ରାଶିଫଳ

ସାପ୍ତାହିକ ରାଶିଫଳ: ଜାଣନ୍ତୁ, ମେଷଠୁ ମୀନ ଯାଏଁ କାହାର ଦିନ କେମିତି କଟିବ

ମେଷ: ମେଷ ରାଶିର ବ୍ୟକ୍ତିବିଶେଷଙ୍କୁ ଏହି ସପ୍ତାହ ମିଶ୍ରିତ ଫଳ ଦେବ। ଧନ ଏବଂ ମନ ସମ୍ଭାଳି ରଖିବାକୁ ହେବ। ଘରେ ହେଉ କି ବାହାରେ ନିଜର ମନମାନି କରିବା କିମ୍ବା ଅନ୍ୟ ଲୋକଙ୍କ ପରାମର୍ଶ ନେବାରୁ ନିବୃତ୍ତ ରୁହନ୍ତୁ। କାର୍ଯ୍ୟ କ୍ଷେତ୍ରରେ ଶତ୍ରୁମାନେ ଅସୁବିଧାରେ ପକାଇବାକୁ ଚେଷ୍ଟା କରିବେ। କାମ ପାଇଁ ଦୂରଯାତ୍ରା କରିବାକୁ ପଡିପାରେ। ଆର୍ଥିକ ସଙ୍କଟ ଦେଇ ଗତି କରିପାରନ୍ତି। କାହାଠାରୁ ଧନ ଉଧାର ନେଇ ପାରନ୍ତି। ପ୍ରେମ ସମ୍ପର୍କରେ ଥିଲେ ସପ୍ତାହଟି ଭଲ ରହିବ। ବୈବାହିକ ଜୀବନ ସୁଖମୟ ରହିବ। ପ୍ରତିଦିନ ଶ୍ରୀ ହନୁମାନଙ୍କୁ ନେଇଚମେଲି ତେଲରେ ଦୀପ ଜଳାନ୍ତୁ। ସାତ ଥର ହନୁମାନ ଚାଳିଶା ପାଠ କରନ୍ତୁ।

ବୃଷ: ବୃଷ ରାଶିର ବ୍ୟକ୍ତି ଏହି ସପ୍ତାହରେ ସ୍ୱଭାବ ଚିଡଚିଡା ପଣ ଦେଖିବାକୁ ମିଳି। ବୃଷ ରାଶିର ବ୍ୟକ୍ତି ବାକ୍ ସଂଯମତା ରକ୍ଷା କରନ୍ତୁ। ପରିବାରରେ ତର୍କ ବିତର୍କ ହୋଇପାରେ। ଅଫିସରେ ସତର୍କ ରୁହନ୍ତୁ। ବ୍ୟବସାୟରେ ସାବଧାନତାର ସହ ନେଣ ଦେଣ କରନ୍ତୁ। ଆୟ କମ୍‌ ଏବଂ ବ୍ୟୟ ଅଧିକ ହୋଇପାରେ। ଘରେ କିମ୍ବା ଗାଡି ମରାମତି କରିବାକୁ ଅଧିକ ପଇସା ଖର୍ଚ୍ଚ କରିବାକୁ ପଡିପାରେ। ପରୀକ୍ଷାର୍ଥୀଙ୍କୁ ମନ ମୁତାବକ ସଫଳତା ମିଳିବ। ସାଥୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ପ୍ରତିଦିନ ଶ୍ରୀଯନ୍ତ୍ର ପୂଜା କରନ୍ତୁ।

