ରାଶିଫଳ

ଆଜିର ରାଶିଫଳ : ୦୬ ସେପ୍ଟେମ୍ବର ୨୦୨୨,ମଙ୍ଗଳବାର : ଏହି ରାଶିର ଲୋକଙ୍କ ପାଇଁ ଆଜିର ଦିନଟି ରହିବ ଶୁଭ, ଏହି ରାଶିର ଲୋକମାନେ ସତର୍କ ରୁହନ୍ତୁ ।

ମେଷ ରାଶି:- ସନ୍ତାନଙ୍କ ପାଖରୁ ଭଲ ଖବର ମିଳିପାରେ। କଥାବାର୍ତ୍ତା ସମୟରେ ନିଜକୁ ନିୟନ୍ତ୍ରଣ କରନ୍ତୁ। ସାଙ୍ଗମାନଙ୍କ ସହିତ ସାକ୍ଷତ ସମ୍ଭବ। ଭୌତିକ ସୁଖ ସୁବିଧାର ବୃଦ୍ଧି ଘଟିବ।

ବୃଷ ରାଶି:- ଏହି ରାଶିର ଜାତକ ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ। କିଛି କଥାରେ ମନ ବିଚଳିତ ହୋଇପାରେ। ଦାମ୍ପତ୍ୟ ଜୀବନରେ ସୁଖ ରହିବ। ଚାକିରିରେ କିଛି ପରିବର୍ତ୍ତନ ହୋଇପାରେ। ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି।

ମିଥୁନ ରାଶି:- ମିଥୁନ ରାଶିର ନିଯୁକ୍ତ ବ୍ୟକ୍ତିମାନେ କାର୍ଯ୍ୟାଳୟରେ ବରିଷ୍ଠ ଅଧିକାରୀଙ୍କ ସହଯୋଗ ପାଇବେ। ବ୍ୟବସାୟରେ ଅଭିବୃଦ୍ଧି ହେବାର ସମ୍ଭାବନା ଅଛି ।ଆପଣ କୌଣସି ଭ୍ରମଣରେ ଯାଇପାରନ୍ତି। ଆଜି ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିପାରେ।

କର୍କଟ ରାଶି:- ଆଜି ଆପଣଙ୍କୁ ପିତାମାତାଙ୍କଠାରୁ ଆର୍ଥିକ ଲାଭ ହୋଇପାରେ। ଅନାବଶ୍ୟକ ବିବାଦ ଭିତରକୁ ଯିବା ଠାରୁ ଦୂରେଇ ରୁହନ୍ତୁ। ଆପଣ ଚାକିରିରେ ପଦୋନ୍ନତି ପାଇପାରନ୍ତି। ଧାର୍ମିକ କାର୍ଯ୍ୟକଳାପ ପ୍ରତି ଆଗ୍ରହ ବୃଦ୍ଧି ପାଇବ।

ସିଂହ ରାଶି:- ଖାଇବା ପିଇବା ପ୍ରତି ଆଗ୍ରହ ବୃଦ୍ଧି ପାଇବ। ମନ ଖୁସି ରହିବ। ଆତ୍ମବିଶ୍ୱାସୀ ହୁଅନ୍ତୁ କିନ୍ତୁ ଅତ୍ୟଧିକ ଉତ୍ସାହିତ ହେବା ଠାରୁ ଦୂରେଇ ରୁହନ୍ତୁ। ନିଜକୁ ନିୟନ୍ତ୍ରଣ କରନ୍ତୁ। ବନ୍ଧୁମାନଙ୍କ ସାହାଯ୍ୟରେ ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହୋଇପାରେ। ବ୍ୟବସାୟୀମାନେ ଲାଭ ପାଇପାରନ୍ତି ।

କନ୍ୟା ରାଶି:- ଆୟରେ ବୃଦ୍ଧି ହେବ। ବାପାଙ୍କ ନିକଟତର ହେବେ। ପଢ଼ିବା ଏବଂ ପଢ଼ାଇବା ପ୍ରତି ଆଗ୍ରହ ବୃଦ୍ଧି ପାଇବ। ଆୟ ବୃଦ୍ଧି ସହିତ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ। ଶିକ୍ଷାଗତ କାର୍ଯ୍ୟ ପାଇଁ ଆପଣ ବିଦେଶ ଯାଇପାରନ୍ତି।

ତୁଳା ରାଶି:- ମନରେ ଆଶା ଏବଂ ନିରାଶାର ଭାବନା ଆସିବ। ଆପଣ କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ। ଆଜି କୌଣସି ଅଦରକାରୀ ଜିନିଷ ପଛରେ ପଡ଼ନ୍ତୁ ନାହିଁ। ଆପଣଙ୍କୁ ଦୌଡ଼ିବାକୁ ପଡିପାରେ।

ବିଛା ରାଶି:- ମାନ ସମ୍ମାନ ବୃଦ୍ଧି ପାଇବ। ପୁରୁଣା ବନ୍ଧୁଙ୍କ ସହ ବାର୍ତ୍ତାଳାପ ପୁନଃ ଆରମ୍ଭ ହୋଇପାରେ। ଆୟରେ ବୃଦ୍ଧି ହେବ। କାର୍ଯ୍ୟ କ୍ଷେତ୍ରରେ ପ୍ରଗତିର ସଂକେତ ଅଛି। ଆପଣ ପରୀକ୍ଷା କାର୍ଯ୍ୟରେ ସଫଳତା ପାଇବେ।

ଧନୁ ରାଶି:- ଆଜି ଚାକିରି କାମରେ ଆପଣଙ୍କୁ କୌଣସି ସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। ଆପଣଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ପିତାମାତାଙ୍କ ସହଯୋଗ ପାଇବେ। ଦୀର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ଆଜି ଗତି କରିବ।

ମକର ରାଶି:- ଆଜି ମକର ରାଶିର ଲୋକଙ୍କୁ ସେମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପରାମର୍ଶ ଦିଆଯାଇଛି। ବ୍ୟବସାୟରେ ଅଭିବୃଦ୍ଧି ହେବାର ସମ୍ଭାବନା ସୃଷ୍ଟି ହେଉଛି ଯେଉଁଥିପାଇଁ ଆର୍ଥିକ ସ୍ଥିତି ଭଲ ରହିବ। ଦାମ୍ପତ୍ୟ ଜୀବନରେ ମଧୁରତା ରହିବ।

କୁମ୍ଭ ରାଶି:- ମନରେ ସୁଖ ରହିବ କିନ୍ତୁ ନିଜର ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ। ବାପାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଆପଣ ସାଙ୍ଗମାନଙ୍କ ସହଯୋଗ ପାଇବେ। ଅଫିସରେ କାମରେ କିଛି ସମସ୍ୟା ହୋଇପାରେ।

ମୀନ ରାଶି:- ପଢ଼ା କାର୍ଯ୍ୟରେ ମନ ଲାଗିବ। ବିବାହିତ ଜୀବନରେ ତିକ୍ତତା ସୃଷ୍ଟି ହୋଇପାରେ। କ୍ରୋଧରୁ ଦୂରେଇ ରୁହନ୍ତୁ। ଖାଇବା ପିଇବା ପ୍ରତି ଆଗ୍ରହ ବୃଦ୍ଧି ପାଇବ। ଚାକିରିରେ ପଦୋନ୍ନତି ହେବାର ସମ୍ଭାବନା ଅଛି।

Related Articles

Leave a Reply

Your email address will not be published. Required fields are marked *

Back to top button