ରାଜନୀତି

ନିର୍ବାଚନ ଲଢିବେନି ସୁନୀତା ବିଶ୍ବାଳ – – Utkal Mail




ଭୁବନେଶ୍ବର: ଆଉ ନିର୍ବାଚନ ଲଢିବେ ନାହିଁ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନୀତା ବିଶ୍ବାଳ। ୨୦୧୯ ମସିହା ନିର୍ବାଚନରେ ସେ ସୁନ୍ଦରଗଡ ଲୋକସଭା ଆସନରୁ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ।

ସେବେ ପ୍ରାୟ ୨ ଲକ୍ଷ ୭୭ ହଜାର ଭୋଟ ପାଇଥିଲେ। ହେଲେ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ସେ କଂଗ୍ରେସ ଦଳକୁ ଯାଉଥିବା ଚର୍ଚ୍ଚାକୁ ଶ୍ରୀମତୀ ବିଶ୍ବାଳ ଖଣ୍ଡନ କରିଛନ୍ତି। ବିଜେଡି ଯେଉଁ ଦାୟିତ୍ବ ଦେବ ତାହାକୁ ସେ ସୂଚାରୁ ରୂପେ ନିର୍ବାହ କରିବ ବୋଲି କହିଛନ୍ତି।

ଗତ ନିର୍ବାଚନରେ ସୁନୀତାଙ୍କ ସାନ ଭଉଣୀ ଅନୀତା ସୁନ୍ଦରଗଡ ଲୋକସଭା ଆସନ ଅନ୍ତର୍ଗତ ସୁନ୍ଦରଗଡ ବିଧାନସଭା ଆସନରୁ ବିଧାନସଭା ପାଇଁ ପ୍ରତିଦ୍ବନ୍ଦ୍ବିତା କରିଥିଲେ।ଏଥର ମଧ୍ୟ ଯଦି ସେହିଭଳି ପରିସ୍ଥିତି ସୃଷ୍ଟି ହୁଏ ସେ ନିଷ୍ଠାପର ଭାବେ ବିଜେଡି ପାଇଁ କାମ କରିବେ ବୋଲି ସୁନୀତା କହିଛନ୍ତି।




Related Articles

Leave a Reply

Your email address will not be published. Required fields are marked *

Back to top button