ମିଥୁନ: ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ ସପ୍ତାହଟି ଲାଭଜନକ ରହିବ। ଏହି ସପ୍ତାହ ଆପଣଙ୍କ ଜୀବନରେ ସୌଭାଗ୍ୟ ମିଳିବ। ଜୀବନରେ ଉନ୍ନତି କରିବା ପାଇଁ ଭଲ ସୁଯୋଗ ମିଳିବ। ଚିନ୍ତା କରିଥିବା କାର୍ଯ୍ୟ ପୂରଣ କରିବେ। ଚାକିରି ଖୋଜୁଥିବା ଲୋକଙ୍କୁ ନିଯୁକ୍ତି ମିଳିବ। ଭୂମି, ବାହନ ସୁଖ ପ୍ରାପ୍ତ ହେବ। ପୈତୃକ ସମ୍ପତ୍ତି ସହ ଜଡ଼ିତ ବିବାଦ ଆଜି ତୁଟିବ। ପ୍ରେମୀଯୁଗଳଙ୍କ ପାଇଁ ସପ୍ତାହଟି ଖୁବ୍ ଉତ୍ତମ। ଓଁ ନମୋ ଭଗବତେ ବାସୁଦେବାୟ ଜପ କରନ୍ତୁ। ଭଗବାନ ବିଷ୍ଣୁଙ୍କ ପୂଜା ହଳଦିଆ ଫୁଲ, ଫଳରେ କରନ୍ତୁ। ବିଷ୍ଣୁ ସହସ୍ର ନାମ ପାଠ କରନ୍ତୁ।

କର୍କଟ: ସପ୍ତାହ ଆରମ୍ଭରେ କରଜ କରିବାରୁ ନିବୃତ୍ତ ରୁହନ୍ତୁ। ରୋଗାଗ୍ରସ୍ତ ହୋଇ ଶାରୀରିକ ପୀଡା ଅନୁଭବ କରିପାରନ୍ତି। ତେଣୁ ଏହି ସମୟରେ ଖାଇବା ପିଇବା ଉପରେ ବିଶେଷ ଧ୍ୟାନ ଦେବେ । କର୍ମକ୍ଷେତ୍ରରେ ବରିଷ୍ଠଙ୍କ କ୍ରୋଧର ଶିକାର ହୋଇପାରନ୍ତି। ବ୍ୟବସାୟ କରୁଥିଲେ ଲାଭ ମିଳିବ। ଯେଉଁ କାମରେ ହାତ ଦେବେ ସଫଳତା ନିଶ୍ଚୟ ପାଇବେ। ତୀର୍ଥ ସ୍ଥାନକୁ ଯାତ୍ରା କରିପାରନ୍ତି। ମା’ଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ନେଇ ମନ ବିଚଳିତ ରହିବ।ପ୍ରେମ ସମ୍ବନ୍ଧ ସାମାନ୍ୟ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ବୈବାହିକ ଜୀବନ ସୁଖମୟ ହେବ। ପ୍ରତିଦିନ ଶିବ-ପାର୍ବତୀଙ୍କୁ ପୂଜା କରନ୍ତୁ। ଶିବ ମହିମା ପାଠ କରନ୍ତୁ।

ସିଂହ: ଏହି ସପ୍ତାହରେ ଆପଣଙ୍କୁ ଅଧିକ କାମ କରିବାକୁ ପଡିପାରେ। ସପ୍ତାହ ଆରମ୍ଭରୁ ଚାକିରି ଏବଂ ବ୍ୟବସାୟ ପାଇଁ ଦୂର ଯାତ୍ରା କରିପାରନ୍ତି। ବ୍ୟବସାୟରେ ଜଡିତ କିଛି ଲୋକଙ୍କୁ ଲାଭ ମିଳିବ। ଘରେ କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଜମି କିମ୍ବା ଘର ମାମଲାରେ କୋର୍ଟ କଚେରୀ ଯାଇପାରନ୍ତି। ପ୍ରିୟ ବ୍ୟକ୍ତିଙ୍କ ବ୍ୟବହାର ଯୋଗୁ ଦୁଃଖିତ ରହିବେ। ଖର୍ଚ୍ଚାନ୍ତ ହୋଇପାରନ୍ତି। ଛାତ୍ରଛାତ୍ରୀମାନେ ପାଠପଢାରେ ଧ୍ୟାନ ଦେବା ଉଚିତ। ଦାମ୍ପତ୍ୟ ଜୀବନ ମଧ୍ୟମ ଧରଣର ରହିବ। ପ୍ରତିଦିନ ସୂର୍ଯ୍ୟ ଦେବତାଙ୍କୁ ପୂଜା କରନ୍ତୁ।

