ଓଡିଶା

ରାକ୍ଷୀ ସାୱନ୍ତକୁ ୫୦ଟଙ୍କା ଆୟ କରିବା ପାଇଁ ଅନିଲ ଅମ୍ବାନୀଙ୍କ ବାହାଘରରେ କାମ କରିବାକୁ ପଡିଥିଲା, ଜାଣନ୍ତୁ ଅଜଣା କାହାଣୀ

ପ୍ରତ୍ଯେକଙ୍କ ଜୀବନରେ ଉତ୍ଥାନ-ପତନ ଘଟିଥାଏ ଓ ପ୍ରତ୍ଯେକ ସଫଳତା ମଣିଷଙ୍କ ପଛରେ ଏମିତି ଦିନ ଲୁଚି ରହିଥାଏ। ସେମାନେ ନିଜର ପରିଚୟ ତିଆରି କରିବା ପାଇଁ ଜୀବନରେ ବହୁତ କଠିନ ପରିଶ୍ରମ କରିଥାନ୍ତି. “ବିଗ ବୋସ ୧୪”ର ପ୍ରତିଯୋଗୀ ରାକ୍ଷୀ ସାୱନ୍ତଙ୍କ କାହାଣୀ କିଛି ଏହିପରି। ବର୍ତ୍ତମାନ ସମୟରେ ଅଭିନେତ୍ରୀ ଓ ଡାନ୍ସର ରାକ୍ଷୀ ସାୱନ୍ତ ବହୁତ ପ୍ରସିଦ୍ଧ ଅଟନ୍ତି କିନ୍ତୁ ଏକ ସମୟରେ ପରିସ୍ଥିତି ସମ୍ପୂର୍ଣ ଭିନ୍ନ ଥିଲା। ରାକ୍ଷୀ ସାୱନ୍ତ ଯେତେବେଳେ ନିଜର ସ୍ଵପ୍ନକୁ ହାସିଲ କରିବାର ନିଷ୍ପତ୍ତି ନେଇଥିଲେ, ସେତେବେଳେ ଏହା ତାଙ୍କ ପାଇଁ ସହଜ ନଥିଲା। ରାକ୍ଷୀ ସାୱନ୍ତ ଏମିତି ଏକ ପରିବାରରୁ ଆସିଛନ୍ତି ଯେଉଁଠି ଲୋକଙ୍କ ଚିନ୍ତାଧାରା ରୂଢିବାଦୀ ଅଟେ। ଯେତେବେଳେ ରାକ୍ଷୀ ନିଜର କ୍ଯାରିୟରକୁ ଡାନ୍ସର ଭାବରେ ଚୟନ କରିଥିଲେ ସେତେବେଳେ ତାଙ୍କୁ ସମାଜ ବ୍ଯତୀତ ତାଙ୍କର ପରିବାରର ରୂଢିବାଦୀ ପୁରୁଷଙ୍କର ଚିନ୍ତାଧାରାକୁ ସାମ୍ନା କରିବାକୁ ପଡିଥିଲା। ଯେଉଁମାନେ ନିଜର ସ୍ତ୍ରୀ-ପିଲାଙ୍କୁ ନିଜର କଣ୍ଟ୍ରୋଲରେ ରଖିବାକୁ ସର୍ବଦା ଚେଷ୍ଟା କରନ୍ତି। ଓ ତାଙ୍କୁ ଘରର ଚାରି କାନ୍ଥ ମଧ୍ୟରେ ସୀମିତ ରଖନ୍ତି।

ରାକ୍ଷୀ ସାୱନ୍ତ ନିଜର ଇଚ୍ଛାକୁ ପୂରଣ କରିବା ପାଇଁ ନିଜର ରାସ୍ତାରେ ଆସୁଥିବା ସମସ୍ତ ଅସୁବିଧାକୁ ସାମ୍ନା କରିଥିଲେ, କିଛି ପରିସ୍ଥିତି ଏମିତି ଆସିଥିଲାକି ଯେତେବେଳେ ତାଙ୍କୁ ବହୁତ କିଛି ସହିବାକୁ ପଡିଥିଲା। ଏକ ଇଣ୍ଟରଭ୍ୟୁରେ ରାକ୍ଷୀ ସାଵନ୍ତ କହିଲେକି କେମିତି ତାଙ୍କର ପରିବାରରେ ଝିଅମାନଙ୍କୁ ବାହାରେ ଖେଳିବାକୁ ଅନୁମତି ମିଳେ ନାହିଁ କିନ୍ତୁ ଯେତେବେଳେ କଥା ପଇସା ଆୟ କରିବା କଥା ଆସେ, ତାଙ୍କୁ କିଛିବି କରିବାକୁ କୁହାଯାଏ। ରାକ୍ଷୀ ନିଜେ କହିଲେକି ତାଙ୍କର ଓ ଘରର ବାକି ମହିଳାଙ୍କ ସହିତ କିପରି ବ୍ୟବହାର ହୋଇଥାଏ।

