ଦେଶ ବିଦେଶ

ବ୍ୟାଙ୍କ କର୍ମଚାରୀ ସଂଘର ଧର୍ମଘଟ ସ୍ଥଗିତ

ନୂଆଦିଲ୍ଲୀ: ବିଭିନ୍ନ ଦାବି ନେଇ ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ (ଏଆଇବିଇଏ) ତରଫରୁ ଆଜି (ନଭେମ୍ବର ୧୯) ଯେଉଁ ଧର୍ମଘଟ ଡାକରା ଦିଆଯାଇଥିଲା ତାହାକୁ ସ୍ଥଗିତ ରଖାଯାଇଛି। ବ୍ୟାଙ୍କ ମ୍ୟାନେଜମେଣ୍ଟ ସହ ଆଲୋଚନା ପରେ ଏଆଇବିଇଏ ଧର୍ମଘଟରୁ ଓହରିବାକୁ ନିଷ୍ପତ୍ତି ନେଇଛି । ଏଆଇବିଇଏ ସାଧାରଣ ସମ୍ପାଦକ ସିଏଚ୍ ଭେଙ୍କଟାଚଲମ ଏହି ସୂଚନା ଦେଇଛନ୍ତି |

ଧର୍ମଘଟ ସହ ଜଡିତ ପ୍ରସଙ୍ଗରେ ସହମତି ପ୍ରକାଶ ପାଇବା ପରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଭେଙ୍କଟାଚଲମ କହିଛନ୍ତି। ତାଙ୍କ କହିବାନୁସାରେ, ଆଇବିଏ ଏବଂ ବ୍ୟାଙ୍କ୍ ମ୍ୟାନେଜମେଣ୍ଟ ଆମର ଅନେକ ସମସ୍ୟାର ଦ୍ୱିପାକ୍ଷିକ ସମାଧାନ କରିବାକୁ ସହମତ ହୋଇଛନ୍ତି। ସେଥିପାଇଁ ଆମେ ଧର୍ମଘଟକୁ ସ୍ଥଗିତ ରଖୁଛୁ। ଏହି ପ୍ରସଙ୍ଗରେ ମୁଖ୍ୟ ଶ୍ରମ କମିଶନର ମଧ୍ୟ ୟୁନିୟନ ଏବଂ ବ୍ୟାଙ୍କମାନଙ୍କ ସହିତ ଏକ ବୈଠକ କରିଥିଲେ ଏବଂ ଆଲୋଚନା ମାଧ୍ୟମରେ ସମସ୍ତ ସମସ୍ୟାର ସମାଧାନ ପାଇଁ ଆବେଦନ କରିଥିଲେ। ଏହି ସେବାରେ ଆର୍ଥିକ ସେବା ବିଭାଗର ପ୍ରତିନିଧୀମାନେ ମଧ୍ୟ ଉପସ୍ଥିତ ଥିଲେ।

କର୍ମଚାରୀଙ୍କ ପୁନ ଥଇଥାନ, ବ୍ୟାଙ୍କରେ ଆଉଟସୋର୍ସିଂ ଏବଂ ମଜୁରୀ ସଂଶୋଧନ କାର୍ଯ୍ୟକାରୀ କରିବାରେ ବିଳମ୍ବ ପ୍ରସଙ୍ଗରେ ନଭେମ୍ବର ୧୯ରେ ଧର୍ମଘଟ ଡାକରା ଦେଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button