ବିଚାର

ବିବାହିତା ମହିଳାଙ୍କ ପ୍ରତି ବେଶୀ ଆକର୍ଷଣ ଆସିଲେ କଣ କରିବେ ?

ସ୍ତ୍ରୀ ଲୋକଙ୍କ ପ୍ରତି ଅଧିକ ଆକର୍ଷଣ ରଖିବା ଏକ ବିରାଟ ସମସ୍ୟା ଆଜିର ବ୍ୟକ୍ତି ବିଶେଷଙ୍କର। ତେବେ ଏହି ଆକର୍ଷଣ ସୀମାବଦ୍ଧ ରହିଲେ ଠିକ୍ ଅଛି, କିନ୍ତୁ ଅଧିକ ରହିଲେ ମଣିଷ ବିପଥଗାମୀ ହେବା ନିଶ୍ଚିତ ଅଟେ। ଏହାଦ୍ୱାରା ମଣିଷ ଏପରି ଭୁଲ ରାସ୍ତାକୁ ଚାଲିଯାଏ ଯେଉଁଠୁ ଫେରିବା ଏକ ପ୍ରକାରର କଷ୍ଟକର ହୋଇପଡେ। ତେବେ ଏହା ଯଦିଓ ଏକ ଉଚିତ୍ କଥା ନୁହଁ ଏବଂ ଆମକୁ ବିପଥଗାମୀ କରାଇଥାଏ, ତଥାପି ଅଧିକାଂଶ ଲୋକ ଏପରି ରାସ୍ତାରେ ଯାଇ ନିଜର ସୁଖର ସଂସାର କୁ ଛାରଖାର କରି ଦେଉଛନ୍ତି, ପୁଣି କେତେବେଳେ ବଡ ବଡ଼ ଭୁଲ ବି ମଣିଷ କରି ବସୁଛି।

ତେବେ ଏହାର ପ୍ରକୃତ ସମାଧାନ କଣ ଏଵଂ କଣ କରିବା ଦ୍ଵାରା ଆମେ ଅଭଳି ଏକ ପଥରୁ ନିଜକୁ ଦୂରେଇ ରଖି ପାରିବା ଏବଂ ବିପଥଗାମୀ ହେବା ନାହିଁ, ତାହା ଜାଣିବାକୁ ଅନେକଙ୍କ ମନରେ ପ୍ରଶ୍ନ ରହିଥାଏ। କିନ୍ତୁ ଅନେକାଂଶରେ ଏହା ପରିପ୍ରକାଶ କରିହୁଏ ନାହିଁ। ତେବେ ଆମେ ଜାଣିବା ଏହି ସମସ୍ୟା ଜିପରି ଦୂର ହେବ। ଆଉ ଏଥିପାଇଁ ଆମକୁ କଣ ପଦକ୍ଷେପ ନେବାକୁ ପଡିବ। ତେବେ ଦରକାର ଠାରୁ ଆମେ ଅଧିକ ମିଶିବା ଉଚିତ୍ ନୁହେଁ। ଆଜି ଏହି ଭିଡିଓ ରେ ବର୍ଣ୍ଣିତ ହୋଇଥିବା ଏକ ସୁନ୍ଦର୍ କାହାଣୀ ମଧ୍ୟମରେ ଆମେ ଏ ବିଷୟରେ ଜାଣିବା ଯେ କିପରି ମହିଳାଙ୍କ ପ୍ରତି ଥିବା ଅଧିକ ଆକର୍ଷଣ କୁ କିପରି ନିୟନ୍ତ୍ରଣରେ ରଖି ପାରିବା।

ଏକ କାହାଣୀ ମାଧ୍ଯମରେ ଏଠାରେ ଏହି ଭିଡ଼ିଓରେ କୁହା ଯାଇଛି ଯେ କିପରି ଭାବରେ ଜଣେ ନାରୀ ପ୍ରତି ଆମେ ତାର ସୁନ୍ଦରତା କୁ ଦେଖି ଆକୃଷ୍ଟ ନହୋଇ ତାର ସୁନ୍ଦରତା କୁ ପ୍ରଶଂସା କରିବା ପାଇଁ ନିଜକୁ ପ୍ରସ୍ତୁତ କରିବା। ରୂପ ପଛରେ ନଯାଇ, ନାରୀର ଭିତରର ସତ୍ତା କୁ ଉପଲବ୍ଧି କରିବା। କେବେବି ଆକୃଷ୍ଟ ହୋଇ ପଡିବା ନାହିଁ ତାର ଶରୀରର ଖୋଳପା ଅର୍ଥାତ୍ ବାହ୍ୟ ଆବରଣ କୁ ଦେଖି। ଏଥିପାଇଁ କୌଣସି ଶାସ୍ତ୍ର ଜ୍ଞାନ ର ଆବଶ୍ୟକତା ନାହିଁ ବରଂ ଏଥିପାଇଁ ଜଣଙ୍କୁ ଅନୁଭବ ର ଜ୍ଞାନ ଦରକାର୍। ଯାହା ଫଳରେ ସେ ଭୁଲ୍ ଠିକ୍ ର ଫରକ କୁ ନିଜେ ଅନୁଭବ କରି ପାରିବ ଏବଂ ଜାଣି ପାରିବ ତାର ପ୍ରକୃତ ରହସ୍ୟକୁ।

ଯେଉଁ ମଣିଷ ଜୀବନର ପ୍ରକୃତ ଅମୂଲ୍ୟ ଜ୍ଞାନକୁ ଜାଣିଛି, ଅନୁଭବ କରିଛି, ସାଧନା କରିଛି, ଧ୍ୟାନ କରିଛି, ସେ ଜୀବନର ପ୍ରକୃତ, ପରମ ସତ୍ତା କୁ ଅନୁଭଵ କରିଛି। ଯାହାକି ବୁଦ୍ଧ ଦେବ ଅନୁଭବ କରିଥିଲେ। ତେଣୁ ପ୍ରଥମେ ନିଜକୁ ସେହି ଅମୂଲ୍ୟ ସତ୍ତାର ଅଧିକାରୀ କରିବାକୁ ଚେଷ୍ଟା କରନ୍ତୁ। ଧ୍ୟାନ କରନ୍ତୁ ଏବଂ ନିଜକୁ କିଛି ସମୟ ଦିଅନ୍ତୁ। ନିଜ ସହିତ ସମୟ କାଟିଲେ ନିଜ ସହିତ ସମ୍ବନ୍ଧ ବଢିବ ଏବଂ ସେହି ସମ୍ବନ୍ଧ ମାଧ୍ଯମରେ ଆପଣ ନିଜର ଆନ୍ତରିକ ସତ୍ତାକୁ ଅନୁଭବ କରି ପାରିବେ ଏବଂ ମୁଁ କିଏ ବୋଲି ଜାଣି ପାରିବେ।ଆଉ ଏସବୁ ମାୟା ରୁ ଆପଣ ଦୂରେଇ ରହି ପାରିବେ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button