ବିଚାର

27 ଅଗଷ୍ଟ ” ଶନି ଅମାବାସ୍ୟା ” ଚୁପଚାପ ଏହିଠାରେ ରଖିଦିଅନ୍ତୁ ମୁଠାଏ ଚାଉଳ ପୂର୍ବ ପୁରୁଷଙ୍କୁ ମିଳିବ ମୁକ୍ତି ପିତୃ ଦୋଷ ଦୂର ହେବ..

ଭାଦ୍ରବ ମାସର ଅମାବାସ୍ୟା ତିଥିକୁ କୁଶଗ୍ରହଣୀ ଅମାବାସ୍ୟା କୁହାଯାଏ ଏବଂ କୁଶା ଘାସରେ ତ୍ରିଦେବଙ୍କର ବାସ ହୋଇଥାଏ ସେଥିପାଇଁ ଏହାକୁ ବହୁତ ପବିତ୍ର ବୋଲି ବିଶ୍ୱାସ କରାଯାଏ | ତେବେ କୁଶର ମୂଳ ଭାଗରେ ବ୍ରହ୍ମା, ମଧ୍ୟ ଭାଗରେ ବିଷ୍ଣୁ ଏବଂ ଅଗ୍ର ଭାଗରେ ମହେଶ୍ୱରଙ୍କ ବାସ ହୋଇଥାଏ | ଧର୍ମ ଗ୍ରନ୍ଥ ରେ କୁହାଯାଏ ଗୋଟିଏ ହିଁ କୁଶର ଅନେକ ଥର ବ୍ୟବହାର କରାଯାଇ ପାରେ |

ଏହା କେବେ ବାସି ହୁଏ ନାହିଁ ଏବଂ ଏହାକୁ ଦ୍ୱିତୀୟ ଥର ବ୍ୟବହାର କଲେ ମଧ୍ୟ କୌଣସି ଦୋଷ ଲାଗେ ନାହିଁ | ତେବେ ଅଥର୍ବ ବେଦ କୁହାଯାଇଛି ଯେ ଏହା କ୍ରୋଧ କୁ ମଧ୍ୟ ନିୟନ୍ତ୍ରଣ କରିଥାଏ | ଏହି ବର୍ଷ ଏହି ଅମାବାସ୍ୟା 27 ଅଗଷ୍ଟକୁ ପାଳନ କରାଯିବ | ଧର୍ମ ଅନୁଯାଇ ଏହିଦିନ ପବିତ୍ର ଜଳ ରେ ସ୍ନାନ କରିବା ଦାନ କରିବା ଏବଂ ପିତୃଙ୍କୁ ତର୍ପଣ କରିବାର ବିଶେଷ ମହତ୍ୱ ରହିଛି | ଏହି ଦିନ କୁଶ ଘାସ ର ପ୍ରୟୋଗ ବହୁତ ଲାଭଦାୟୀ ହୋଇଥାଏ |

ଏମିତିରେ ଏହି ଦିନ ଚାଉଳର ମହାପ୍ରୟୋଗ କରାଯାଏ | ତେବେ ଏହି ଦିନ ବ୍ରତ କରୁଥିବା ଲୋକ ମଦ ମାଂସ ଖାଇବା ଉଚିତ ନୁହେଁ | ଏବଂ ଆମିଷ ଖାଇବା ଉଚିତ ନୁହେଁ ତେବେ ବନ୍ଧୁଗଣ ଏହି ଦିନ ଦାନ ଧର୍ମ ନିଶ୍ଚିନ୍ତ କରନ୍ତୁ, କୌଣସି ବ୍ୟକ୍ତିର ଯଦି ସାହାଯ୍ୟ ପାଇଁ ଦେଖାଯାଏ ତେବେ ତାଙ୍କୁ ସାହାଯ୍ୟରେ ନିଶ୍ଚିନ୍ତ କରନ୍ତୁ | ଏବଂ ପୂଜା ପାଠ କରନ୍ତୁ ଏବଂ ପିତୃ ଦେବଙ୍କ ନୀମୀତ୍ତ ତର୍ପଣ ନିଶ୍ଚିନ୍ତ କରନ୍ତୁ |

ଅମାବାସ୍ୟା ଦିନ ଶନିଦେବ ଙ୍କୁ ସମର୍ପଣ କରାଯାଇଛି, ଏବଂ ଏହି ଦିନ ପୂର୍ବ ପୁରୁଷଙ୍କୁ ଶ୍ରାଦ୍ଧ କରାଯାଏ | ତେବେ ଏହି ଦିନ ରେ ନକାରାତ୍ମକ ଉର୍ଜାର ପ୍ରଭାବ ବହୁତ ଅଧିକ ଥାଏ ଏବଂ ଏହିଦିନ ପିତୃ ଦେବ ମଧ୍ୟ ଆପଣଙ୍କ ପାଖରୁ କିଛି ଆଶା ରଖିଥାନ୍ତି ସେଥିପାଇଁ ଏହି ଦିନ କିଛି ଉପାୟ କରିବା ଦ୍ୱାରା ସୁଫଳ ମିଳିଥାଏ ଏବଂ ପିତୃ ଦୋଷ ଦୂର ହୋଇଥାଏ | ତେବେ ଆଜି ଆମେ ଚାଉଳର କିଛି ବିଶେଷ ଉପାୟ ବିଷୟରେ ଜାଣିବା..

