କ୍ରାଇମ

ପୁଲିସକୁ ମାଡ଼ ମାରିବା ଘଟଣାରେ ଦୁଇ ଗିରଫ, ତିନିଜଣ ଫେରାର – Utkal Mail


ସୋର: ଗତକାଲି ସନ୍ଧ୍ୟାରେ ଅଭିଯୁକ୍ତକୁ ଧରିବାକୁ ଯାଇଥିବା ବେଳେ ପୁଲିସକୁ ମାଡ଼ ମାରି ହାତ ଭାଙ୍ଗିବା ଘଟଣାରେ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସୋର ପୁଲିସ। ସୂଚନା ଅନୁସାରେ ସୋର ବ୍ଲକ ଅନନ୍ତପୁର ପଂଚାୟତ ପୁରୁଷୋତ୍ତମ ପୁର ଗ୍ରାମର ବଂଶୀଧର ମଳିକଙ୍କ ନାମରେ ୨୦୦୯ ମସିହାରେ ସୋର କୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ବାରମ୍ବାର ଆଦେଶ ଜାରି କରାଯାଇଥିଲେ ମଧ୍ୟ ବଂଶୀଧର କୋର୍ଟରେ ହାଜର ହୋଇନଥିଲେ।

ଗତକାଲି ସନ୍ଧ୍ୟାରେ ଅନନ୍ତପୁର ଫାଣ୍ଡି ଅଧିକାରୀ ଅନ୍ୟ କର୍ମଚାରୀମାନଙ୍କ ସହ ବଂଶୀଧରକୁ ଗିରଫ କରିବାକୁ ତାଙ୍କ ଘରକୁ ଯାଇଥିବା ବେଳେ ବଂଶୀଧର ଓ ତାଙ୍କ ପରିବାର ଲୋକେ ପୁଲିସ ଘର ଭିତରକୁ ନପଶିବା ପାଇଁ ବାଡ଼ରେ ବିଦ୍ୟୁତ ସଂଯୋଗ କରିବା ସହିତ ପୁଲିସର ମୋବାଇଲ ଛଡାଇ ନେଇ ପୁଲିସକୁ ମାଡ଼ ମାରିଥିଲେ। ଏଥିରେ ଜଣେ ପୁଲିସ କର୍ମଚାରୀଙ୍କ ହାତ ଭାଙ୍ଗିଯାଇଥିଲା। ଉକ୍ତ ଘଟଣାରେ ସୋର ପୁଲିସ ୫୦୩/୨୩ରେ ଏକ ମାମଲା ରୁଜୁ କରି ଆଜି ସକାଳେ ବଂଶୀଧରଙ୍କ ସ୍ତ୍ରୀ ମଞ୍ଜୁଲତା ମଳିକ(୫୫) ଓ ଝିଅ ପ୍ରିୟଙ୍କା ପ୍ରିୟଦର୍ଶନୀ ମଳିକ(୨୫) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ବଂଶୀଧର ଓ ତାଙ୍କର ସହଯୋଗୀ ଦୁଇ ପୁଅ ଏବେ ବି ଫେରାର ଅଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button