କନ୍ୟା:
କନ୍ୟା ରାଶିର ବ୍ୟକ୍ତି ବିଶେଷଙ୍କୁ ଏହି ସପ୍ତାହ ଶୁଭଫଳ ଦେବ। ସପ୍ତାହ ଆରମ୍ଭରୁ ସୌଭାଗ୍ୟ ଆପଣଙ୍କୁ ମିଳିବ। ଅବଶ୍ୟ ଏହା ଦ୍ୱାରା ସଫଳତା ପାଇବେ। ପୂର୍ବରୁ ନିବେଶ କରିଥିବା ଅର୍ଥ ଲାଭ ସହ ପାଇବେ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ। ଧାର୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ। ସନ୍ତାନ ସୁଖ ମିଳିବ। ସପ୍ତାହ ଶେଷର କୌଣସି ଖରାପ ଖବର ମିଳିପାରେ। ଲଭ ପାଟର୍ନର ଠାରୁ ସରପ୍ରାଇଜ ଉପହାର ମିଳିବ। ପ୍ରତିଦିନ ଗଣେଶଙ୍କ ପୂଜା କରନ୍ତୁ। ଗଣେଶ ଚାଳିଶା ପାଠ କରନ୍ତୁ।

ତୁଳା: ତୁଳା ରାଶିର ଲୋକଙ୍କ ପାଇଁ ସପ୍ତାହଟି ମଧ୍ୟମ ରହିବ। କାର୍ଯ୍ୟକ୍ଷେତ୍ରରେ ଅଧିକ ଦାୟିତ୍ୱ ଦିଆଯିବ। ଏଣୁ ଚିନ୍ତିତ ରହିପାରନ୍ତି। ଘର କଥାକୁ ନେଇ ଚିନ୍ତିତ ରହିପାରନ୍ତି। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ବିଶିଷ୍ଟ ବ୍ୟକ୍ତିଙ୍କୁ ସାକ୍ଷାତ କରିପାରନ୍ତି। ପ୍ରେମୀ ଯୁବକଙ୍କ ପାଇଁ ସପ୍ତାହ ଭଲ ରହିବ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ପ୍ରତିଦିନ ଦେବୀ ଦୁର୍ଗାଙ୍କୁ ପୂଜା କରନ୍ତୁ। ଶୁକ୍ରବାର ଦିନ କୌଣସି କନ୍ୟାଙ୍କୁ ଧଳା ମିଠା ଖାଇବାକୁ ଦିଅନ୍ତୁ।

ବିଛା: ବିଛା ରାଶି ପାଇଁ ଏହି ସପ୍ତାହ ଚ୍ୟାଲେଞ୍ଜିଂ ରହିବ। ଲୋକଙ୍କ ସ୍ନେହ ଏବଂ ଭଲପାଇବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡିପାରେ। ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ହସପିଟାଲ ଚକ୍କର କାଟିବାକୁ ପଡିପାରେ। ସପ୍ତାହ ମଝିରେ ଖୁସି ଖବର ପାଇପାରନ୍ତି। ପରିବାରର କେହି ବଡ଼ ସଫଳତା ପାଇବେ। ଲୋକମାନେ ଆପଣଙ୍କ କାମକୁ ପ୍ରଶଂସା କରିବେ। ରାଜନୀତି ସହ ଜଡ଼ିତ ଲୋକଙ୍କୁ ନୂଆ ଦାୟିତ୍ୱ ମିଳିପାରେ। ପରୀକ୍ଷା ଓ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି କରୁଥିବା ପିଲାଙ୍କୁ ସଫଳତା ମିଳିବ। ହନୁମାନଙ୍କ ସୁନ୍ଦରକାଣ୍ଡ ପାଠ କରନ୍ତୁ।

