ଓଡିଶା

ପୂର୍ବ ଶତ୍ରୁତାରୁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗୁଳିମାଡ, ୨ ଅଟକ

ରାଉରକେଲା: ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗୁଳିମାଡ଼ । ରାଉରକେଲା ରଘୁନାଥପାଲି ଥାନା ଦେଓଗାଁ ଅଞ୍ଚଳରେ ଗୁଳିମାଡ ହୋଇଛି । ପୂର୍ବ ଶତ୍ରୁତାରୁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗୁଳି ମାଡ ହୋଇଥିବା ସୂଚନା ମିଳିଛି । ଘଟଣାରେ ୨ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ରଘୁନାଥ ପାଲି ଥାନା ପୋଲିସ୍ ।

ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଗୁଳିମାଡ କରିଥିବା ବେଳେ ଟାର୍ଗେଟ କରାଯାଇଥିବା ବ୍ୟକ୍ତିଜଣକ ବର୍ତ୍ତମାନ ସୁରକ୍ଷିତ ରହିଛନ୍ତି । ୨ ରାଉଣ୍ଡ ଫାୟାରିଂ କରାଯାଇଥିଲେ ହେଁ ତାଙ୍କ ଦେହରେ ଗୁଳି ବାଜି ନାହିଁ ।

ତେବେ ଗତମାସ ଫେବୃଆରୀ ୨୩ ତାରିଖରେେ ମଧ୍ୟ ଗୁଳିମାଡ଼ ହୋଇଥିଲା । ତେବେ ବାରମ୍ବାର ଗୁଳିମାଡ଼କୁ ନେଇ ଚିନ୍ତାରେ ରହିଛନ୍ତି ଜିଲ୍ଲାବାସୀ । ପୋଲିସ ପାଟ୍ରୋଲିଂ ଉପରେ ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button