ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ତୁଳସୀରେ ଚଢ଼ାଇ ଦିଅନ୍ତୁ ଏହି ଜିନିଷ । ଦାରିଦ୍ର୍ୟତା ପାଖକୁ ଆସିବ ନାହିଁ :-

ଜୁନ ୧୪ ର ଜ୍ୟେଷ୍ଠ ମାସର ପୂର୍ଣ୍ଣିମା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି ଦିନ ସ୍ନାନ ଏବଂ ଦାନ ସହିତ ପିତୃଦେବଙ୍କୁ ଖୁସି କରାଇଲେ ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ । ଏହିଦିନ ବିଷ୍ଣୁଙ୍କୁ ପୂଜା କରିବା ସମୟରେ ଯଦି ତୁଳସୀ ଦିଆଯାଏ ତେବେ ଖୁବ ଭଲ ହୋଇଥାଏ । ଏହାଦ୍ୱାରା କ୍ୟାରିଅରରେ ଉନ୍ନତି ମିଳିବା ସହିତ ପରିବାର ସଦସ୍ୟଙ୍କ ମଙ୍ଗଳ ହୋଇଥାଏ ଏବଂ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହେ । ଆଜିକାର ଏହି ଲେଖାରେ ଆମେ କିଛି ପ୍ରୟୋଗ ବିଷୟରେ କହିବୁ ଯାହାକୁ ଯଦି ଆପଣ ଏହି ଦିନ କରନ୍ତି ତେବେ ଭାଗ୍ୟ ବଦଳି ପାରେ ।
୧ . ଏହିଦିନ ତୁଳସୀ ଗଛ ମୂଳରେ ପଡ଼ିଥିବା ପତ୍ରକୁ ନେଇ ଭଗବାନଙ୍କୁ ଅର୍ପଣ କରନ୍ତୁ କିମ୍ବା ତାହାକୁ ନିଜ ପର୍ସରେ ରଖନ୍ତୁ । ଏପରି କରିବା ଦ୍ୱାରା ଏହି ତୁଳସୀ ପତ୍ର ଧନକୁ ଆକର୍ଷିତ କରିଥାଏ । ଯଦି ଆପଣ ବ୍ୟବସାୟୀ ତେବେ ବ୍ୟବସାୟ ସ୍ଥଳରେ ମଧ୍ୟ ରଖି ପାରିବେ । ଏହାଦ୍ବାରା ଧନ ସମ୍ବନ୍ଧିତ ସବୁ ସମସ୍ୟା ଦୂର ହୋଇଯାଏ ।
୨ . ଯଦି ବ୍ୟାପାର ସମ୍ବନ୍ଧିତ କୌଣସି ସମସ୍ୟା ଅଛି ତେବେ ନିଜ ରୋଷେଇ ଘରେ ଯେଉଁଠି ଚାଉଳ କିମ୍ବା ଅନ୍ୟ ଶସ୍ୟ ଥିବା ସ୍ଥାନରେ ଏକ ତୁଳସୀ ପତ୍ର ରଖି ଦିଅନ୍ତୁ । ଏହାଦ୍ବାରା ଘରେ ସୁଖ ଶାନ୍ତି ବଜାୟ ରହିବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହେବ ଏବଂ ବ୍ୟାପାରରେ ଉନ୍ନତି ହେବ । ଏହାବ୍ୟତୀତ ଯଦି ଆପଣ ଭାତ ରାନ୍ଧିବା ସମୟରେ ଦୁଇଟି ତୁଳସୀ ପତ୍ର ପକାଇ ଦିଅନ୍ତି ତେବେ ଏହା ଆପଣଙ୍କ ଭାଗ୍ୟ ଉଦୟ କରିବା ସହିତ ଖାଦ୍ୟର ସ୍ୱାଦ ମଧ୍ୟ ବଢ଼ିବ ।
୩ . ଯଦି ଆପଣ ଦୈନିକ ତୁଳସୀ ଗଛରେ ଜଳ ଅର୍ପିତ କରୁଛନ୍ତି ତେବେ ସେଥିରେ ଏକ ଚିମୁଟା ହଳଦୀ ମିଶାଇ ମଧ୍ୟ ଅର୍ପଣ କରି ପାରିବେ । ଯଦି ଆପଣଙ୍କ ଘରେ ସୁଖଶାନ୍ତି ନାହିଁ କିମ୍ବା ଘରର କୌଣସି ବ୍ୟକ୍ତିଙ୍କର ସମସ୍ୟା ଅଛି ତେବେ ସାତୋଟି ତୁଳସୀ ଏବଂ ଡାଲଚିନି ନେଇ ବ୍ୟକ୍ତିଙ୍କ ମୁଣ୍ଡ ଉପର ଦେଇ ବୁଲାଇ ଓଁ ନମଃ ଭଗବତେ ବାସୁଦେବାୟ କହି କୌଣସି ସ୍ଥାନରେ ମାଟିରେ ପୋତି ଦିଅନ୍ତୁ । ଏହାଦ୍ବାରା ପରିବାରର ସବୁ ସମସ୍ୟା ଦୂର ହୋଇଯିବ ।
୪ . ଯଦି ଆପଣଙ୍କର ବ୍ୟାପାର କିମ୍ବା ଚାକିରୀ ସମ୍ବନ୍ଧୀୟ କୌଣସି ସମସ୍ୟା ଅଛି ତେବେ ଏକ ଧଳା କପଡ଼ାରେ ୧୬ ରୁ ୨୦ ଟି ତୁଳସୀ ପତ୍ର ବାନ୍ଧି ବ୍ୟବସାୟ ସ୍ଥଳ କିମ୍ବା ଚାକିରୀ କରୁଥିବା ସ୍ଥାନରେ ମାଟିରେ ପୋତି ଦିଅନ୍ତୁ ।
୫ . ଯଦି ଆପଣଙ୍କର ଏପରି କିଛି ମନସ୍କାମନା ଅଛି ଯାହା ଅନେକ ଦିନରୁ ପୂରଣ ହୋଇନାହିଁ ତେବେ ଗୋଟିଏ ଲବଙ୍ଗ ଏବଂ ଗୋଟିଏ ମୁଦ୍ରା ନେଇ ତୁଳସୀ ଗଛ ମୂଳରେ ପୋତି ଦିଅନ୍ତୁ । ଏପରି କରିବା ପରେ ତୁଳସୀ ଗଛକୁ ପ୍ରଣାମ କରନ୍ତୁ ଏବଂ ସନ୍ଧ୍ୟା ସମୟରେ ପୁରା ଘରେ ଦୀପ ପ୍ରଜ୍ଜ୍ୱଳନ କରିବେ । ମନେ ରଖନ୍ତୁ ସେତେ ପର୍ଯ୍ୟନ୍ତ ଲବଙ୍ଗକୁ ବାହାର କରନ୍ତୁ ନାହିଁ । ଯଦି ମନସ୍କାମନା ପୂରଣ ହୋଇଯାଏ ତେବେ ତାହାକୁ ବାହାର କରି ପାଖରେ କୌଣସି ମନ୍ଦିରରେ ଦାନ କରି ଦିଅନ୍ତୁ ।