ଓଡିଶା

ଶୀତକାଳୀନ ଅଧିବେଶନ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଆସନ୍ତାକାଲି ଠାରୁ ଆରମ୍ଭ ହେବ । ଶୀତକାଳୀନ ଅଧିବେଶନ ପୂର୍ବରୁ ଆଜି ସରକାର ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି । ସଂସଦର ଶୀତକାଳୀନ ଅଧିବେଶନ ବୁଧବାର ଠାରୁ ଆରମ୍ଭ ହୋଇ ଡିସେମ୍ବର ୨୯ ପର୍ଯ୍ୟନ୍ତ ଚାଲିବ। ଏଥର ସର୍ବଦଳୀୟ ବୈଠକ ବଦଳରେ ବିଜନେସ ଆଡଭାଇଜରୀ କମିଟିର ବୈଠକ ଡାକିବାକୁ ନିଷ୍ପତ୍ତି ନିଆଯାଇଛି।

ସୂଚନାଯୋଗ୍ୟ ଯେ ସର୍ବଦଳୀୟ ବୈଠକ ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଲୋକସଭା ଏବଂ ରାଜାସଭାର ବିଭିନ୍ନ ଦଳର ନେତାମାନଙ୍କୁ ନିମନ୍ତ୍ରଣ ପଠାଇଛନ୍ତି। ଏଥି ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିପାରନ୍ତି। ଶୀତ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ ସରକାର ସମସ୍ତ ଦଳର ନେତାଙ୍କଠାରୁ ସହଯୋଗ ଲୋଡିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button