ଧର୍ମ

ହଳଦୀର ଏହି ଗୋଟିଏ ଉପାୟ କଲେ ମାତା ଲକ୍ଷ୍ମୀ ହୁଅନ୍ତି ପ୍ରସନ୍ନ ଏବଂ ଭରି ଦିଅନ୍ତି ସିନ୍ଧୁକ

ଗୁରୁବାର ଦିନଟି ଦେବଗୁରୁ ବୃହଷ୍ପତିଙ୍କ ଦିନ ହୋଇଥାଏ ଏବଂ ଏହି ଦିନ ଦେବଗୁରୁଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ପ୍ରକାରର ଉପାୟ କରାଯାଏ । ଆଜି ଆମେ ଆପଣଙ୍କୁ ହଳଦୀର କିଛି ଏପରି ପ୍ରୟୋଗ ବିଷୟରେ କହିବୁ ଯାହାକୁ ଦେବେଗୁରୁଙ୍କୁ ପ୍ରସନ୍ନ କରିବାରେ ସହାୟକ ହେବ । ଏମିତିରେ ବି ଦେବଗୁରୁଙ୍କ ସହିତ ହଲଦୀର ସିଧାସଳଖ ସଂଯୋଗ ଅଛି । ତେବେ କିଛି ଏପରି ଉପାୟ କରିବା ଦ୍ୱାରା ଧନ , ମାନ , ସମ୍ମାନ ଏବଂ ସନ୍ତାନ ସୁଖ ମଧ୍ୟ ପ୍ରାପ୍ତି ହୋଇଥାଏ । ହଳଦୀ ଏକ ବିଶେଷ ପ୍ରକାରର ଔଷଧି ହୋଇଥାଏ ଯାହାକୁ ବିବାହରେ ବର କନିଆକୁ ହଳଦୀ ଲଗାଇବା ସମୟରେ ଏହିପରି କିଛି ବିଶେଷ ମହତ୍ତ୍ୱ ରହିଥାଏ । ଏହାସହିତ ସ୍ୱାସ୍ଥ୍ୟ ଏବଂ ସୁନ୍ଦରତା ମଧ୍ୟ ମିଳିଥାଏ । ପୂଜା ସମୟରେ ହାତରେ କିମ୍ବ ବେକରେ ହଳଦୀ ଟୀକା ଲଗାଇଲେ ବୃହଷ୍ପତି ମଜବୁତ ହୋଇଥାଏ ।

ହଳଦୀ ଦାନ କରିବା ମଧ୍ୟ ଶୁଭ ହୋଇଥାଏ । ଏହାଦ୍ବାରା ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଦୂରେଇ ଯାଏ । ଗୁରୁ ଗ୍ରହରେ ଅନୁକୂଳତା ଆସିଥାଏ । ଘରର ବାହାର କାନ୍ଥରେ ଯଦି ହଳଦୀ ରେଖା ବନାଯାଏ ତେବେ ଘରକୁ ନକରାତ୍ମକ ଶକ୍ତିର ପ୍ରବେଶ ହୁଏନାହିଁ । ସ୍ନାନ କରିବା ପୂର୍ବରୁ ଯଦି ପାଣିରେ ଏକ ଚିମୁଟା ହଳଦୀ ମିଶାଇ ସ୍ନାନ କରାଯାଏ ତେବେ ଶାରୀରିକ ଏବଂ ମାନସିକ ସୁଖ ସୁବିଧା ମିଳିଥାଏ । ଏଥିପାଇଁ ଏହାକୁ ହୋମରେ ମଧ୍ୟ ବ୍ୟବହାର କରାଯାଏ । ସୂର୍ଯ୍ୟ ଦେବତାଙ୍କୁ ହଳଦୀ ମିଶା ଜଳ ଅର୍ଘ୍ୟ ଦେଲେ ମନଇଚ୍ଛା ବର ମିଳିଥାଏ । ବୃହଷ୍ପତି ଗ୍ରହ ଆମ ଜୀବନରେ ଅନେକ ସୁଖର କାରକ ଅଟନ୍ତି । ଆଜିକାର ଏହି ଲେଖାରେ ଆମେ ଏକ ଚିମୁଟା ହଳଦୀର ପ୍ରୟୋଗ ଦ୍ୱାରା କିପରି ଆପଣଙ୍କ ଜୀବନ ବଦଳି ଯିବ ସେହି ବିଷୟରେ କହିବୁ ।

୧ . ଯଦି ଆପଣ କୌଣସି ଗମ୍ଭୀର ରୋଗରେ କିମ୍ବା କୌଣସି ପେଟ ସମ୍ବନ୍ଧିତ ସମସ୍ୟାରେ ପୀଡ଼ିତ ଅଛନ୍ତି ତେବେ ପେଶା ହଳଦୀ ଦାନ କରନ୍ତୁ ।ଏହାଦ୍ବାରା ଆପଣଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧିତ ସବୁ ସମସ୍ୟା ଦୂରେଇ ଯିବ । ଏହାବ୍ୟତୀତ ଯଦି ଆପଣ ପ୍ରତ୍ୟେକ ଦିନ ହଳଦୀ ତିଳକ ଲଗାନ୍ତି ତେବେ ନକରାତ୍ମକତା ଆପଣଙ୍କ ପାଖକୁ ଆସିବ ନାହିଁ ଏବଂ ଏବଂ ସମସ୍ୟା ମଧ୍ୟ ଦୂରେଇ ଯିବ ।

