ଧର୍ମ

ବିଘ୍ନରାଜଙ୍କ ପୂଜା ନିମନ୍ତେ ରାୟଗଡ ସହର ଉତ୍ସବ ମୁଖର

ରାୟଗଡ – ବିଘ୍ନରାଜଙ୍କ ପୂଜା ନିମନ୍ତେ ରାୟଗଡା ସହର ଉତ୍ସବ ମୁଖର ହୋଇପଡିଛି । ଦୀର୍ଘ ୨ ବର୍ଷ ପରେ ସାର୍ବଜନିକ ଭାବେ ବିଘ୍ନରାଜଙ୍କ ପୂଜାର୍ଚ୍ଚନା ହେଉଥିବାରୁ ସହରବାସୀଙ୍କ ମଧ୍ୟରେ ଆନନ୍ଦ ଓ ଉଲ୍ଲାସ ଦେଖାଦେଇଛି । ସହରରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନ, ବ୍ୟବସାୟ ପ୍ରତିଷ୍ଠାନ, ସାହି ଗୁଡିକରେ ବିଘ୍ନରାଜଙ୍କ ପୂଜା ହେଉଛି । ସହରରେ ୧୦୦ରୁ ଉର୍ଦ୍ଧ୍ୱ ସ୍ଥାନରେ ଚଳିତ ଥର ବିଘ୍ନରାଜାଙ୍କ ରୀତି, ନୀତି ଅନୁଯାୟୀ ପୂଜାର୍ଚ୍ଚନା ହେଉଛି । ତେବେ ଚଳିତ ବର୍ଷ ପୂଜାର ମୂଖ୍ୟ ଆକର୍ଷଣ ରହିଛି ସହରର ବୁଦୁରାବାଲସା ୟୁଥ ତରଫରୁ କରାଯାଉଥିବା ପୂଜା । ୩୦ ଫୁଟ ଉଚ୍ଚ ମୂର୍ତି କରାଯାଇ ପୂଜା କରାଯାଉଛି । ମୂର୍ତି ନିର୍ମାଣ ନିମନ୍ତେ ଏକ ମାସ ଦଶ ଦିନ ସମୟ ଲାଗିଥିବା ବେଳେ ୨.୫ ଟନ ମାଟି ଏବଂ ମୂର୍ତି ନିର୍ମାଣ ନିମନ୍ତେ ୨ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ରାୟଗଡା ବଣିକ ସଂଘ ତରଫରୁ ମଧ୍ୟ ଚଳିତ ବର୍ଷ ରାୟଗଡ ମୁଖ୍ୟ ବଜାରରେ ବିଘ୍ନରାଜଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ସଭାପତି କିନ୍ତାଲି ଅମରନାଥ, ସଂପାଦକ ପେଦିନା ଆନନ୍ଦ ରାଓଙ୍କ ତତ୍ୱାବଧାନରେ ରୀତି ନୀତି ଅନୁଯାୟୀ ବିଘ୍ନରାଜଙ୍କୁ ପୂଜାର୍ଚ୍ଚନା କରାଯାଉଛି । ସହରର ଟେଲିଫୋନ ଏକ୍ସଚେଂଜ, ରାୟଗଡା କଲେଜ ରୋଡ, ଟ୍ରକ ମାଲିକ ସଂଘ, ସାଇପ୍ରିୟା ନଗର, ରୟିତ କଲୋନୀ, ନ୍ୟୁ କଲୋନୀ, ରାଣିଗୁଡା ଫାର୍ମ ଅଂଚଳରେ ସୁନ୍ଦର ତୋରଣ ନିର୍ମାଣ ସହିତ ଆଲୋକ ମାଳରେ ସଜ୍ଜିତ କରାଯାଇ ବିଘ୍ନରାଜଙ୍କ ପୂଜାର୍ଚ୍ଚନା କରାଯାଉଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button