ବିଚାର

ଜୁନ ୧୪ ଜ୍ୟେଷ୍ଠ ପୂର୍ଣ୍ଣିମାରେ ଗାଈକୁ ଖୁଆନ୍ତୁ ଏହି ଗୋଟିଏ ଜିନିଷ , ଜୀବନସାରା ଧନ ପ୍ରାପ୍ତି ହେବ ଏବଂ ସବୁ କଷ୍ଟରୁ ମୁକ୍ତି ମିଳିବ :-

ଆମ ପୁରାଣ ଶାସ୍ତ୍ରରେ ବର୍ଷର ସବୁ ପୂର୍ଣ୍ଣିମାକୁ ଶୁଭ ବୋଲି କୁହାଯାଏ । କିନ୍ତୁ ସେଥିମଧ୍ୟରୁ କିଛି ପୂର୍ଣ୍ଣମୀ ଅଧିକ ଖାସ ହୋଇଥାଏ । ଯେଉଁଦିନକୁ ଆପଣ ଖାସ ଧ୍ୟାନ ଦେବା ଉଚିତ । ସେଦିନ ବ୍ରହ୍ମଚର୍ଯ୍ୟ ପାଳନ କରିବା ଉଚିତ । ଏହିଦିନ ନିଷ୍ଠାର ସହିତ କିଛି ଦାନ ଧର୍ମ ମଧ୍ୟ କରିବା ଉଚିତ । ନଚେତ ଅନେକ ସମସ୍ୟା ଦେଖା ଦେଇଥାଏ । ସେହିପରି ଆମ ହିନ୍ଦୁ ଧର୍ମରେ ଗାଈକୁ ମା ଭଳି ପୂଜା କରାଯାଏ । ଗାଈର ଖାସ ଧ୍ୟାନ ଦିଆଯାଏ । ସନାତନ ଧର୍ମରେ ଗାଈକୁ ଲକ୍ଷ୍ମୀ ସ୍ୱରୂପ ମାନା ଯାଇଥାଏ । ତେଣୁ ଗାଈର ବିଶେଷ ଧ୍ୟାନ ରଖିଲେ ଘରେ ଲକ୍ଷ୍ମୀଙ୍କ ବାସ ହୋଇଥାଏ । ଏବଂ ଜୀବନ ସାରା ଘରକୁ ଧନର ଆଗମନ ହୋଇଥାଏ । ଅନେକ ପର୍ବ ପର୍ବାଣୀ କିମ୍ବା ବିଶେଷ ଦିନ ଯେପରିକି ପୂର୍ଣ୍ଣମୀରେ ଗାଈକୁ ଖାଦ୍ୟ ଖୁଆଇବା ଶୁଭ ହୋଇଥାଏ ।

ସାଧରଣତଃ ସହର ମାନଙ୍କରେ କେହି ଗାଈ ରଖନ୍ତି ନାହିଁ । ତଥାପି ସେମାନେ ବର୍ଷର କୌଣସି ଏକ ଦିନ ଗାଈକୁ ପୂଜା କରି ଖୁଆଇଥାନ୍ତି । କିନ୍ତୁ ଗାଈକୁ ଖାଦ୍ୟ ଦାନ କରିବା ସମୟରେ ଆମେ କିଛି ଭୁଲ କରିଥାଉ ଯାହା କରିବା ଆଦୌ ଉଚିତ ନୁହେଁ । ତେଣୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ସେହି କିଛି ବିଶେଷ କଥା ବିଷୟରେ କହିବୁ ଯାହାକି ଗାଈକୁ ଖୁଆଇବା ସମୟରେ ଧ୍ୟାନ ରଖିବା ଉଚିତ । ଏହାବ୍ୟତୀତ କେଉଁ ସବୁ ଭୁଲ କରିବା ଦ୍ୱାରା ଘରେ ଧନ ପ୍ରାପ୍ତି ହୁଏ ନାହିଁ ତାହା ମଧ୍ୟ କହିବୁ ।

