ବିଚାର

ରାନୀ ପଦ୍ମାବତିଙ୍କ ଯୌହର କୁଣ୍ଡର ରହସ୍ୟ, କଣ ପାଇଁ ଆଜି ପର୍ଯ୍ୟନ୍ତ ସେହି କୁଣ୍ଡ ଭିତରକୁ କେହି ଯାଇ ପାରୁ ନାହାନ୍ତି

ରାଜସ୍ଥାନ ଉପରେ ପଦ୍ମାବତୀ ଭଳି ବଡ ଫିଲ୍ମ ହେଲା ପରେ ଲୋକଙ୍କୁ ରାଜସ୍ଥାନ ଇତିହାସ ଜାଣିବା ପାଇଁ ଲୋକ ଉତ୍ସୁକ ଅଛନ୍ତି, ଆଜି ଆମେ ଆପଣଙ୍କୁ ପଦ୍ମାବତୀଙ୍କ କିଲା ବିଷୟରେ କହିବାକୁ ଯାଉଛୁ ଇତିହାସରେ ଜାଣିବା ପାଇଁ ବହୁତ କିଛି ଅଛି ଯାହା ବର୍ଷ ବର୍ଷ ଧରି ଲୋକେ ଏହାକୁ ଭୁଲେଇ ପାରିବେ ନାହିଁ । ଆମେ ରାଜସ୍ଥାନ ‘ଚିତୋଡଗଢ କିଲା’ ବିଷୟରେ କହିବୁ ଯାହାକୁ ଦେଖିବା ପାଇଁ ଲୋକ ଦୂର ଦୂର ଜାଗରୁ ରାଜସ୍ଥାନ ଆସନ୍ତି । ଏହି କିଲା ଏତେ ସୁନ୍ଦର ଭାବରେ ଗଢା ହୋଇଛି ଯାହା ଦେଖିଲେ ଲୋକଙ୍କ ମନ ତୃପ୍ତି ପାଇ ଯାଏ ।

ଆସନ୍ତୁ ଜାଣିବା ଜୌହର କୁଣ୍ଡ ରହସ୍ୟ :


ଇତିହାସକାରଙ୍କ ଅନୁଯାଇ ଜୌହର କୁଣ୍ଡ କୁ ‘ହଣ୍ଟେଡ’ ବା ଭୁତ ଜାଗା, ନକାରାତ୍ମକ ଶକ୍ତି ଯୁକ୍ତ ବୋଲି କୁହା ଯାଏ, ଏହା ପଛରେ ଗୋଟେ ବଡ କାହାଣୀ ଅଛି ଯାହା ଭଲ ପାଇବା, ଦୁସ୍ମନି ଏବଂ ଗୋଟେ ବଡ ବଳିଦାନ ବିଷୟରେ କହୁଅଛି । ଏହି ଶହର ରାଣୀ ପଦ୍ମାବତୀଙ୍କ ବଳିଦାନ ପାଇଁ ମଧ୍ୟ ପ୍ରସିଦ୍ଧ ଅଟେ । ରାଣୀ ପଦ୍ମାବତୀ ବହୁତ ସୁନ୍ଦର ଥିଲେ ତାଙ୍କୁ ଲୋକ ସୁନ୍ଦରତା ରାଣୀ କହୁଥିଲେ ତାଙ୍କ ସୁନ୍ଦରତା ପାଇଁ ସେ ବହୁତ ପ୍ରସିଦ୍ଧ ମଧ୍ୟ ଥିଲେ । ରାଣୀ ପଦ୍ମାବତୀଙ୍କ ସୁନ୍ଦରତା ତାଙ୍କ ପାଇଁ ଶତ୍ରୁ ବନେଇବା ଆରମ୍ଭ କଲା ।

ରାଣୀ ଓ ରାଜା ବହୁତ ଭଲ ଓ ଖୁସି ଭାବରେ କାର୍ଯ୍ୟ କରୁଥିଲେ, ଏହା ପରେ ଅଲାଉଦିନ ଖିଲଜି ନାମକ ଗୋଟେ ଦୁଷ୍ଟ ରାଜା ନଜର ରାଣୀ ପଦ୍ମାବତୀଙ୍କ ଉପରେ ପଡିଲା ଏବଂ ସେ ରାଣୀ ପଦ୍ମାବତୀଙ୍କ ସହ ବିବାହ କରିବା ପାଇଁ ଇଛା କଲା । ଏହା ପରେ ଯୁଧା ଘୋଷଣା ହେଲା ଯାହା ପରେ ଏହା ନିଶ୍ଚିତ ହେଲା ଏହା ପରେ ଯୁଧା ଆରମ୍ଭ ହେଲା କିନ୍ତୁ ଖିଲଜି ଧୋଖା କରି ରାଜା ରତ୍ନ ସିଂହ କୁ ହରେଈ ଦେଲା ଯିଏ ରାଣୀ ପଦ୍ମାବତୀଙ୍କ ସ୍ଵାମୀ ଥିଲେ ।

ରାଜା ରତ୍ନ ସିଂହ ବୀର ଗତି ପ୍ରାପ୍ତ କଲେ ଏବଂ ଏହି କଥା ରାଣୀ ପଦ୍ମାବତୀ ଜାଣିଲା ପରେ ନିଜ ଆତ୍ମଦାହ ପାଇଁ କୁଣ୍ଡ ତିଆରି କରାଇଲେ । ରାଣୀ ନିଜ ଆତ୍ମଦାହ ପାଇଁ ପ୍ରସ୍ତୁତ ଥିଲେ କିନ୍ତୁ ଖିଲଜି ସହ ବିବାହ କରିବା ତାଙ୍କୁ ମଞ୍ଜୁର ନଥିଲା । ସେଥିପାଇଁ ରାଜାଙ୍କ ମୃତ୍ୟୁ କଥା ଶୁଣିଲା ପରେ ରାଣୀ ପଦ୍ମାବତୀ ଏହି କୁଣ୍ଡ ରେ ନିଜ ଦାସୀମାନଙ୍କ ସହ ଆତ୍ମଦାହ କରିଥିଲେ । ଏହି କାହାଣୀ ପାଇଁ ଲୋକେ ଆଜି ମଧ୍ୟ ସେହି କୁଣ୍ଡକୁ ଭୁତ ବୋଲି କହୁଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button