ନୀତି

‘ମୋର ଦୁଇହାତ ନାହିଁ, ଗୋଡ଼ ଠିକ ଭାବେ ବିକଶିତ ହୋଇ ନାହିଁ, ତଥାପି ମୁଁ ହାର ମାନି ନାହିଁ’ – Utkal Mail


ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଏଥିରେ ଦେଖିବାକୁ ମିଳୁଥିବା ବ୍ୟକ୍ତିଙ୍କର ଦୁଇହାତ ନାହିଁ। ଅଣ୍ଟା ତଳକୁ ଗୋଡ଼ ସଠିକ ଭାବେ ବିକଶିତ ହୋଇନାହିଁ। ଏହା ସତ୍ତ୍ବେ ବି ସେ ଜୀବନରେ ହାର ନମାନି ଆଗକୁ ବଢ଼ିଛନ୍ତି। ଭିଡିଓ ଦେଖିବା ପ‌ରେ ଏହି ବ୍ୟକ୍ତିଙ୍କ ଧୌର୍ଯ୍ୟ ଓ ଆତ୍ମବିଶ୍ବାସକୁ ଲୋକେ ଭୁରିଭୁରି ପ୍ରଶଂସା କରିଛନ୍ତି।

ଏହି ମହାନ ବ୍ୟକ୍ତିଙ୍କ ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି। ତେବେ ଭିଡିଓରେ ବ୍ୟକ୍ତିଙ୍କ ପରିଚୟ କ’ଣ ସେ କେଉଁଠାରେ ବସବାସ କରନ୍ତି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। କିନ୍ତୁ ବ୍ୟକ୍ତି ଜଣକ ଯେଭଳିଭାବେ ଏକ ଜୁଗାଡ଼ ଗାଡ଼ିକୁ ଚଲାଉଛନ୍ତି।

ତାହାକୁ ଦେଖି ଲାଗୁଛି ସେ ଯେମିତି ସାମାଜକୁ କହୁଛନ୍ତି, ‘ଜୀବନରେ ଅନେକ ସମସ୍ୟା ଆସିବ। ସବୁ ସମସ୍ୟା କଷ୍ଟକୁ ଆମେ ସାମ୍ନା କରିବା। ହାର ମାନିବା ନାହିଁ। ଆଗକୁ ବଢ଼ି ଚାଲିବା। କାହା ଉପରେ ବୋଝ ହେବା ନାହିଁ। ଆମେ ନିଜ ସମ୍ମାନର ନିଜେ ମାଲିକ। ସମ୍ମାନରେ ଆଞ୍ଚ ଆସିବାକୁ ଦେବା ନାହିଁ।’

 

ଏହି ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଭିଡିଓକୁ ଲୋକେ ବହୁମାତ୍ରାରେ ଭଲ ପାଇବା ଦେବା ସହିତ ସେୟାର ବି କରୁଛନ୍ତି।




Related Articles

Leave a Reply

Your email address will not be published. Required fields are marked *

Back to top button