ଦେଶ ବିଦେଶ

‘୩ଘଣ୍ଟା ଲିଫ୍ଟରେ ଫସିଯିବା ପରେ ଅଚେତ ‌ହେବା ଭୟରେ ବାକିଥିବା ପାଠଶେଷ କରି ଦେଇଥିଲି’: ପୀଡ଼ିତ ଶିଶୁ – Utkal Mail


ନୂଆଦିଲ୍ଲୀ: ଫରିଦାବାଦର ଓମେକ୍ସ ରେସିଡେନ୍ସି ସୋସାଇଟିରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଗତ ଶନିବାର ସନ୍ଧ୍ୟାରେ ଜଣେ ୮ବର୍ଷର ଶିଶୁ ଲିଫ୍ଟରେ ତିନିଘଣ୍ଟା ପର୍ଯ୍ୟନ୍ତ ଫସି ଯାଇଥିଲା। ଲିଫ୍ଟରେ ଫସି ଯିବା ପରେ ଶିଶୁ ଜଣକ ଭୟଭୀତ ହୋଇ ଯାଇଥିଲା। ଏହାପ‌ରେ ସେ ଭୟକୁ ଦୂର କରିବା ପାଇଁ  ସ୍କୁଲ ଓ ଟ୍ୟୁସନରେ ଘରେ କରିବାକୁ ଦିଆଯାଇଥିବା ପାଠକୁ ଲିଫ୍ଟରେ ବସି ପୂରା କରି ଦେଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ଶିଶୁର ଧୌର୍ଯ୍ୟକୁ ଭୁରିଭୁରି ପ୍ରଶଂସା କରାଯାଉଛି।

ପ୍ରକାଶିତ ରିପ‌ୋର୍ଟ ମୁତାବକ, ଗୌରବାନ୍ବିତ ସନ୍ଧ୍ୟା ୫ଟାରେ ଟ୍ୟୁସନ ଯିବା ପାଇଁ ୫ମ ତାଲାରୁ ଲିଫ୍ଟରେ ତଳକୁ ଆସିବା ସମୟରେ ସେଥିରେ ଫସି ଯାଇଥିଲା।  ୬ଟା ସୁଦ୍ଧା ସେ ଘରକୁ ଚାଲି ଆସିଥାଏ। କିନ୍ତୁ ୭ଟା ବାଜିବା ପରେ ବି ସେ ଯେତେବେଳେ ଘ‌ରକୁ ଆସିଲା ନାହିଁ ପରିବାରଲୋକ ଟ୍ୟୁସନ ଫୋନ କରି ପୁଅ ବିଷୟରେ ପଚାରିଥିଲେ। ଟ୍ୟୁସନ ଶିକ୍ଷକ ଗୌରବାନ୍ବିତ ତ ଆସିନାହିଁ ବୋଲି କହିଥିଲେ। ଏପରେ ପରିବାରଲୋକ ଖୋଜ‌ାଖୋଜି ଆରମ୍ଭ କରିଥିଲେ।

ଏହାରି ଭିତରେ ସେମାନେ ଜାଣିବାକୁ ପାଇଲେ ଲିଫ୍ଟ ୫ଟାରୁ ବନ୍ଦ ହୋଇଯାଇଛି। ତେଣୁ ପୁଅ ସେହି ଲିଫ୍ଟ ଭିତ‌ରେ ଥିବା ସନ୍ଦେହ କରି ପରିବାରଲୋକ ଲିଫ୍ଟ ପରିଚାଳକଙ୍କୁ ସୂଚନା ଦେଇଥିଲେ। ଲିଫ୍ଟ ପରିଚାଳକ ଆସି ତୁରନ୍ତ ଲିଫ୍ଟ ଖୋଲିବା ପରେ ଗୌରବାନ୍ବିତ ଉକ୍ତ ଲିପ୍ଟ‌ ଭିତରେ ହିଁ ଥିଲେ।

ଏହି ଘଟଣାକୁ ନେଇ ଗୌରବାନ୍ବିତ କହିଛନ୍ତି, ‘ଲିଫ୍ଟ ବନ୍ଦ ହୋଇଯିବା ପରେ ମୁଁ ଡାକ ପକାଇଥିଲି। ଜରୁରୀକାଳିନ ସୁଇଜ ବି ଚିପି ଥିଲି। କିନ୍ତୁ ମୋତେ ଉଦ୍ଧାର ପାଇଁ କେହି ବି ଆସିଲେ ନାହିଁ। ମୋତେ ବହୁତ ଭୟ ଲାଗୁଥିଲା। କାଳେ ଅଚେତ ହୋଇଯିବି ସେଥିପାଇଁ ମନକୁ ଭୁଲାଇବା ପାଇଁ ସ୍କୁଲ ଓ ଟ୍ୟୁସନରେ ଦିଆଯାଇଥିବା ବାକି ପାଠକୁ ଶେଷ କରିବାକୁ ଚେଷ୍ଟା କରିଥିଲି।’

 




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button