୧ . ଗାଈ ଠାରେ ସବୁ ଦେବୀ ଦେବତାଙ୍କ ବାସ ହୋଇଥାଏ । ତେଣୁ ପ୍ରତିଦିନ ସକାଳେ ସର୍ବ ପ୍ରଥମ ରୋଟି ଗାଈକୁ ଖୁଆଇଲେ ସବୁ ଦେବୀ ଦେବତାଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଏହାବ୍ୟତୀତ ଘରେ ଦୀର୍ଘ ଦିନରୁ କୌଣସି ଶୁଭ କାର୍ଯ୍ୟ ନହେଉଥିଲେ ସେହି ସମସ୍ୟା ମଧ୍ୟ କଟି ଯିବ । ସବୁ ଗ୍ରହ ମଧ୍ୟ ଶାନ୍ତ ହୋଇଯିବେ ।

୨ . ଗାଈକୁ ଗୁରୁଗ୍ରହ ଅର୍ଥାତ ବୃହସ୍ପତି ସହିତ ତୁଳନା କରାଯାଇଛି । ତେଣୁ ଯଦି ଆପଣ ଗୁରୁବାର ଦିନ ରୋଟିରେ ହଳଦୀ ଲଗାଇ ଗାଈକୁ ଖୁଆନ୍ତି ତେବେ ଘରେ ଧନ ଐଶ୍ୱର୍ଯ୍ୟ ପ୍ରାପ୍ତି ହୋଇଥାଏ ।

୩ . ଯଦି ଆପଣ କୌଣସି ମାନସିକ କ୍ଳେଶ ସମସ୍ୟା ଦେଇ ଗତି କରୁଛନ୍ତି ତେବେ ରୋଟିରେ ଅଳ୍ପ ଗୁଡ଼ ଲଗାଇ ଗାଈକୁ ଖୁଆଇଲେ ଏହି ସମସ୍ୟା ଦୂର ହୋଇଥାଏ ।

କେଉଁ ଖାଦ୍ୟ ଗାଈକୁ ଖୁଆଇବା ଆଦୌ ଉଚିତ ନୁହେଁ ;-

୧ . ବାସୀ ରୋଟି :-

ଅନେକ ଲୋକେ ଗାଈକୁ ପୂର୍ବ ଦିନର ବାସୀ ରୋଟି ଖୁଆଇଥାନ୍ତି । ମାତ୍ର ଏହାଦ୍ବାରା ଗାଈର ଅପମାନ ହୋଇଥାଏ । ତେଣୁ ଏପରି ଆଦୌ କରନ୍ତୁ ନାହିଁ ।

୨ . ପଚା ସଢ଼ା ଖାଦ୍ୟ :-

ଗାଈକୁ କେବେବି ପଚା ସଢ଼ା ଖାଦ୍ୟ ଖୁଆନ୍ତୁ ନାହିଁ । କାରଣ ଏପରି କରିବା ଦ୍ୱାରା ପରିବାରରେ ଅଶାନ୍ତି ଦେଖା ଦେଇଥାଏ ଏବଂ ଶାରୀରିକ ସମସ୍ୟା ଦେଖା ଦେଇଥାଏ ।

୩ . ବଳକା ଖାଦ୍ୟ ପନି ପରିବା ଚୋପା :-

ଯଦି ଆପଣ ଗାଈକୁ ବଳକା ଖାଦ୍ୟ କିମ୍ବା ପନିପରିବା ଚୋପା ଖାଇବାକୁ ଦେଉଛନ୍ତି ତେବେ ସେଥିରେ କିଛି ଭଲ ଖାଦ୍ୟ ମିଶାଇ ଗାଈକୁ ଖାଇବାକୁ ଦିଅନ୍ତୁ ।

୪ . କ୍ଷୀର :-

ଭୁଲରେ ବି କେବେ ଗାଈକୁ କ୍ଷୀର ଖୁଆଇବା ଉଚିତ ନୁହେଁ । ନଚେତ ଘରକୁ ଦାରିଦ୍ର୍ୟତା ଆସିଥାଏ । ମାତା ଲକ୍ଷ୍ମୀ ମଧ୍ୟ ଆପଣଙ୍କ ଘରେ ବାସ କରିବା ଛାଡ଼ି ଦିଅନ୍ତୁ ।

