପା ଅନୁଗ୍ରହ ଦେଖାଇବା ଲାଗି ୩୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ସେଲ୍ କର୍ମଚାରୀଙ୍କ ହାତରେ ଧରାପଡିଛନ୍ତି ଢେଙ୍କାନାଳ ଜିଲ୍ଲା ସଦର ଥାନାର ଭାରପ୍ରାପ୍ତ ଡିଏସପି ଅଭିନବ ଡାଳୁଆ । ତେବେ ଶ୍ରୀ ଡାଳୁଆଙ୍କ ବିରୋଧରେ ପୂର୍ବରୁ ବହୁ ଅଭିଯୋଗ ରହିଥିବାରୁ ଭିଜିଲାନ୍ସ ସେଲ ପକ୍ଷରୁ ଜଣେ ଅତିରିକ୍ତ ଏସପି, ୯ ଜଣ ଡିଏସପି ଓ ୮ ଜଣ ଇନ୍ସପେକ୍ଟରଙ୍କୁ ନେଇ ଏକ ସ୍ୱତନ୍ତ୍ର ଦଳ ଏକକାଳୀନ ଭାବେ ଶ୍ରୀ ଡାଳୁଆଙ୍କର ବାସଗୃହ ସମେତ ୬ଟି ସ୍ଥାନରେ ଚଢଉ କରିଥିଲେ । ଗଠିତ ଏହି ଦଳ ତାଙ୍କର ଖୋର୍ଦ୍ଧା ଜିଲ୍ଲା ଜଟଣୀ ରାମଚନ୍ଦ୍ରପୁର ଘର ସହିତ ଢେଙ୍କାନାଳର ୪ଟି ସଂପର୍କୀୟ ଘର, ବାଲେଶ୍ୱର ଜିଲ୍ଲା ମେଘାଡମ୍ବରୁରେ ଥିବା ପୈତୃକ ଘର ଓ କେଉଁଝର ଜିଲ୍ଲା ତୁରୁମୁଙ୍ଗାର ଝାରବେଡାରେ ଥିବା ଶ୍ୱଶୁରାଳୟ, କଟକ ଜିଲ୍ଲା ନରସିଂହପୁରସ୍ଥିତ ବାସଗୃହରେ ଚଢଉ କରାଯାଇଛି ।