ଦେଶ ବିଦେଶ

‘ନାଟୁ ନାଟୁ ଗୀତରେ ନାଚିଲେ କୋରିଆ ଦୂତାବାସ କର୍ମଚାରୀ, ଭିଡ଼ିଓ ସେୟାର କରି ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଏବେ ସାରା ବିଶ୍ୱରେ ନାଟୁ-ନାଟୁ ଗୀତର ଧୂମ୍ | ଏସ୍ଏସ୍ ରାଜାମୌଲିଙ୍କ ‘ଆରଆରଆର’ ଫିଲ୍ମର ଏହି ଗୀତ ଏତେ ଲୋକପ୍ରିୟ ହୋଇଛି ଯେ ଏହାକୁ ନେଇ ଅନେକ ଡ୍ୟାନ୍ସ କଭର୍ ପ୍ରସ୍ତୁତ ହେଲାଣି । ଗୋଲଡେନ୍ ଗ୍ଲୋବ ପୁରସ୍କାର ଜିତିବା ପରେ ଏବେ ଏହି ଗୀତ ଓସ୍କାର ପୁରସ୍କାର ଦୌଡ଼ରେ ରହିଛି | ଭାରତରେ ଥିବା ଦକ୍ଷିଣ କୋରିଆ ଦୂତାବାସ ମଧ୍ୟ ନାଟୁ-ନାଟୁ ଗୀତର ଏକ ଡ୍ୟାନ୍ସ କଭର୍ ତିଆରି କରିଛି ‌‌। ଦକ୍ଷିଣ କୋରିଆ ରାଷ୍ଟ୍ରଦୂତ ସହିତ ଦୂତାବାସର ସମସ୍ତ କର୍ମଚାରୀ ଏହି ଗୀତର ତାଳେ ତାଳେ ନାଚୁଥିବା ଭିଡ଼ିଓ ଭାଇରାଲ ହୋଇଛି।

 

ଭାରତରେ ଥିବା କୋରିଆ ଦୂତାବାସର ଟ୍ୱିଟର ହ୍ୟାଣ୍ଡେଲରେ ଏହି ଭିଡ଼ିଓ ସେୟାର କରାଯାଇଛି। ଏହି ୫୩ ସେକେଣ୍ଡର ଭିଡିଓରେ ଦକ୍ଷିଣ କୋରିଆ ଦୂତାବାସର ସବୁ କର୍ମଚାରୀମାନେ ନାଟୁ ନାଟୁ ଗୀତରେ ନାଚୁଥିବା ଦେଖିବାକୁ ମିଳୁଛି | ରାଷ୍ଟ୍ରଦୂତ ଚାଙ୍ଗ ଜେ-ବାକ୍ ମଧ୍ୟ ସେମାନଙ୍କ ସହ ଡ୍ୟାନ୍ସ ଷ୍ଟେପ୍ କରୁଛନ୍ତି ।

ଭିଡିଓଟି ଫେବୃଆରୀ ୨୫ରେ ସେୟାର କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ଏହାକୁ ୨୦ ଲକ୍ଷ ଭ୍ୟୁ ଓ ୨୫ ହଜାର ଲାଇକ୍ ମିଳିଛି। ଏହି ଭିଡିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରିଛି। ଭିଡିଓ ସେୟାର କରି ମୋଦୀ କୋରିଆ ଦୂତାବାସ ଟିମ୍ ଉଦ୍ୟମକୁ ପ୍ରଶଂସା କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button