ତେବେ ଆଜିକାଲି ର ଏହି ଜୀବନ ଶୈଳୀ ରେ ଲୋକ ରୋଜଗାର ତ ବହୁତ କରୁଛନ୍ତି କିନ୍ତୁ କେଉଁଠି ନା କେଉଁଠି ପଇସାର ଅଭାବ ସବୁବେଲେ ଘାରି ରହୁଛି | ତେବେ ଏହିଭଲି ପରିସ୍ଥତିରେ ଆପଣ ଏହି ଅମାବାସ୍ୟା ତିଥିରେ ଚାଉଳର ଏହି ମହା ଉପାୟକୁ କରିପାରିବେ | ଏମିତିରେ ଚାଉଳ ସବୁବେଳେ ଦେବା ଦେବୀଙ୍କର ପସନ୍ଦ ହୋଇଥାଏ, ଚାଉଳ କୁ ସବୁ ପୂଜା ପାଠ ରେ ମଧ୍ୟ ବ୍ୟବହାର କରାଯାଇଥାଏ | ତେବେ ଚାଉଳ ମାତା ଲକ୍ଷ୍ମୀ ଏବଂ ଶ୍ରୀହରିଙ୍କର ଅତି ପ୍ରିୟ ହୋଇଥାଏ ତେବେ ଚାଉଳ ର ଏହି ଉପାୟ କରିବା ଦ୍ୱାରା ଘରେ କେବେ ବି ଧନର ଅଭାବ ହୁଏ ନାହିଁ | ତେବେ ଆସନ୍ତୁ ଜାଣିବା ଚାଉଳ ର କିଛି ଉପାୟ ବିଷୟରେ..

ତେବେ ଯେତେବେଳେ ଆପଣ ପୂଜା କରୁଥିବେ ଚନ୍ଦନ ତ ମଥାରେ ନିଶ୍ଚିନ୍ତ ଲଗାଉଥିବେ ତେବେ ଚନ୍ଦନ ଲଗାଇବା ପରେ ଏଥିରେ ତିନି ଚାରୋଟି ଚାଉଳ ଲଗାଇଦେବେ | କାରଣ ଏମିତି ଚାଉଳ ଲଗେଇବା ଦ୍ୱାରା ଆପଣଙ୍କ ଚନ୍ଦ୍ରମା ଦୃଢ ହୋଇଥାଏ ଏବଂ ଧନ ଜନିତ ସମସ୍ୟା ଦୂର ହୋଇଥାଏ | ତେବେ ଏମିତି କରିବା ଦ୍ୱାରା ମାନସିକ ଶାନ୍ତି ମିଳିଥାଏ, ଆପଣଙ୍କ ଚିନ୍ତା ସମାପ୍ତ ହୋଇଯାଏ |

ତେବେ ଚାଉଳ ର ଏହି ଉପାୟ ଆପଣଙ୍କୁ ବହୁତ ସୁଫଳ ଦେଇଥାଏ | ତେବେ ବନ୍ଧୁଗଣ ଧନ ର ସମସ୍ୟା ରୁ ମୁକ୍ତି ପାଇବା ପାଇବା ପାଇଁ ଆଉ ଏକ ଉପାୟ ମଧ୍ୟ କରିପାରିବେ | ଏହି ଅମାବାସ୍ୟା ରେ ପର ସୋମବାର ଦିନ ଆପଣ ସକାଳୁ ସ୍ନାନ ସାରି ମୁଠାଏ ଚାଉଳ ଶିବ ଭଗବାନ ଙ୍କୁ ଅର୍ପଣ କରନ୍ତୁ | ଏହା କରିବା ଦ୍ୱାରା ଆପଣଙ୍କୁ ଧନର ସମସ୍ୟା ଧୀରେ ଧୀରେ ଶେଷ ହୋଇଯାଇଥାଏ |

ଯଦି ଚାକିରୀ ଏବଂ ବ୍ୟାପାର କ୍ଷେତ୍ର ରେ ଅସୁବିଧା ହେଉଛି କୌଣସି ଉନ୍ନତି ହେଉନାହିଁ ତେବେ ଏହି ଉପାୟ ନିଶ୍ଚୟ କରନ୍ତୁ ସମସ୍ତ ସମସ୍ୟାର ସମାଧାନ ହୋଇଯିବ | ତେବେ ମିଠା ଚାଉଳ କିମ୍ବା କ୍ଷୀରି ତିଆରି କରନ୍ତୁ ଏହାକୁ କାଉ କୁ ଖାଇବାକୁ ଦିଅନ୍ତି ଏହା କରିବା ଦ୍ୱାରା ପିତୃ ପୁରୁଷ ସନ୍ତୁଷ୍ଟ ହୁଅନ୍ତି ଏବଂ ଆପଣଙ୍କର ଧନ ସମ୍ପତି ମଧ୍ୟ ବହୁତ ବଢିଥାଏ | ତେବେ ଯଦି ଧନ ଜନିତ ସମସ୍ୟା ଅଛି ତେବେ ମଧ୍ୟ କାଉ କୁ ରୁଟି ସହ ମିଠା ଚାଉଳ ଖାଇବାକୁ ଦିଅନ୍ତୁ |କାଉ ହେଉଛନ୍ତି ପିତୃ ପୁରୁଷ ଙ୍କ ସଂକେତ ତ ଯଦି ପିତୃ କ୍ରୋଧିତ ଥାନ୍ତି ତେହେଲେ ଏହିପରି ଅସୁବିଧା ହୋଇଥାଏ ତେଣୁ ଏହି ଉପାୟ କରିବା ଦ୍ୱାରା ପିତୃ ପ୍ରସନ୍ନ ହୁଅନ୍ତି ଏବଂ ବହୁତ ଧନ ବର୍ଷା କରନ୍ତି |

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button