କ୍ରାଇମ

ଘର କବାଟ ଭାଙ୍ଗି ସୁନା ଅଳଙ୍କାର ଚୋରି ଘଟଣା ୨ ଗିରଫ, ଟଙ୍କା ଓ ଗହଣା ଜବତ

କଟକ: ଚଳିତ ମାସ ୧୦ ତାରିଖ ରାତିରେ ବକ୍ସିବଜାର ବେପାରୀ ସାହି ଅଂଚଳର ଅଭିଜିତ ଭଗତଙ୍କ ଘର କବାଟ ଭାଙ୍ଗି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ଘଟଣାରେ ମଙ୍ଗଳାବାଗ ଥାନା ପୋଲିସ ଆଜି ୨ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ମର୍କତନଗର ଥାନା ଅନ୍ତର୍ଗତ ସତୀଚଉରା ଇମାମପଡାର ରାଜୁ ଜେନା(୩୨) ଓ ଲାଲବାଗ ଥାନା ଅନ୍ତର୍ଗତ ଅଲିଶାବଜାର ଦକ୍ଷିଣୀ ସାହିର ଦୀନେଶ ସାହା(୩୫) । ପୋଲିସ ସେମାନଙ୍କଠାରୁ ଚୋରିଯାଇଥିବା ପ୍ରାୟ ୯୩ ହଜାର ଟଙ୍କାର ଆସବାବପତ୍ର ସହିତ ୬ .୩୦ ଗ୍ରାମ୍ ଓଜନର ଏକ ସୁନା ଚେନ, ୪.୧୫ ଗ୍ରାମ୍ ଚେନ୍ ସହିତ ଦୁଇ ହଳ ସୁନାଚୁଡି , ୨ ହଳ କାନଫୁଲ, ୨ ହଳ ରୁପା ପାଉଁଜି ଓ ମୋବାଇଲ ଫୋନ ଜବତ କରିଛି । ପୋଲିସ ଏହି ଦୁଇ ଅପରାଧୀଙ୍କ ଅପାରାଧିକ କାର୍ଯ୍ୟକଳାପକୁ ତର୍ଜମା କଲାପରେ ସେମାନେ ଗତ ୨୦୧୦ ମସିହାରୁ ଏପର୍ଯ୍ୟନ୍ତ ବିଡାନାସୀ, ମର୍କତନଗର, ଲାଲବାଗ ଆଦି ଥାନାରେ ୯ଟି ମାମଲାରେ ସଂପୃକ୍ତ ଥିବା ଜଣାପଡିଥିଲା । ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button