Google

ଆପଣଙ୍କୁ ଜଣାଇଦେଉଛୁଯେ ‘ଜିଆର୮(GR8)’ ପତ୍ରିକାକୁ ଦିଆଯାଇଥିବା ଏକ ଥ୍ରୋ-ବ୍ୟାକ ଇଣ୍ଟରଭ୍ୟୁରେ ରାକ୍ଷୀ ସାୱନ୍ତ ପ୍ରକାଶ କରିଛନ୍ତିଯେ, ଚାଲ ସିଷ୍ଟମରେ ପିତାମାତାମାନେ ଝିଅମାନଙ୍କୁ ବାହାରେ ଖେଳିବାକୁ ମଧ୍ୟ ଦିଅନ୍ତି ନାହିଁ, କିନ୍ତୁ ଯେତେବେଳେ ଟଙ୍କା ରୋଜଗାର କରିବାର ସମୟ ଆସିଲା, ସେମାନେ ଆଗକୁ ଯାଇ ସେମାନଙ୍କୁ କିଛି କରିବାକୁ ଅନୁମତି ଦେଉଥିଲେ। ସେତେବେଳେ ସେ ନିଜ ପରିବାରର ସମ୍ମାନ ଭୁଲି ଯାଇଥିଲେ। ଯେତେବେଳେ ମୋତେ ୧୦ବର୍ଷ ହୋଇଥିଲା, ମୁଁ ଜଣେ କ୍ୟାଟେରର ପାଇଁ କାମ କରୁଥିଲି, ଯିଏ ମୋତେ ଦିନକୁ ୫୦ଟଙ୍କା ଦେଉଥିଲେ। ସେ କହିଛନ୍ତିଯେ ଟିନା ଅମ୍ବାନୀଙ୍କ ବାହାଘରରେ ସେ ଖାଦ୍ୟ ମଧ୍ୟ ପରିବେଷଣ କରିଛନ୍ତି। ସେ ଏପରି ଏକ ସମୟ ମଧ୍ୟ ଦେଖିଛନ୍ତି ଯେତେବେଳେ ତାଙ୍କୁ ଅଳ୍ପ ପରିମାଣର ଟଙ୍କା ପାଇଁ ଏହି କାମ କରିବାକୁ ପଡିଥିଲା।

Google

ରାକ୍ଷୀ ଏହି କଥା ମଧ୍ୟ କହିଛନ୍ତିକି ତାଙ୍କର ମାଙ୍କର କେବଳ ଉଦ୍ଦେଶ୍ୟ ଥିଲାକି ତାଙ୍କର ଝିଅ ପଇସା ଆୟ କରିବାରେ ଲାଗିଯାଉ। ଅଭିନେତ୍ରୀ କହିଲେକି ସେ ଛୋଟବେଳେ ବହୁତ କାନ୍ଦୁଥିଲେ ଓ ଭଗବାନଙ୍କୁ ପଚାରୁଥିଲେକି ସେ ରାକ୍ଷୀଙ୍କୁ ଏମିତି ପରିବାର କାହିଁକି ଦେଲେ, ଯେଉଁଠି ସ୍ତ୍ରୀ ଓ ଝିଅଙ୍କ ଉପରେ ଅ-ତ୍ୟା-ଚା-ର ହୋଇଥାଏ ଓ ପୁରୁଷ ମାନଙ୍କୁ କେବଳ ଆଜାଦୀ ମିଳିଥାଏ। ଝିଅ ମାନଙ୍କ ସହିତ ଭେଦଭାବ କରାଯାଏ।

ବନ୍ଧୁଗଣ ଦେଶ ଦୁନିଆର ସମସ୍ତ ଖବର ଆପଣଙ୍କ ମୋବାଇଲରେ ପାଇବା ପାଇଁ ଆମ ଏହି page କୁ ଲାଇକ କରି ଦିଅନ୍ତୁ । ପ୍ରତିଟି ଖବର ଆପଣଙ୍କ ପାଖରେ ପହଂଚିବ । ଖବର ଭଲ ଲାଗିଲେ ଲାଇକ ଓ ସେଆର କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button