୨ . ଯଦି ଆପଣଙ୍କର ବୃହଷ୍ପତି ଗ୍ରହ ଦୁର୍ବଳ ଅଛି , ବ୍ୟବସାୟରେ ସମସ୍ୟା ଦେଖା ଦେଉଛି କିମ୍ବା ଅନ୍ୟାନ୍ୟ ଧନ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଉଛି ତେବେ ଏକ ଗୋଟା ହଳଦୀର ଗଣ୍ଠି କରି ତାହାକୁ ନିଜ ମୁଣ୍ଡ ପାଖରେ ରଖି ଶୁଅନ୍ତୁ କିମ୍ବା ନିଜ ବେକରେ ଧାରଣ କରନ୍ତୁ । ଏହାଦ୍ବାରା ଆପଣଙ୍କ ଜୀବନର ବୃହଷ୍ପତି ସମ୍ବନ୍ଧିତ ସବୁ ସମସ୍ୟା ଦୂର ହେବ ।

୩ . ଯଦି ଆପଣ ନକରାତ୍ମକ ଶକ୍ତି କବଳରେ ଅଛନ୍ତି କିମ୍ବା ଅନେକ ସମୟରେ ଆପଣଙ୍କୁ ନକରାତ୍ମକ ଚିନ୍ତାଧାରା ଆସୁଛି ତେବେ ପ୍ରତ୍ୟେକ ଦିନ ସ୍ନାନ ସମୟରେ ଏକ ଚିମୁଟା ହଳଦୀ ପାଣିରେ ମିଶାଇ ସ୍ନାନ କରନ୍ତୁ । ଏପରି କଲେ ନକରାତ୍ମକ ଶକ୍ତି କିମ୍ବା ନକରାତ୍ମକ ଚିନ୍ତାଧାରା ମଧ୍ୟ ଆପଣଙ୍କୁ ପ୍ରଭାବିତ କରି ପାରିବ ନାହିଁ ।

୪ . ଯଦି ଆପଣଙ୍କ ଘରେ ପରିବାରରେ ନକରାତ୍ମକତା ସମ୍ବନ୍ଧୀୟ କୌଣସି ସମସ୍ୟା ରହିଛି ତେବେ ନିଜ ଘରର ମୁଖ୍ୟଦ୍ୱାର କିମ୍ବା ଗେଟ ପାଖରେ ଏକ ରେଖା ଆବଦ୍ଧ କରି ଟାଣି ଦିଅନ୍ତୁ । ଏପରି କଲେ ନକରାତ୍ମକ ଶକ୍ତି ଘରକୁ ଆଦୌ ପ୍ରବେଶ କରି ପାରିବ ନାହିଁ । ମାତ୍ର ଏପରି ଆପଣ ପ୍ରତିଦିନ କରିବା ଉଚିତ । ନଚେତ ଆପଣ ନକରାତ୍ମକତାକୁ ଦୂର କରିବା ପାଇଁ ମୁଖ୍ୟଦ୍ୱାର କିମ୍ବା ଗେଟ ପାଖରେ ପ୍ରତିଦିନ ହଳଦୀ ସିଞ୍ଚି ପାରିବେ ।

୫ . ଯଦି ଆପଣ ଜଣେ ପୁଅ ଏବଂ ଝିଅ ଏବଂ ନିଜର ମନ ପସନ୍ଦର ଜୀବନସାଥି ଚାହୁଁଛନ୍ତି ତେବେ ପ୍ରତ୍ୟେକ ଦିନ ସକାଳୁ ସ୍ନାନ ପରେ ସୁର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ସମୟରେ ପାଣିରେ ଟିକିଏ ହଳଦୀ ମିଶାଇ ଅର୍ପଣ କରନ୍ତୁ । ତାପରେ ସେହି ଲୋଟାରେ ଲାଗିଯାଇଥିବା ଅବଶିଷ୍ଟ ହଳଦୀ ନିଜ ମଥାରେ ଲଗାନ୍ତୁ । ଏହାଦ୍ବାରା ସୂର୍ଯ୍ୟ ଦେବ ପ୍ରସନ୍ନ ହେବେ ଏବଂ ଆପଣଙ୍କ ମନସ୍କାମନା ମଧ୍ୟ ପୂରଣ ହେବ ଏବଂ ବିବାହ ସମ୍ବନ୍ଧିତ ସମସ୍ୟାର ସମାଧାନ ହୋଇଯିବ ।

୬ . ଯଦି ଆପଣ ଚାହୁଁଛନ୍ତି ଯେ ମାତା ଲକ୍ଷ୍ମୀ ସ୍ଥାୟୀ ଭାବରେ ଆପଣଙ୍କ ଘରେ ବାସ କରନ୍ତୁ ତେବେ ପ୍ରତି ଗୁରୁବାର ପାଣିରେ ହଳଦୀ ମିଶାଇ ପୁରା ଘରେ ସିଞ୍ଚନ କରନ୍ତୁ । ଏଥିରେ ଗଙ୍ଗା ଜଳର ବ୍ୟବହାର କରନ୍ତୁ । ଏପରି କଲେ ବହୁତ ଜଲଦି ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହେବ ଏବଂ ମାତା ଲକ୍ଷ୍ମୀ ଆପଣଙ୍କ ଘରେ ସ୍ଥାୟୀ ରୂପରେ ବାସ କରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button