ଧନୁ: ଏହି ସପ୍ତାହରେ କାମ ପାଇଁ ଅଧିକ ଦୌଡ ଧାପଡ କରିବାକୁ ପଡିପାରେ। ସପ୍ତାହ ଆରମ୍ଭରୁ କାମ ପାଇଁ ଦୂରଯାତ୍ରା କରିବାକୁ ପଡିପାରେ। ଯାତ୍ରା ସମୟରେ ମନ ମୁତାବକ ସଫଳାତ ମିଳିବ। ଏହି ସପ୍ତାହରେ ଖୁସି ପାଇପାରନ୍ତି। ପରିବାର ପାଇଁ ବ୍ୟସ୍ତ ବିବ୍ରତ ରହିବେ। ମୁଣ୍ଡ ଉପରେ କାମର ବୋଝ ରହିବ। ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ମିଳିବ। ସମୟ ଭିତରେ ଟାର୍ଗେଟ ପୂରଣ କରିପାରିବେ ନାହିଁ। ପ୍ରେମ ସମ୍ପର୍କରେ ବାଧା ଆସିପାରେ। ବୈବାହିକ ଜୀବନ ସୁଖମୟ ରହିବ। ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ।

ମକର: ଗତ ସପ୍ତାହ ତୁଳନାରେ ଏହି ସପ୍ତାହ ମିଶ୍ରିତ ଫଳ ଦେବ। ବହୁତ ସହଜ କାମ ମଧ୍ୟ ବହୁତ ପରିଶ୍ରମ କରି ମିଳିବ। ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ କରିବେ। ପୈତୃକ ସମ୍ପତ୍ତି ସହ ଚାଲିଥିବା ବିବାଦ କୌଣସି ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଯୋଗୁ ଦୂର ହେବ। ହଠାତ୍ କୌଣସି ଦାୟିତ୍ୱ ପାଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପ୍ରତିଦିନ ହନୁମାନଙ୍କୁ ପୂଜା କରନ୍ତୁ।

କୁମ୍ଭ: ଏହି ସପ୍ତାହରେ ଭାବିଥିବା କାମ ସମୟରେ ସଂପୂର୍ଣ୍ଣ ହେବ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଅନ୍ୟକୁ କାମ ଦେବା ଅପେକ୍ଷା ନିଜେ କାମ କରନ୍ତୁ। ସ୍ୱାସ୍ଥର ଯତ୍ନ ନିଅନ୍ତୁ। ଧନ ସମ୍ବନ୍ଧୀୟ ମାମଲାରେ ଦେଖି ଚାହିଁ ନେଣ ଦେଣ କରନ୍ତୁ। ପ୍ରେମ ସମ୍ବନ୍ଧରେ ଥିବା ଲୋକମାନେ ସାବଧାନ ରୁହନ୍ତୁ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।

ମୀନ: ଏହି ସପ୍ତାହରେ ମୀନ ରାଶିର ବ୍ୟକ୍ତିଙ୍କ ସୌଭାଗ୍ୟ ବଢ଼ିବ। କୌଣସି ପ୍ରଭାବଶାଳୀ ବ୍ୟକ୍ତି ସମସ୍ୟାର ସମାଧାନ କରିବେ। ଗାଡ଼ି କିଣିବାକୁ ଯୋଜନା କରୁଥିଲେ ଆଜି ସଫଳ ହେବେ। ଚାକିରି କରୁଥିବା ଲୋକଙ୍କୁ ଆୟର ଆଉ ଏକ ସ୍ରୋତ ମିଳିବ। ଲଭ ପାର୍ଟନର ଆଜି ଆପଣଙ୍କ ସହ କ୍ୱାଲିଟି ସମୟ ବିତାଇବେ। ନାରାୟଣ କବଚ ପାଠ କରନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button