୧ରୁ ଫାର୍ମାସିଷ୍ଟମାନଙ୍କ ରାଜ୍ୟବ୍ୟାପି ପ୍ରତିବାଦ ଆନ୍ଦୋଳନ
କଟକ: ଓଡିଶା ଫାର୍ମାସିଷ୍ଟ ସେବା ସଂଘ ପକ୍ଷରୁ ଆସନ୍ତା ୧ରୁ ଦିଆଯାଇଥିବା ଆନ୍ଦୋଳନ ଡାକରାକୁ କଟକ ଜିଲ୍ଲା ଶାଖା ଫାର୍ମାସିଷ୍ଟ ସଂଘ ସମର୍ଥନ ଜଣାଇଛି । ଆଜି ସିଟି ହସ୍ପିଟାଲ ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ବିଷୟରେ ସାଧାରଣ ସଂପାଦକ ସୁଧାଂଶୁ ଶେଖର ପଣ୍ଡା ସୂଚନା ଦେଇଛନ୍ତି । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନିୟୋଜିତ ଫାର୍ମାସିଷ୍ଟମାନେ ସେମାନଙ୍କର କେତେକ ମୈାଳିକ ଅସୁବିଧା, କାର୍ଯ୍ୟକ୍ଷେତ୍ରରେ ସମସ୍ୟା, ଆର୍ôଥକ ପ୍ରାପ୍ୟ ବିଷୟରେ ବର୍ଷ ବର୍ଷ ଧରି ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରିବା ସହ ସମାଧାନ ପାଇଁ ନିବେଦନ କରିଆସୁଥିଲେ ମଧ୍ୟ ବିଭାଗ ସେଥିପ୍ରତି ଆଦୈା କର୍ଣ୍ଣପାତ କରୁନାହିଁ । ପୂର୍ବରୁ ୮ ଦଫା ଦାବି ସଂଘ ପକ୍ଷରୁ ସରକାରଙ୍କ ନିକଟରେ ଉପସ୍ଥାପନା କରାଯାଇଥିଲା । ସଂଘର କର୍ମର୍କାମାନେ ଗତ ୨୬ ତାରିଖରେ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ଦାବି ପୂରଣ ଦିଗରେ କିଛି ଫଳପ୍ରଦ ପଦକ୍ଷେପ ନିଆନଯିବା ପର୍ଯ୍ୟନ୍ତ ଆନ୍ଦୋଳନ, ପ୍ରତିବାଦ କାର୍ଯ୍ୟକ୍ରମ ସ୍ଥଗିତ ବା ବାତିଲ କରାଯିବ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଦାବିଗୁଡିକ ମଧ୍ୟରେ ଫାର୍ମାସିଷ୍ଟମାନଙ୍କ ମୂଳ ଦରମା ଜିପି ୨୪୦୦ ବଦଳରେ ଜିପି ୨୮୦୦ କରାଯିବା, ନିୟମିତ ହେବାର ୨ ବର୍ଷ ପରେ ପିବି -୨ର ଜିପି ୪୨୦୦ ସମସ୍ତଙ୍କୁ ସମୟାକ୍ରମିକ ନିୟମରେ ଦିଆଯିବା, ଫାର୍ମାସୀ କ୍ୟାଡର୍ ରିଜୋଲ୍ୟୁସନ୍ ୧.୧.୨୦୧୬ ବଦଳରେ ୨୪.୦୮.୨୦୧୩ରୁ ଲାଗୁ କରାଯିବା, ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ୮ ଘଣ୍ଟା ଡ୍ୟୁଟି କଲାଭଳି ଫାର୍ମାସିଷ୍ଟ ପଦବୀ ସୃଷ୍ଟି କରାଯିବା, ଫାର୍ମାସିଷ୍ଟ ପଦବୀର ନାମ ପରିର୍ବନ କରାଯାଇ ଫାର୍ମାସିଷ୍ଟ ଅଫିସର୍ କରାଯିବା, ଏମ.ଏଚ.ୟୁ., ଆର.ବି.ଏସ.କେ. ସ୍କିମ୍ ଅଧିନରେ କାର୍ଯ୍ୟରତ ଫାର୍ମାସିଷ୍ଟମାନଙ୍କୁ ନିୟମିତ ଖାଲି ସ୍ଥାନରେ ନିଯୁକ୍ତି ଦେବା, ସିନିୟର ଫାର୍ମାସିଷ୍ଟ ପଦବୀଗୁଡିକୁ ନିଜ ଜିଲ୍ଲାରେ ନିଯୁକ୍ତି ଦେବା, ଜବ୍ ଚାର୍ଟକୁ ସଂଶୋଧିତ କରି ନୂତନ ଭାବେ ପ୍ରକାଶ କରାଯିବା ଆଦି ରହିଛି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ ଶ୍ରୀକାନ୍ତ ଜେନା, ଦଶରଥ ଦାସ, ସୁବ୍ରତ ଶତପଥୀ, ଉମେଶ ସାହୁ, ରଂଜିତ ସାହୁ, ନାରାୟଣ ପ୍ରସାଦ ତିୱାରୀ, ସାରଦ ପ୍ରସନ୍ନ ବେହେରା, ରିଆଜଉଦ୍ଦିନ ଖାଁ, ନଳିନୀ ସାହୁ, ପ୍ରବୋଧ ପଣ୍ଡା, ଅନ୍ତର୍ଯ୍ୟାମୀ ଲେଙ୍କା, ନିରଂଜନ ସାହୁ, ବିନୟ ଟୁଡୁ, ପ୍ରଶାନ୍ତ ନାୟକ, ଅମିତାଭ ଦାସ, ରୋସନି ପରବିନ, ଦିଲ୍ଲିପ କୁମାର ନାୟକ, ଦେବୀପ୍ରସନ୍ନ ନନ୍ଦ ଓ ମଦନ ଗୋପାଳ ସେନ ପ୍ରମୁଖ ଉପସ୍ଥିତ ଥିଲେ ।