କ୍ରାଇମ

ପୁଲିସର ନ୍ୟାୟ : ପୀଡିତାର ମାଙ୍କୁ ଦୁଷ୍କର୍ମ

ଖାକିରେ କଳଙ୍କର ଦାଗ। ନ୍ୟାୟ ଦେବା ବଦଳରେ ଦୁଷ୍କର୍ମ କଲେ ପୁଲିସ ଅଧିକାରୀ। ଦୁଷ୍କର୍ମର ଶୀକାର ହୋଇଥିବା ଜଣେ ପୀଡ଼ିତାଙ୍କ ମାଆକୁ ଦୁଷ୍କର୍ମ କରିଛି ୟୁପିର କନୌଜ ଜିଲ୍ଲା ଅନ୍ତର୍ଗତ ହାଜି ସରିଫ୍ ଫାଣ୍ଡି ଅଧିକାରୀ ଅନୁପ କୁମାର ମୌର୍ଯ୍ୟ। ମହିଳାଙ୍କ ଅଭିଯୋଗ କ୍ରମେ ଥାନାରେ ମାମଲା ରୁଜୁ ହୋଇଛି। ଅନୁପକୁ ଗିରଫ କରିବା ସହ ତାକୁ ଚାକିରୀରୁ ନିଲମ୍ୱିତ କରାଯାଇଛି।

ବଳାତ୍କାର ପୀଡ଼ିତାଙ୍କ ମାଆକୁ ବଳାତ୍କାର କଲେ ପୁଲିସ ଅଧିକାରୀ। ଖାକିରେ ଏଭଳି କଳଙ୍ଗର ଦାଗ ଲାଗିଛି। ଝିଅକୁ ବଳାତ୍କାର କରିଥିବା ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ମା ଥାନାକୁ ବାରମ୍ୱାର ଦୌଡୁଥିଲେ। ହେଲେ କିଏ ଜାଣିଥିଲା, ଯେଉଁ ଅଧିକାରୀଙ୍କ ପାଖକୁ ନ୍ୟାୟ ଲାଗି ମା ଆଶା ବାନ୍ଧି ଯାଉଥିଲା, ତା ଭିତରେ ଆଉ ଏକ ନରପିଶାଚ ଥିଲା। ଥାନାର ଇନଚାର୍ଜ ଅନୁପ କୁମାର ମୌର୍ଯ୍ୟ ପୀଡିତାଙ୍କ ମାଆ ପ୍ରତି ପାଶବିକ ଅତ୍ୟାଚାର କଲା। ୟୁପି କନୌଜର ହାଜି ସରିଫ ଫାଣ୍ଡିର ଇନ-ଚାର୍ଜ ଫାଇନାଲ ରିପୋର୍ଟ ହେବ କହି ପୀଡ଼ିତାଙ୍କ ମାଆକୁ ନିଜ ସରକାରୀ ବାସଭବନକୁ ଡାକିଥିଲେ। ହେଲେ ସେଠି ତାଙ୍କୁ ଦୁଷ୍କର୍ମ କଲା। ନିଜର ୧୭ ବର୍ଷୀୟା ନାବାଳିକା ଝିଅକୁ ନ୍ୟାୟ ଦେବାକୁ ଥାନାକୁ ଯାଇଥିବା ମହିଳା ବି ଶେଷରେ ଦୁଷ୍କର୍ମର ଶୀକାର ହେଲେ। ତାଙ୍କ ଝିଅକୁ କେହି ଅଜଣା ଅଭିଯୁକ୍ତ ଦୁଷ୍କର୍ମ କରିଥିବାର ଆରୋପ ଆଣି ନ୍ୟାୟ ଭିକ୍ଷା କରୁଥିଲେ ମା ଜଣକ। ମେଡିକାଲ ରିପୋର୍ଟରେ ବି ସ୍ପଷ୍ଟ ହୋଇସାରିଛି, ଅଭିଯୁକ୍ତ ପୁଲିସ ଅଧିକାରୀ ଅନୁପ ମହିଳାଙ୍କୁ ଦୁଷ୍କର୍ମ କରିଛି। ସେତେବେଳେ ସେ ନିଶାରେ ବି ଥିଲା। ଏହା ପରେ ଏସଆଇ ଅନୁପ ବିରୁଦ୍ଧରେ ମାମଲା ରୁଜୁ ହୋଇଛି। ଆଉ ଅନୁପକୁ ଗିରଫ କରାଯାଇଛି। କୋର୍ଟରେ ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ ପୁଲିସ ଅଧିକାରୀକୁ ଜେଲ ପଠାଇ ଦିଆଯାଇଛି। ଅନୁପକୁ ତତ୍କାଳ ନିଲମ୍ୱନ ବି କରାଯାଇଛି।

ପୀଡିତାକୁ ନ୍ୟାୟ ଦେବ କଅଣ ପୁଲିସ। ପାଲଟା ପୀଡ଼ିତାଙ୍କ ମାଆକୁ ଦୁଷ୍କର୍ମ କଲା। ଯାହାକୁ ନେଇ ସବୁଠି ହଇଚଇ। ଅଗଷ୍ଟ ୨୮ରେ ସକାଳ ୧୧ଟା ବେଳକୁ ଆଉଟପୋଷ୍ଟ ଇନ-ଚାର୍ଜ ଅନୁପ ଦୁଷ୍କର୍ମ ପୀଡିତାଙ୍କ ମାଆଙ୍କୁ ପୁଲିସ ଲାଇନରେ ଥିବା ପେଟ୍ରୋଲ ପମ୍ପ ପାଖକୁ ଡାକିଥିଲେ। ଆଉ ମହିଳା ଜଣକ ସେଠାରେ ପହଞ୍ଚିବା ପରେ ନିଜ ବାଇକରେ ଅଭିଯୁକ୍ତ ପୁଲିସ ଅଧିକାରୀ ଅନୁପ ତାଙ୍କ ରୁମ୍‌କୁ ନେଇଯାଇଥିଲେ। ଘରେ ପହଞ୍ଚିଲା ପରେ ପୁଲିସ ଅଧିକାରୀ ରୁମ୍ ବନ୍ଦ କରିଦେଇଥିଲେ ଆଉ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। ଘଟଣା ପଦାକୁ ଆସିବା ପରେ ଏହାର ତଦନ୍ତ ଲାଗି ଏସପି ଅନୁପମ ସିଂ ନିର୍ଦେଶ ଦେଇଥିଲେ। ଆଉ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବା ପରେ ଅନୁପକୁ ଗିରଫ କରାଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button