ଗାଈ ସମ୍ବନ୍ଧିତ କିଛି ଶୁଭ ସଙ୍କେତ :-

୧ . ସାଧରଣତଃ ଯଦି ଆପଣ ଭୁଭାଗକୁ ପବିତ୍ର କରିବାକୁ ଚାହାନ୍ତି ତେବେ ସେହି ସ୍ଥାନରେ ଗାଈ ଏବଂ ବାଛୁରୀକୁ କିଛି ଦିନ ପାଇଁ ବାନ୍ଧି ଦିଅନ୍ତୁ । ଏହାଦ୍ବାରା ସେହି ସ୍ଥାନ ପବିତ୍ର ହୋଇଯାଏ । ଏହି କାରଣରୁ ଘର ତିଆରି ପୂର୍ବରୁ ସେହି ସ୍ଥାନରେ ଗାଈ ବାଛୁରୀ ବାନ୍ଧିବା ଉତ୍ତମ ହୋଇଥାଏ ।

୨ . ଯଦି ଆପଣ ରାସ୍ତାରେ ଯାଉଥିବା ସମୟରେ ଗାଈ ରାସ୍ତା ଅଟକାଏ ତେବେ ଏହା ଅତ୍ୟନ୍ତ ଶୁଭ ସଙ୍କେତ ହୋଇଥାଏ । ଏହାବ୍ୟତୀତ ସାଥିରେ ଗାଈ ବାଛୁରୀ ଦର୍ଶନ କରିବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ ।

୩ . ଯଦି ଆପଣ ଗାଈ ପାଖକୁ ଯାଆନ୍ତି ତେବେ ସଂକ୍ରାମକ ରୋଗ ଯେପରିକି ସର୍ଦ୍ଦି , କାଶ ଭଳି ଅନେକ ରୋଗରୁ ମୁକ୍ତି ମିଳିଥାଏ ।

୪ . ଗାଈର ପଞ୍ଚଗବ୍ୟ ଯଥା କ୍ଷୀର , ମୂତ୍ରା , ଘିଅ , ଦହି ଏବଂ ଗୋବର ଏହି ପାଞ୍ଚଟି ଜିନିଷ ଦ୍ୱାରା ସବୁ ପ୍ରକାରର ରୋଗର ଚିକିତ୍ସା କରାଯାଇ ପାରିବ ।

ଆପଣ ମାନଙ୍କୁ କହି ରଖୁଛୁ ଯେ ଯଦି ଆପଣ ଘରେ ଗାଈ ରଖିବାକୁ ଅସମର୍ଥ ତେବେ ଅତି କମରେ ଗାଈକୁ ରୋଟି ଖୁଆନ୍ତୁ । ମାତ୍ର ଯଦି ତାହା ସମ୍ଭବ ନୁହେଁ ତେବେ ଅନ୍ୟ କୌଣସି ଧଳା ରଙ୍ଗର ପଶୁ କିମ୍ବା ଗରିବ ଲୋକଙ୍କୁ ରୋଟି ଖୁଆଇ ପାରିବେ । ଆପଣ ମାନେ ଜାଣିଥିବେ ଯେ ଗାଈ ଅନେକ ସମୟରେ ଅଇଁଠା ଖାଇଥାଏ । ତେବେ ଗାଈ ଦେହରେ ଅନେକ ଦେବତାଙ୍କ ବାସ ହେବା ସତ୍ତ୍ୱେ ବି ସେ ଅଇଁଠା ଖାଇବାର କାରଣ ହେଉଛି ତ୍ରେତୟା ଯୁଗରେ ମାତା ସୀତାଙ୍କ ଅଭିଶାପ । ତେଣୁ ଗୋମାତା ସେହି ଅଭିଶାପ କାରଣରୁ ଅଇଁଠା ଖାଆନ୍ତି । ମାତ୍ର ମନେ ରଖନ୍ତୁ ଯଦି ଆପଣ ଗାଈକୁ ନିୟମିତ ରୋଟି ଖୁଆଉଛନ୍ତି ତେବେ ଘର ଧନରେ ଭରିଯିବ ଏବଂ ସୁଖ ଶାନ୍ତି ମଧ୍ୟ ବଜାୟ ରହିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button